ଆର ଗୁଟେ ଦାନ ମାଝୀ

କାଣା ହେଲା ଯେ ମାଁର୍ ମଲାଦେହେ ହାତେ ବୁହିକରି ନିଜେ ନେଇକରି ଦାହସଂସ୍କାର କଲେ ଇ ବ୍ୟକ୍ତି

0

ଗାଁର ଲୁକେ କେନସି କଥା ଲାଗି ଏକଘରକିଆ କରିଦେଇଥିଲେ । ଜାତିଭାଇ ଖାଲି ଏକଘରକିଆ ନାଇଁ କରି ଶେଷେ ଗୁଟେ ମଲାଦେହକେ ଭିଲ୍ ଅସମ୍ମାନ୍ କରିଛନ୍ । ଆର ଇ ସବୁ ଭିତରେ ଏକଲା ପୁଓ ନିଜେ ମାଁର ମଲାଦେହ ଧରିକରି ଶ୍ମଶାନକେ ନେଇକରି ଦାହ କରିଛନ୍ । ଇ ଘଟନାଟା ଇହାଦେ ଚର୍ଚ୍ଚା ବନିଛେ । କଳାହାଣ୍ଡି ଦାନ ମାଝି ଘଟନା ଫେର୍ ଘାଏ ଦେଖବାର ଲାଗି ମିଲିଛେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖମନମୁଣ୍ଡା ପଂଚାୟତର ଗୁଣୁଚିତରା ଗାଁର ପ୍ରସନ୍ନ ପୁଟାକଁର ମାଁକୁଁ ଶେଷ୍ ସମିଆଁନେ ନାଇଁ ମିଲଲା ଚାରିଖଁନ୍ଧ ।

ନା ଲାଗରଲେସର ଆସିକି ଠିଆ ହେଲେ ନା ହିଁ ଜାତିଭାଇ । କେନସି କଥା ଲାଗି ଗାଁର ଲୁକେ ଏକଘରକିଆ କରିଦେଇଥିଲେ ପ୍ରସନ୍ନକଁର ପରିବାରକୁଁ । ତେଲ୍‌, ନୁନ୍ ସଂସାରନୁ ଖାଲି ଅଲଗା ନାଇଁକରି ଶେଷ୍ ସମିଆଁନେ ଭିଲ୍ ଏକଲା କରିକିନା ଛାଡିଦେଲେ । ଗଲା ତିନ୍ ମାସ୍ ତଲେ ବାପା ଶ୍ରୀଧର ପୁଟାକଁର ମୃତ୍ୟୁ ହେଇଥିଲା , ସେତେବେଲେ ତାକଁର ଦାହସଂସ୍କାର କରବାର ଲାଗି କେହି ଜାତିଭାଇ ନାଇଁ ଆସିଥାଇ । ଆରୁ ସ୍ୱାମୀକଁର ବାଟେ ସ୍ତ୍ରୀ ପଦୁକେଶି ଭିଲ୍ ଚିନ୍ତାନେ ଚାଲିଯାଇଥିଲେ । ଆରୁ ଇଥର ଭିଲ୍ କେହି ଜାତିଭାଇ ଖଁନ୍ଧ ଦେବାର ଲାଗି ନାଇଁ ବାହାରିଥିଲେ । ଯେନଥିର ଲାଗି ବାଧ୍ୟ ହେଇକରି ପ୍ରସନ୍ନ ନିଜେ ମାଁର ମଲାଦେହ ହାତେ ବୁହିକରି ଶ୍ମଶାନ୍ ଯାଇକରି ମାଁର ଶେଷ୍‌କୃତ୍ୟ କରିଛନ୍ । ଗାଁର ସରପଂଚ ଏନ୍ତା ଘଟନା ଖବର ପାଇକରି ନିଜେ ଶ୍ମଶାନକେ ଯାଇକରି ଶବଦାହ କରବାରନେ ସାହାଜ୍ କରିଥିଲେ ।

ସେଆଡେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଡଙ୍ଗାଝୋଳ ଗାଁନେ ଭିଲ୍ ସମାନ୍ ଚିତ୍ର ଦେଖବାର ଲାଗି ମିଲିଛେ । ଦୁଶରା ଜାତିନେ ବିହା ଦେଲେ ବଲି ଗୁଟେ ପରିବାରକେ ଏକଘରକିଆ କରିଦେଇଥିଲେ ଗାଁର ଲୋକ୍ । ଇଠାନେ ଭିଲ୍ ମଲାଦେହକେ ଖଁନ୍ଧ ଦେବାର ଲାଗି କେହି ନାଇଁ ବାହାରିବାରନୁ ଝିଅ ଜ୍ୱାଇଁ ବାପାକଁର ମଲାଦେହକେ କ୍ଷେତେ ତୁପି ଦେଇଛନ୍ । ଗାଁର ଉମେଶ ମହାକୁଡକଁର ଝିଅ ଦୁଶରା ଜାଏତ୍ ବିହା ହେଇଥିଲେ ବଲି ତାକୁଁ ଏକଘରିକିଆ କରିଦେଇଥିଲେ ଗାଁର ଲୋକ୍ । ଇହାଦେ ଭିଲ୍ ଆମର ସମାଜନେ ଜାତି ଅଜାତି ଅନ୍ଧବିଶ୍ୱାସ୍ ରହିଛେ ଆର ଏକଘରକିଆ କରବାର ଲେଖେଁ କଥାକରିକିନା ଏନ୍ତା କାମ୍ ସବୁ କରୁଛନ୍ । ଆଜିର ସମାଜନେ ଭିଲ୍ ଯଦି ଲୋକ୍ ଇ ସବୁ ଖରାପ୍ ପ୍ରଥା ଧରି ରଖବେ ତ ଆମର ସମାଜ କେତେ ସୁନ୍ଦର ହେଇପାରବା ସେଟା ବାରି ହେଇଯାଉଛେ ।

Leave A Reply

Your email address will not be published.