ଆଏଜ୍ ଶପଥ ନେବେ ବାଇଡେନ୍‌-ହାରିସ୍‌

ନୂଆଁ ନିର୍ବାଚିତ୍ ହେଇଥିବାର ଆମେରିକାର ରାଷ୍ଟ୍ରପତି ଆରୁ ଉପରାଷ୍ଟ୍ରପତି ନେବେ ଶପଥ, ସବୁ ପ୍ରସ୍ତୁତି ଶେଷ

0

ଆମେରିକାର ନୂଆଁ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି କମଳା ହାରିସ ଦାୟିତ୍ୱ ନେବେ ଆଏଜ୍ । ବୁଧବାର ଦିନ୍ ଦୁହିଜନ୍ ଶପଥ ନେବେ ଆରୁ ଇଥିର ଲାଗି ସବୁ ପ୍ରସ୍ତୁତି ସରିଛେ । ଦେଶନେ କରୋନା ମାମଲା ଫେର୍ ବଢିଥିବାର ବେଲକେ କରୋନା ନିୟମ୍‌କେ ମାନିକରି ଶପଥ ଗ୍ରହଣ ଉତ୍ସବ କରାଯିବା । ପହେଲା ଥର ଲାଗି ଉଦ୍‌ଘାଟନୀ ପରେଡ୍ ନାଇଁ କରାଯାଇକରି ଆଭାସୀ ପରେଡ୍‌ର ବେବସ୍ଥା କରାଯାଇଛେ । ଶପଥ ଉତ୍ସବର ଲାଇଭ୍ ଟେଲିକାଷ୍ଟ ପ୍ରସାରିତ କରାଯିବା । ଦେଶବାସୀ ନିଜର ଘରେ ଥାଇକରେ ଟିଭି ମାଧ୍ୟମନେ ପରେଡ୍‌ନେ ସାମିଲ ହେଇପାରବେ । ଇତାର ସାଙ୍ଗେ ଭିନ୍ ଭିନ୍ ସାଂସ୍କୃତିକ୍ କାର୍ଯ୍ୟକ୍ରମର ଆୟୋଜନ୍ କରାଯାଇଛେ । ସେଆଡେ ଉତ୍ସବନେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ନାଇଁ ରହେବାର ନେଇକରି ନିଶ୍ଚିତ୍ ହେଇଛେ । ସେଆଡେ ଉପରାଷ୍ଟ୍ରପତି ମାଇକ୍ ପେନ୍‌ସକଁର ସାଙ୍ଗେ ଆଘରର ରାଷ୍ଟ୍ରପତି ବରାକ୍ ଓବାମା, ବିଲ୍ କ୍ଲିଣ୍ଟନ୍ ଆରୁ ଜର୍ଜ ବୁଶ୍ ଉପସ୍ଥିତ ରହେବାର ନେଇକରି ଜନାପଡିଛେ ।

Leave A Reply

Your email address will not be published.