ସମଲେଶ୍ୱରୀ ମନ୍ଦିର୍‌ ଲାଗି ଆସଲା ୨କୋଟି

ଯାତ୍ରୀ ନିବାସ ଆର୍‌ ଭୋଗ ମଣ୍ଡପ୍‌ର କରାଯିବା ବିକାଶ୍‌

0

ସମ୍ବଲପୁର୍‌ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀକଁର୍‌ ମନ୍ଦିର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ଆଡୁ ୨କୋଟି ଟଙ୍କା  ପର୍ଯ୍ୟଟନ୍‌ ବିଭାଗ୍‌କେ ଦିଆଯାଇଛେ । ସବୁ ବଛର ସମଲେଶ୍ୱରୀ ଗୁଡିକେ ଦେଶ ଆର ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ୍‌ ଦର୍ଶନ୍‌ ଲାଗି ଆସିଥିସନ । ଗଲା ବଛର ରିପୋର୍ଟ ହିସାବେ ସମ୍ବଲପୁରକେ ୪ଲାଖ୍‌ ୬୩ହଜାର ୫୫୭ଜନ ପର୍ଯ୍ୟଟକ୍‌ ଆସିଥିଲେ ଆର ସେ ଭିତରୁ ୯୮୧ଜନ ବିଦେଶୀ ପର୍ଯ୍ୟଟକ୍‌ ଭିଲ ଥିଲେ । ସବୁ ବଛର ପର୍ଯ୍ୟଟକ୍‌ ମାନକଁର ସଂଖ୍ୟା ବଢ୍‌ବାରକେ ନେଇକରି ରାଜ୍ୟ ସରକାର୍‌ ଯାତ୍ରୀ ମାନକଁର ସୁବିଧା ଲାଗି ଯାତ୍ରୀ ନିବାସ୍‌ର ବିକାଶ୍‌ କାମ୍‌ କରବାରକେ ପଦକ୍ଷେପ ନେଇଛନ୍‌, ଯେନଥି୍‌ ୨ଟା ଡରମିଟୋରି ସାଙ୍ଗେ ୫୦ବଖରାଥି ୪୦ଟା ବେଡ୍‌ ସୁବିଧା କରାଯିବା । ଆର ସମଲେଇ ମନ୍ଦିରନେ ଫି ବଛର ନେ ହେଉଥିବାର ପୂଜା ପରବନ ଯେନେତାକି ନୂଆଖାଇ, ନବରାତ୍ରୀ, ମହାଲୟା ସମିୟାନେ ଭକତକଁର ଭିଡ୍‌ ଯମିଥିସି ସେଥିର ଲାଗି ଯାତ୍ରୀ ନିବାସ ସାଙ୍ଗେ ସାଙ୍ଗେ ସମଲେଇ ଗୁଡିନେ ଥିବାର ଭୋଗ ମଣ୍ଡପର ବିକାଶ୍‌ ଭିଲ କରାଯିବା । ଯେନେ ଏକାସାଙ୍ଗେ ୫୦୦ଲୋକକଁର ଖାଏବାର ବ୍ୟବସ୍ତା କରାଯିବା । ସେଥିର୍‌ ଲାଗି କିଛିଦିନ୍‌ ଆଗରୁ ପର୍ଯ୍ୟଟନ୍‌ ବିଭାଗ୍‌ ଆଡୁ ଜାଗା ବଛା ଯାଇଥିବାର ଖବର ମିଲିଛେ ।

 

Leave A Reply

Your email address will not be published.