ଭେଡେନ୍ ଥାନାନେ ମାର୍‌ପିଟ୍‌

ପୁଲିସ୍ ଆରୁ ଗାଁରଲୋକ୍ ମୁହାଁମୁହିଁ, ୩ ଘଣ୍ଟା ତକ୍ ଲାଗିରହିଥିଲା ମାର୍‌ପିଟ୍‌

0

ବରଗଡ଼ ଭେଡେନ୍ ଥାନାନେ ଗୁଟେ ହତ୍ୟା ଘଟନାକେ ନେଇକରି ଝମେଲିଆ ସ୍ଥିତି । ବୁରଦା ଗାଁର କିଛି ଲୋକ୍ ଥାନାନେ ଢୁକି କରି ଭଙ୍ଗାରୁଜା କରବାର ସାଙ୍ଗେ ପୁଲିସ କର୍ମୀକୁଁ ଭିଲ୍ ମରାପିଟା କରିଛନ୍ । ସାମ୍ବାଦିକକଁର ଉପରକେ ଭିଲ୍ ମାଡ୍ ମାରିଥିବାର ବେଲକେ ଖଣିଆଁ ଖାବରା ହେଇଛନ୍ ବହୁତ୍ ଜନ୍ । ସୂଚନା ହିସାବେ ଭେଡେନ୍ ଥାନା ବୁରଦା ଗାଁର ଜିତୁ ନାଏକ ନାଁର ଜନକଁର ମଲାଦେହ ଉଦ୍ଧାର କରିଥିଲା ପୁଲିସ । ତାକୁଁ ହତ୍ୟା କରାଯାଇଥିବାର ନେଇକରି ପରିବାର ଲୋକ ଅଭିଯୋଗ କରବାର ସାଙ୍ଗେ ଇନେଇକରି ଏସପିକୁଁ ଭିଲ୍ ଜନେଇଥିଲେ ।

ହେଲେ ଘଟନାକେ ୪ ମାସ ପୂରିଯାଇଥିଲେ ଭିଲ୍ ଅଭିଯୁକ୍ତକୁଁ ପୁଲିସ ଧରିନାଇଁପାରି । ଯାର ବାଦ୍ ବୁରଦା ଗାଁର ଲୋକ ମିଶିକରି ମଙ୍ଗଲବାର ଥାନା ଘେରଉ କରିଥିଲେ । ପୁଲିସ ଭିଲ୍ ଭିଡ୍ ହଟାବାର ଲାଗି ଲାଠି ଚାର୍ଜ କରିଥିଲା । ପୁଲିସ ଆରୁ ଜନତା ଦୁହିଁକଁର ଭିତରେ ମାରପିଟ୍ ତକ୍ କଥା ଉତରିଥିଲା । ପାଖାପାଖି ୩ ଘଣ୍ଟା ତକ୍ ଘଟନା ଜାଗାନେ ମାଡପିଟ୍ ହେଇଥିଲା । ସ୍ଥିତି ସୁଧରାବାର ଲାଗି ଘଟନା ଜାଗାନେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସକୁଁ ଜଗାଯାଇଥିଲା । ଆଶର ପାଶର ଜାଗାନେ ଲୁକକଁର ଭିତରେ ଡର ଖେଲିଯାଇଥିଲା ଏନ୍ତା ଘଟନା ବାଦ୍ ।

Leave A Reply

Your email address will not be published.