ଖୁଲଲା ମାଁ ମାଣିକେଶ୍ୱରୀ ଆର ନୃସିଂହନାଥ ମନ୍ଦିର

ବଲାଙ୍ଗିରନେ ଜିଲ୍ଲା ପ୍ରଶାସନ୍ ନିର୍ଦ୍ଦେଶ ବାଦ୍ ଭିଲ୍ ବନ୍ଦ ମନ୍ଦିର, ନିରାଶ ହେଲେ ଶ୍ରଦ୍ଧାଲୁ

0

କରୋନା ଲାଗି ବନ୍ଦ ରହିଥିଲା ସବୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସାଙ୍ଗେ ଦୁଶରା ଧର୍ମନୁଷ୍ଠାନ୍ । ଇହାଦେ ଧୀରେ ଧୀରେ କରୋନା ସ୍ଥିତି ଟିକେ ସୁଧରିଲା ଉତାରୁ ସବୁ ଧର୍ମସ୍ଥଲ ମାନେ ଖୁଲିଛନ୍ । କଳାହାଣ୍ଡି ଭବାନୀପାଟଣା ମାଁ ମାଣିକେଶ୍ୱରୀକଁର ମନ୍ଦିର ଭକତ୍‌କଁର ଲାଗି ଖୁଲିଛେ । ମାଁ ମାଣିକେଶ୍ୱରୀକଁର ପୀଠ୍ ସାଙ୍ଗେ ଜିଲ୍ଲାର ଦୁଶରା ଧର୍ମାନୁଷ୍ଠାନ୍ ମାନେ ଖୁଲବାର ଲାଗି ଜିଲ୍ଲା ପ୍ରଶାସନ ଆଡୁ ଅନୁମତି ଦିଆଯାଇଛେ । କୋଭିଡ୍ ନିୟମ୍ ଅନୁସାରେ ସବୁ ଧର୍ମାନୁଷ୍ଠାନ୍ ଖୁଲବାର ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛେ । ମାଣିକେଶ୍ୱରୀ ମନ୍ଦିର ଭିତରକେ ଏକାଥରେ ୨୦ ଜନ୍ ଭକତ୍ ଯାଇପାରବେ ଆରୁ ବାକି ଭକତ୍ ସିଂହଦ୍ୱାର ପାଶେ ଧାଡିହେଇକରି ସାମାଜିକ୍ ଦୂରତା ରଖିକରି ଠିଆ ହେଇପାରବେ । ସଖାଲର ୮ ବଜାନୁ ୧୧ ବଜା ତକ୍ ଆରୁ ବେଲବୁଡାର ୫ ବଜାନୁ ୭ ବଜା ତକ୍ ମନ୍ଦିର ଖୁଲାଯିବାର ନେଇକରି ଅନୁମତି ଦିଆଯାଇଛେ ।

ସେଆଡେ ବରଗଡ଼ ପାଇମାଲ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଖୁଲିଛେ । ଗଲା ୯ ମାସ୍ ଧରିକରି ମନ୍‌ଦିର ବନ୍ଦ ରହିଥିବାର ବେଲେ ଇହାଦେ ପର୍ଯ୍ୟଟକ୍ ତଥା ଶ୍ରଦ୍ଧାଲୁ ଆରମସେ ଆସିକରି ଦର୍ଶନ କରବାର ସାଙ୍ଗେ ବୁଲାବୁଲି କରିପାରବେ । ଇଠାନେ ଭିଲ୍ କରୋନା ନିୟମ୍ ଉପରେ ଅଏତକା ଗୁରୁତ୍ୱ ଦିଆଯାଇଛେ । ଫି ଦିନ୍ ସଖାଲର ୮ ବଜାନୁ ୧୦ ବଜା ତକ୍ ଫେର୍ ସାଢେ ୧୦ ବଜାନୁ ୧୨ ବଜା ଆରୁ ୨ ବଜାନୁ ୪ ବଜା ତକ୍ ଫେର ବେଲବୁଡେ ସାଢେ ୪ନୁ ୬ ବଜା ତକ୍ ମାହାପୁରୁକଁର ଦର୍ଶନ୍ କରିପାରବେ ଭକତ୍ । ପହେଲା ଖେପେ ବରଗଡ ଜିଲ୍ଲାର ଭକତ୍‌କୁଁ ୬ ତାରିଖନୁ ୧୩ ତାରିଖ ତକ୍ ଛଡାଯିବା ଆରୁ ପଛେ ବାହାରର ଭକତ୍‌କୁଁ ଅନୁମତି ମିଲିଛେ ।

ବଲାଙ୍ଗିରନେ ଜିଲ୍ଲାପାଳକଁର ନିର୍ଦ୍ଦେଶ ଉତାରୁ ଭିଲ୍ କେତନି ମନ୍ଦିର ନାଇଁ ଖୁଲାଯାଇ । ଯେନଥିର ଲାଗି ଭକତ୍ ମାହାପୁରକଁର ବିନା ଦର୍ଶନନେ ଫିରିଥିଲେ । ବଲାଙ୍ଗିରର ପାଟଣେଶ୍ୱରୀ ଆର ସମଲେଇ ମନ୍ଦିର ଦର୍ଶନ ଲାଗି ଆସିକରି ବନ୍ଦ ଥିବାରନୁ ଫିରିଥିଲେ ଶ୍ରଦ୍ଧାଲୁ । ପ୍ରଶାସନିକ୍ ଚିଠି ମନ୍ଦିର ପ୍ରଶାସନକେ ନାଇଁ ଦିଆଯାଇଥିବାରନୁ ଏନ୍ତା ଅସବିଧା ହେଇଥିବାର ଜନାପଡିଛେ ।

Leave A Reply

Your email address will not be published.