ରେକର୍ଡନେ ଗୁଟେ ଆର ବାହାରେ ଗୁଟେ

ବରଗଡ଼ନେ ତୁପି ହେଇଗଲାନ ଅଧାନୁ ଅଧିକ୍ ବଁଧ କଟା, ପ୍ରଶାସନର ନାଇଁନ ନିଘା

0

ପ୍ରାୟ୍ ସହର ମାନକେ ବଁଧ ହେଉ କି କଟା ନାଇଁ ହେଲେ ଜୋର୍‌ଟେ ଥିବା । ଆଘୋ ଲୋକ୍ ଇ ବଁଧ କଟା ଉପରେ ଭରଷି କରି ଚଲୁଥିଲେ । ଖାଏବାର, ପିଇବାରନୁ ନେଇକରି ଉହ୍ନିଆଁ କାମେ ଲଗଉଥିଲେ ବଁଧର ପାଏନ୍ । ପଶ୍ଚିମ ଓଡ଼ିଶାର ପୁରନା ସହର ବରଗଡ଼ନେ ଭିଲ୍ ରହିଛେ ୨୩ନୁ ଅଏତକା ବଁଧ୍ କଟା । ଜିଲ୍ଲା ଦେଇକରି କେନାଲ୍ ଯାଇଥିଲେ ଭିଲ୍ ଲୁକେ ବଁଧର ପାଏନ୍ ବେଭହାର କରୁଥିଲେ । ଇଠାନେ ପାଏନ୍ ଲାଗି କେନ୍‌ସି ସମସ୍ୟା ନାଇଁ ରହୁଥାଇ ଆଘୋନୁ, ଆରୁ ବଁଧ ମାନକଁର ଲାଗି ସହରର ପରିବେଶ ସନ୍ତୁଲିତ୍ ରହୁଥିଲା । ପୌରପାଳିକା ରେକର୍ଡ ହିସାବେ ସହରେ ୨୩ଟା ବଁଧ କଟା ରହିଥିବାର ରେକର୍ଡନେ ଲେଖାଯାଇଛେ ।

ଇ ସବୁ ବଁଧ କଟା ଲାଗି ଯେତେ ବର୍ଷାଝରି ହେଲେ ଭିଲ୍ ପାଏନ୍ ସହର ଭିତରେ ନାଇଁ ଜମା ହେଇକରି ଇ ସବୁ ବଁଧକେ ପଲଉଥିଲା । ହେଲେ ଇହାଦେ ସହରର ରୂପରଁଙ୍ଗ୍ ବଦଲିବାର ସାଙ୍ଗେ ଇ ସବୁ ବଁଧ କଟାର କେନସି ଚିହ୍ନା ନାଇଁନ୍ । ହାତ୍ ଗନତି କେତେଟା ବଁଧ୍ କଟା ଟିକେ ଅଧେ ଠିକ୍‌ଠାକ୍ ଥିବାର ବେଲକେ ବାକିଟା ମାନେ ହଜିଗଲାନ୍ । ରେକର୍ଡନେ ୨୩ଟା ବଁଧ୍ କଟା ରହିଥିବାର କୁହାଯାଉଥିବାର ବେଲେ ଅସଲ୍ ଚିତ୍ରଟା ଦୁଶରା ରହିଛେ । କେତନି ଜାଗାନେ ବଁଧ ସବୁକେ ତୁପିକରି ଘର ଦୁଆର ବନେଇ ଦିଆଯାଇଛେ । କେତନି ଲୋକ୍ ଜବରଦସ୍ତି ଇତାର ଉପରେ ଦୁକାନବାଡି କରିକିନା ଜାଗା ହଡପ୍ କରିଥିବାର ବେଲକେ ଆଉ କେତେନ ବସ୍ତି ଲୋକ୍ ଘର ବନେଇକରି ରହେଲେନ । ଜବରଦଖଲକାରୀକୁଁ ଉଠାଯାଉଥିଲେ ଭିଲ୍ ପ୍ରଶାସନ କି ପୌରପାଳିକା କେହି ଇତାର ଉପରେ ନଜର ନାଇଁ ଦେବାର । ଯେନଥିର ଲାଗି ଧୀରେ ଧୀରେ ଇ ସବୁ ବଁଧ ମାଟି ତଲେ ତୁପି ହେଇକରି ରହିଗଲାନ ।

ଇହାଦେ ଯେନ୍ ଦୁଇ ତିନଟା ବଁଧ ଅଛେ ତାର ଭିତରୁ ଖାଲି ଦାନିକଟାର ବଁଧର ବିକାଶ ଲାଗି କିଛି କାମ୍ ହେଇଛେ ଆର ବାକିଟାର କଥା ନାଇଁ କହେଲେ ଠିକ୍ । ଧନୁଯାତ୍ରା ସମିଆଁନେ କୃଷ୍ଣକଁର ନାବକେଳି କରାଯାଉଥିବାର ମାନାବଁଧର ହାଲତ ଅଏତକା ଖରାପ୍ ହେଇକରି ପଡିଛେ । କେନାଲ୍ ମାନକେ ଜମିର ବିଷାନ୍ ସାର୍ ମିଶା କେମିକାଲ୍ ପାଏନ୍ ଛଡାଯାଉଛେ ଯେନଟା ବେଭାର କଲେ ଲୁକେ କେନ୍ସର ଲେଖେଁ ବେମାରନେ ଭିଲ୍ ପଡୁଛନ୍ । ବରଗଡ଼ ଜିଲ୍ଲା କେନ୍ସର ରୋଗୀକଁର ଘର ବନିଛେ ଇହାଦେ । ଇ ସବୁ ଜାଗାନେ ମଏଲା କେଚରା କରବାର ସାଙ୍ଗେ ବଁଧ କଟା ଉପରେ ଗୁରୁତ୍ୱ ନାଇଁ ଦିଆଯାଉଥିବାର ଅଭିଯୋଗ ହେଉଛେ । କେନ୍ସର ହସ୍ପିଟାଲ ଲାଗି ଫିଦିନ୍ ଭିନ୍ ଭିନ୍ ସଙ୍ଗଠନ୍ ଆଡୁ ଦାବି କରାଯାଇ ଆସୁଛେ , ହେଲେ ଅସଲ୍ ଜିନିଷ୍ ଉପରୁ ପ୍ରଶାସନ୍ ଆଉ ଆଶର ପାଶର ଲୁକକଁର ନଜର ନାଇଁନ । ଯେନଥିର ଲାଗି ବେମାରି ଭିଲ୍ ଦେଖାଯାଉଛେ ଆର ଇତାର ପ୍ରଭାବ ପରିବେଶ ଉପରେ ପଡୁଛେ ।

ଖାଲି ବରଗଡ଼ ନୁହେଁସେ ପଡୋଶୀ ଜିଲ୍ଲା ବଲାଙ୍ଗିରନେ ଭିଲ୍ ବଁଧ କଟାର ସୁରକ୍ଷା ନାଇଁ କରାଯାଉଥିବାରନୁ ଇହାଦେ ବଁଧ ମାନେ ତୁପି ହେଇଗଲାନ ତ ଆର କେନନେ ବଁଧର ଅବସ୍ଥା ଦେଖିନାଇଁ ହୁଏ । ଲୋକ୍ ପ୍ରାୟ ଜାଗାନ ବଁଧ କଟାନେ ମଏଲା କେଚରା ପକେଇ କରି ତାର ଅବସ୍ଥା ଖରାପ୍ ଦେଉଛନ୍ । ଇଆଡେ ଯେ ସହରେ ଥିବାର ବଁଧ ମାନେ ତୁପି ହେଇଯିବାରନୁ ପରିବେଶ ଉପରେ ଭିଲ୍ ଇତାର ପ୍ରଭାବ ପଡୁଛେ । ଏନ୍ତାଥି ପ୍ରଶାସନ୍ ଯଦି ଇତାର ଉପରେ ଧ୍ୟାନ୍ ଦେଇକରି କେନସି ପଦକ୍ଷେପ୍ ଜଲଦି ନାଇଁନେଲେ ଇଟା ଅଗକେ ଆହୁରି ଖରାପ୍ ହେଇତେଲ୍ ଯିବା ।

Leave A Reply

Your email address will not be published.