ଡିଏସପି ହିମା ଦାସ

ସ୍ପ୍ରିଣ୍ଟରନୁ ଡିଏସପି ପଦ୍ କେନ୍ତା ପାଏଲେ ଭାରତୀୟ ଖେଳାଳି ହିମା ଦାସ

0

ହିମା ଦାସ, ବୟସ୍ ୨୧ ବରଷ୍ । ଆସାମ୍‌ର ନାଗାଓଁ ଜିଲ୍ଲାର ଢିଙ୍ଗଠାନେ ରଞ୍ଜିତ୍ ଦାସ ଆରୁ ଜୋନାଲି ଦାସ୍‌କଁର କୁଲେ ଜନମ୍ ହେଇଥିବାର ଟୁକେଲ ଯେ ଦିନେ ଦେଶ ଲାଗି ଏତକି ନାଁ ଆନିଦେବା କେହି କେଭେ ଭାବି ନାଇଁଥାଇ । ସ୍ପିଣ୍ଟର ହିସାବେ ଜନା ହିମା କମନ୍ ୱେଲ୍‌ଥ ଗେମ୍‌ନୁ ନେଇକରି ଏସିଆନ୍ ଗେମ୍‌, କି ସେ ଅଣ୍ଡର ୨୦ ୱାର୍ଲଡ ଚାମ୍ପିୟନ୍‌ସିପ୍ ହେଉ ସବୁଥି ମେଡାଲ୍ ଜିତି କରି ଦେଶର ନାଁ କରିଛନ୍ ହିମା । ଆରୁ ଇ ବୟସଥି ତାକଁର କାମ୍ ଲାଗି ଇହାଦେ ତାକୁଁ ଆସାମ୍ ସରକାର ରାଜ୍ୟ ପୁଲିସ୍ ବିଭାଗନେ ଡିଏସ୍‌ପି ପଦ୍‌ନେ ନିଯୁକ୍ତି ଦେଇଛନ୍ । ଗୁଟେ କାର୍ଯ୍ୟକ୍ରମ୍ ନେ ତାକୁଁ ଆସାମ୍ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଆନୁଷ୍ଠାନିକ୍ ଭାବେ ନିଯୁକ୍ତି ଦେଇଛନ୍ । ଇ ଅବସରନେ ତାକୁଁ ଶୁଭେଚ୍ଛା ଜନେଇଛନ୍ ତାକଁର ଶୁଭେଚ୍ଛୁ ମାନେ । ଡିଏସପି ପଦ୍ ପାଏଲା ଉତାରୁ ହିମା ଗଣମାଧ୍ୟମକେ ଦେଇଥିବାର ପ୍ରତିକ୍ରିୟାନେ କହିଛନ୍ କହିଛନ୍ ଯେ, ଛୁଆ ଦିନୁ ପୁଲିସ ବିଭାଗ୍‌ନେ କାମ୍ କରବାର ସପନ୍ ଦେଖୁଥିଲେ । ଆଏଜ୍ ପୁଲିସ୍ ଡ୍ରେସ୍ ପିନ୍ଧବାର ସେ ସପନ୍ ପୁରା ହେଇଛେ ଆରୁ ଆଗକେ ଦେଶ ଲାଗି କାମ୍ କରବାର ସୁଯୋଗ ଭିଲ୍ ପାଇଥିବାର କହିଛନ୍ ସେ । ସେ ଇଠାନେ ଆରଗୁଟେ କଥା ଭିଲ୍ ସ୍ପଷ୍ଟ କରିଛନ୍ ଯେ , ଇହାଦେ ସେ ଖେଲ୍ ସାଙ୍ଗେ ଯୁଡିହେଇକରି ରହେବେ ।

ଭବିଷ୍ୟତନେ ଖେଲନୁ ଅବସର ନେଲେ ସେ ପୁଲିସ୍ ବିଭାଗନେ ଯୋଗ ଦେବେ । ଇହାଦେ ତାକଁର ମୁଖ୍ୟ ଫୋକସ୍ ରହେବା ଖେଲ୍ ଲାଗି ବଲି ସେ ଜନେଇଛନ୍ । ଆଗକେ ଅଲମ୍ପିକ୍ ପ୍ରତିଯୋଗିତା ହେବାକେ ଥିବାର ବେଲକେ ଇଥିରେ ଭାଗ ନେବାର ଲାଗି ଜୋରଦାର ଅଭ୍ୟାସ୍ ଚଲେଇଛନ୍ ହିମା । ଦିନେ ଗୁଟେ ମାସ୍‌ଥି ପାଂଚଟା ପଦକ୍ ଜିତକରି ଚର୍ଚ୍ଚାନେ ରହିଥିବାର ହିମା ଇହାଦେ ପୁଲିସ୍ ବିଭାଗନେ କାମ୍ କରବାର ସୁଯୋଗ ପାଇଛନ୍ । ହିମା ପୁଲିସ୍ ବିଭାଗ୍‌ନେ ପଦ୍ ମିଲଲା ଉତାରୁ ଇହାଦେ ଖେଳପ୍ରେମୀକଁର ଭିତରେ ଇଟା ଗୁଟେ ବଡ୍ ପ୍ରଶ୍ନ ରହିଥିଲା ଯେ କାଣା ହିମା ଖେଲ୍ ଜଗତ୍ ଛାଡି ଦେଇଛନ୍ । ଯାର ଉତ୍ତର ରଖିଛନ୍ ହିମା ଆରୁ ସେ ଖେଲ ଦୁନିଆଁ ନାଇଁ ଛାଡବାର ବଲି କହିଛନ୍ । ଇତାର ଆଘୋନୁ ଭିଲ୍ ବହୁତ୍ ଖେଲାଲିକୁଁ ପୁଲିସ୍ ବିଭାଗ ହେଲା କି ମିଲିଟାରୀ ବିଭାଗ ମାନକେ ନିଯୁକ୍ତି ଦିଆଯାଇସାରିଛେ । ଇହାଦେ ହିମା ଦାସକୁଁ ଭିଲ୍ ଗୁଟେ ସମ୍ମାନ୍ ହିସାବେ ଡିଏସପି ପଦ୍ ଦିଆଯାଇଛେ । ହିମା ଆଗକେ ଅଲମ୍ପିକ୍ସ ଖେଲ୍ ଲାଗି ଅଭ୍ୟାସ୍ ଜାରି ରଖିଛନ୍ ।

Leave A Reply

Your email address will not be published.