ସମ୍ବଲପୁରନେ ଜେଲ୍ ଭରୋ ଆନ୍ଦୋଲନ୍‌

ଦୁଇ ବିଧାୟକ୍‌କଁର ସାଙ୍ଗେ ୩୦ନୁ ଅଏତକା ବିଜେପି କର୍ମୀକୁଁ ଗିରଫ୍ କଲା ପୋଲିସ୍‌

0

ସମ୍ବଲପୁରନେ ବିଜେପି କର୍ମୀ ଆର ପୁଲିସ ସାମ୍ନାସାମ୍ନି । ଜିଲ୍ଲାପାଳକଁର ଅଫିସ ଆଗାଡେ ବିଜେପି କୃଷକ ମୋର୍ଚ୍ଚା ଆଡୁ ଜେଲ୍ ଭରୋ ଆନ୍ଦୋଲନ୍ । ଚାଷୀ ମାନକଁର ଭିନ୍ ଭିନ୍ ଦାବି ନେଇକରି ଆନ୍ଦୋଲନ୍ କରୁଥିବାର ବିଜେପି କର୍ମୀ ଜିଲ୍ଲାପାଲକଁର ଅଫିସ୍ ଭିତରକେ ଜବରଦସ୍ତି ପଶିଥିଲେ । ଇ ଘଟନାନେ ପୁଲିସ ଦୁଇ ଜନ୍ ବିଧାୟକକୁଁ ଗିରଫ୍ କରବାର ସାଙ୍ଗେ ୩୦ନୁ ଅଏତକା ବିଜେପି କର୍ମୀକୁଁ ଭିଲ୍ ଗିରଫ୍ କରିଛେ । ବିଧାୟକ ଜୟନାରାୟଣ ମିଶ୍ର ଆର ରେଙ୍ଗାଲି ବିଧାୟକ ନାଉରୀ ନାୟକକୁଁ ଗିରଫ କରିଛେ ପୁଲିସ୍ ।

ସେଆଡେ ଏନ୍ତା ଘଟନା ବାଦ୍ ଜିଲ୍‌ଲାପାଳକଁର ଅଫିସ୍ ଆଗାଡେ ଜନେ ଅତିରିକ୍ତ ଏସପି, ୩ ଜନ୍ ଡିଏସ୍‌ପି ଆର ୧୦ ପ୍ଲାଟୁନ୍ ପୁଲିସ ରହିଛନ୍ ଦାୟିତ୍ୱନେ । ଆନ୍ଦୋଲନନେ ୩୫୦ ଜନ୍ ବିଜେପି କର୍ମୀ ସାମିଲ ହେଇଥିଲେ । ଇହାଦେ ରାଜ୍ୟନେ ଧାନ୍ ଘିନା କାମ୍ ମୁଲ ହେଇଥିବାର ବେଲକେ ମଣ୍ଡି ସମସ୍ୟା ଆରୁ କଟନି ଛଟଦି ଚାଲିଥିବାର ନେଇକରି ସଂଗଠନ୍ ଆଡୁ ଅଭିଯୋଗ ହେଇଛେ । ଗଲା ୧୮ ତାରିଖନେ ଭିଲ୍ ସମାନ୍ କଥାକେ ନେଇକରି ଜିଲ୍ଲା ବିଜେପି ଆଡୁ ଯୋଗାଣ ଅଧିକାରୀକଁର ଅଫିସ୍ ଘେରଉ କରାଯାଇଥିଲା । ଦଲ୍ ଆଡୁ ଚାଷୀକଁର ଦାବି ନେଇକରି ଆନ୍ଦୋଲନକେ ଉତରିଥିବାର ବେଲେ ଘଟନା ଜାଗାନେ ଝମେଲିଆ ସ୍ଥିତି ବନିଥିଲା ।

Leave A Reply

Your email address will not be published.