ଡାଏଲ ‘୧୩୯’

‘୧୩୯’ନମ୍ବର ଡାଏଲ କଲେ ରେଲ୍‌ର ସବୁ ସୁବିଧା ପାଏବେ

0

ଏତକର ରେଲ୍ ସେବା ଲାଗି ଗୁଟେ ହେଲ୍ପଲାଇନ୍ ନମ୍ବରକେ ଡାଏଲ୍ କଲେ ସବୁ ସୁବିଧା ପାଇପାରବେ । ‘୧୩୯’ନମ୍ବର ସାଙ୍ଗେ ରେଲବିଭାଗର ସବୁ ନମ୍ବର ମିଶେଇ ଦିଆଯାଇଛେ । ଆଘୋ ଯାତ୍ରୀ ଭିନ୍ ଭିନ୍ ସମସ୍ୟା ଲାଗି ଭିନ୍ ଭିନ୍ ନମ୍ବରକେ ଡାଏଲ୍ କରବାକେ ପଡୁଥିଲା । ହେଲେ ଇହାଦେ ଆରୁ ଇ ସମସ୍ୟା ନାଇଁ ରହେ । ଯାତ୍ରୀକଁର ସୁବିଧା ଲାଗି ସୁରକ୍ଷା,କ୍ୟାଟରିଂ, ଭିଜିଲାନ୍ସ ହେଉ ସବୁଥିର ଲାଗି ଗୁଟେ ହେଲ୍ପଲାଇନ୍ ନମ୍ବର ରଖାଯାଇଛେ । ରେଲବାଇ ସାଙ୍ଗେ ଯାତ୍ରୀକଁର ସଂଯୋଗ ଆହୁରି ସୁଦୃଢ ହେବାର ସାଙ୍ଗେ ଯାତ୍ରୀକୁଁ ଗୁଟେ ନମ୍ବର ହେଲେ ମନେରଖବାର ଲାଗି ସୁବିଧା ହେବା ।

‘୧୩୯’ ନମ୍ବର ଡାଏଲ୍ କରିକିନା ଯାତ୍ରୀ ଆଇଭିଆରଏସ୍ ବାଛବାର ଲାଗି ମେନୁ ବିକଳ୍ପ ଭିଲ୍ ଜାନିପାରବେ ଆରୁ ଇଆଡୁ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ମାନକୁଁ କଲ୍ କରବାକେ ସଂଯୋଗ ହେବା । ଟ୍ରେନ୍‌ନେ ଯିବାର ଆଏବାର ଲାଗି ଦରକାର ଥିବାର ସଂରକ୍ଷଣ ବେବସ୍ଥା ହେଉ କି, ପିଏନଆର ସ୍ଥିତି, ଟିକେଟ୍ ଅଛେ କି ନାଇଁ, ଟ୍ରେନ୍ ଆଏବାର ସମିଆଁ, ଟ୍ରେନ୍ ଭଡା, ଟିକେଟ୍ ବାତିଲ୍ ଲେଖେଁ ସବୁ ତଥ୍ୟ ଜାନିପାରବେ ଯାତ୍ରୀ । ଖାଲି ନୁହେଁ ଇ ନମ୍ବରନେ ମେସେଜ୍ କରିକିନା ବି ସବୁ ସୁବିଧା ପାଇପାରବେ ଆରୁ କେନସି ଅଭିଯୋଗ କରବାର ଥିଲେ ଭିଲ୍ କରିପାରବେ ।

Leave A Reply

Your email address will not be published.