୨୦୨୦ ନେ ଓଡିଶାର୍ ଟୁକେଲ୍ ପାୱାର୍‌

ଏନ୍ତା କେନସି କାମ୍ ନାଇନ ଯେନ୍‌ଟାକେ ଟୁକେଲ୍ ମାନେ ନାଈ ପାର୍‌ନ୍

0

ନାରୀ…..ଯାହକେ ଦୁନିଆ କହେସି ଆଦିଶକ୍ତି …… ଯାହାର୍ ନୁ ଇ ସଂସାର୍ ର ସୃଷ୍ଟି । ମାଁ , ଝି ,ବହ ,ବହେନ୍ , ମାଉସି ,ପିଉସି ଇ ସବୁ ଯାକ ହେଉଛେ ନାରୀ ର୍ ଗୁଟେ ଗୁଟେ ରୂପ୍ । ଏନ୍ତା ସବୁ ରୂପଥି ନାରୀ ଇ ସାରା ସଂସାର୍ କେ ସମ୍ପର୍କ ର ଡୋରୀ ନେ ବାନ୍ଧି କରି ରଖିଛେ ….. ଏକ୍ କରିକି ରଖିଛେ । ଇ ସଂସାରର୍ ସବୁ ଶକ୍ତି ର ଉତ୍ସ ହେଉଛେ ନାରୀ । ସେ ଜନମ ଦେସି , ଲାଲନ ପାଲନ୍ କରିକିନା ବଢାସି, ଆର୍ ଉତ୍‌ପାତ୍ ହେଲେ ଦୂର୍ଗା ବାଗିର୍ ବିନାଶ୍ ବି କର୍‌ସି । ହେଥିର୍‌ଲାଗି ଦୂନିଆ ନାରୀ କେ ବ୍ରହ୍ମା , ବିଷ୍ଣୁ ଆର୍ ମହେଶ୍ୱର୍ ସାଙ୍ଗେ ସମାନ ବଲିକରି କହେସି । ତାର୍ ବିନା ଇ ସଂସାର୍ ସଂସାର୍ ନାଇ ରହେ । ସେଥିର୍ ଲାଗି ନାରୀ କେ ନାରାୟଣୀ ବଲିକରି କୁହାଯାଏସି । ଆଉ ଆଜିର୍ ନାରୀ କାହାରି ନୁ କମ୍ ନାଇସେ । ସେ ସବୁ ଦିଗେ ତାର୍ ଗୁଟେ ଅଲଗା ପରିଚୟ ତିଆରି କରିଛେ । ଝିଅ ମାନକୁଁ ଦୁର୍ବଲ ଭାବୁଥିବାର୍ ଲୋକ୍‌ମାନକୁଁ ସେ ଆଜି ଭୁଲ୍ ପ୍ରମାଣିତ୍ କରିଦେଇଛେ । ସେ ଯଦି ଗୁଟେ ଜୀବନ୍ ଦାନ୍ ଦେଇ ପାରୁଛେ ତାର୍ ଲାଗି ଆର କାଣା ଅସମ୍ଭବ୍ ଆଏ । ସେ ସବୁକାମେ ଧୁରନଧର୍ । ସବୁ କ୍ଷେତ୍ର ନେ ସେ ଆଜି ବଡ ବଡ୍ ଲୋକମାନକୁଁ ପଛେ ପକେଇ ଦେଇଛେ । ସେଟା ପାଠ୍ ପଢା ହେଉ କି ଖେଲ୍ କୁଦ୍ କି ନାଚ୍‌ଗୀତ୍ କି ଆଉ ବାକି ସବୁ କାମ୍ ହେଉ କାହାରିର୍ ୍ ନୁ ସେ ଇହାଦେ ତଲେ ନାଇନ । ଆଜିର୍ ନାରୀ ଖନ୍ଧ୍ ଥି ଖନ୍ଧ୍ ମିଶେଇ କରି ଆଗ୍‌କେ ବଢୁଛେ । ବୈଦିକ୍ ଯୁଗ୍‌ନୁ ନାରୀ କେ ଦେବୀ ରୂପ୍‌ନେ ପୂଜା କରାଯାଏସି । ଆର୍ ଆଜି ସେ ସବୁ କାମେ ଆଗେ ରହିକରି ସବୁ ପରିସ୍ଥିତି ର ମୁକାବିଲା କରିକିନା ଆଜିର ଘର୍ ନୁ ମୁଲ୍ କରି ସଂସାର୍ ତକ୍ ଚଲେଇ ପାରିଛେ । କେତେବେଲେ ସେ ସୀତା ତ କେତେବେଲେ ସେ ସାବିତ୍ରୀ , କେତେବେଲେ ଦ୍ରୌପଦୀ ତ କେତେବେଲେ ମନ୍ଦୋଦରୀ । କେତେବେଲେ ଇନ୍ଦିରା ଗାନ୍ଧୀ ତ କେତେବେଲେ ମାର୍ଗାରେଟ୍ ଥାଚର୍ । କେତେବେଲେ ଏଞ୍ଜେଲା ମରକେଲ୍ ତ ଆର୍ କେତେବେଲେ କମ୍‌ଲା ହାରିସ୍ । କେତେବେଲେ ରମାଦେବୀ ତ ଆର୍ କେତେବେଲେ ପାର୍ବତୀ ଗିରି ।

 


ସମିଆର୍ ପହେଲାନୁ ଆଏଜ୍ ତକ୍ ନାରୀ ମାନେ ସମାଜର୍ ବହୁତ୍ ବଡ ବଡ ଉଚ୍ଚା ଆସନ୍ ମାନକୁଁ ବସିଛନ୍ । ବାକି ଇହାଦେ ଭିଲ୍ ଝିଅ ମାନକୁଁ ନେଇକରି ଆମର୍ ସମାଜ୍ ନେ ବହୁତ୍ ଭୁଲ୍ ଚିନ୍ତା ଧାରା ରହିଛେ । ହେଲେ ସେ ସବୁ ଅସବିଧା ଆର୍ ସମାଜର୍ ଚିନ୍ତା ଧାରା କେ ଖାତିର୍ ନାଇକରିକିନା ଆମର୍ ରାଏଜର୍ କେତେଟା ମହିଲା ଆର୍ ଟୁକେଲ୍ ଅଛନ୍ ଯେନମାନେ କି ନାରୀ ଶକ୍ତି ର ପ୍ରକୃତ୍ ଉଦାହରଣ ୍ ହେଇପାରିଛନ୍ । ସେମାନେ କରୋନା ମହାମାରୀ ଭିତ୍‌ରେ ଭିଲ୍ ନିଜର୍ କାମ ଲାଗି ସବୁ ଦିଗେ ୍ ସଫଲତା ପାଇପାରିଛନ୍ । ଆମର୍ ରାଏଜର୍ ସେନ୍ତା କେତେଟା ଝି ଆଜିର୍ ଯୁଗେ ଆଗ୍‌କେ ଆସିକରି ସବୁ କାମେ ନାରୀ ଶକ୍ତି ର ପରିଚୟ ଦେଇଛନ୍ । ସେଭିତରୁ କେତେଟା ନାରୀକଁର୍ ବାବ୍‌ଦେ ଜାନମା ଯେନ୍ ମାନେ ନାରୀଶକ୍ତି କେ ଆଗ୍‌କେ ନେଇଛନ୍ । ସେ ଭିତରୁ ପଦ୍ମଶ୍ରୀ ସାବରମତୀ ହେଉଛନ୍ ଜନେ ଯିଏକି ଜନେ ସମାଜ୍‌ସେବୀ ଆର୍ ତାରସାଙ୍ଗେ ଜନେ ପରିବେଶ୍‌ବିତ୍ ଭିଲ୍ ଆନ୍ ସେ ୧୯୯୩ ମସିହା ନୁ ନିଜର୍ ବାପାକଁର୍ ସାଙ୍ଗେ ମିଶିକରି ଚାଷ୍ କାମକରୁଥିଲେ । ସେ ପରିବେଷ ସୁରକ୍ଷା ଉପରେ ଭିଲ୍ କାମ୍ କରିଆସୁଛନ୍ ।

 

 

ଦୂତୀ ଚାନ୍ଦ ଯିଏକି ଆମର୍ ଓଡିଶାର୍ ଝି ଆନ୍ ସେ ୍‌ଅଲମ୍ପିକ୍ ଖେଲ୍‌ଥି ଭାଗ ନେଇକରି ଦେଶ୍ କେ ଗର୍ବିତ୍ କରବାର୍ ସାଙ୍ଗେ ଏସିଆନ୍ ଚମ୍ପିୟେନ୍ ସିପ୍ ନେ ସୁନାର୍ ପଦକ୍ ଜିତିକରି ମା ମାଏଟ୍ ର ନାଁ କେ ଆଗ୍‌କେ ବଢେଇଛନ୍ । ଆର୍ ସେ ଇ ବଛର୍ ଅର୍ଜୁନ୍ ପୁରଷ୍କାର୍ ଥି ସାମ୍ମାନିତ୍ ହେଇକରି ଆମର୍ ଓଡିଶାର୍ ଗରବ୍ ହେଇଛନ୍‌୍ । ଓଡିଶାର୍ ପଦ୍ମୀନି ଭିଲ୍ କାହାର୍‌ନୁ ପଛେ ନାଇରହି ସେ ଅଫ୍‌ଲାଇନ୍ ହେଇଥିବାର୍ ଚେସ୍ ଖେଲ୍ ନେ ଏସିଆନ୍ ଗୋଲ୍ଡ୍‌୍ ମେଡାଲ୍ ଜିତିଛନ୍ । ରାଉରକେଲାର୍ ସଞ୍ଜିତା ମହାପାତ୍ର ସର୍ବଭାରତୀୟ ପ୍ରଶାସନିକ୍ ସେବାନେ ସାରା ଭାରତ୍ ନେ ୧୦ ନଂ ହେଇକରି ରାଏଜର୍ ଗରବ୍ କେ ବଢେଇଛନ୍ । ସେନ୍ତା ଆଉ ଜନେ ମହିଲା ଯିଏ ଦିବ୍ୟାଙ୍ଗ ୍ ହେଲେବି ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ନେ ୧୬୧ନଂ ଯାଗା ପାଇଥିଲେ । ସେ ହେଉଛନ୍ ଜଗତସିଂହପୁର୍ ଜିଲ୍ଲାର୍ ତପସ୍ୱିନୀ ଦାସ୍ । ସେନ୍ତା ଜାତିସଂଘ ନେ ପଲିସି ଅଫିସର୍ ହିସାବେ ନିଯୁ୍‌କ୍ତ ହେଇଛନ୍ ପୁରୀ ର ବୈଶାଳୀ ମହାନ୍ତି ।

 

ତାର୍ ଉତାରୁ ସିଡିଏସ୍ ୨୦୧୯ ପରୀକ୍ଷା ନେ ଭି ଜନେ ଓଡିଶାର୍ ଝି ଯାଗା ପାଇଛନ୍ ସେ ହେଉଛନ୍ ଅଦିତି ପରିଡା ଯିଏକି ପହେଲା ଓଡିଆ ଟୁକେଲ୍ ହିସାବେ ସିଡିଏସ୍ ପରୀକ୍ଷା ନେ ଟପ୍ କରିଛନ୍ । କୋରାପୁଟ ର ସଲୋମୀ ଏସ୍‌ବିଆଇ ର କିଓସ୍କ ଚଲାସନ୍ । ସେ ଲକଡାଉନ ନେ ଭି ସବକର୍ ପାସକେ ବ୍ୟାଙ୍କ ସେବା ପହଁଚେଇ କରି ସବକର୍ ସାହାଯ୍ୟ କରିଥିଲେ । ସେଲ’ର୍ ପହେଲା ମହିଲା ଅଧ୍ୟକ୍ଷା ହିସାବେ ଭୁବନେଶ୍ୱର୍ ର ସୋମା ମଣ୍ଡଲ ନିଯୁକ୍ତି ହେଇଛନ୍ । ସେ ଷ୍ଟିଲ୍ ପ୍ଲାଣ୍ଟ୍ ର ମୁଖ୍ୟ ହିସାବେ ଖାଲି ଭାରତ୍ ର ନୁହେଁ ସାରା ବିଶ୍ୱର୍ ପହେଲା ମହିଲା ଆନ୍ । ଓଡିଶାର୍ ଆର୍ ଜନେ ଝି ଅଂଶୁପ୍ରଜ୍ଞା ଦାସ୍ ସବୁଜ ଯୋଦ୍ଧା ସମ୍ନାନ୍ ପାଇଛନ୍ । ଭାରତ୍ ର ଜୈବବିବିଧତା ସଂରକ୍ଷଣ ଲାଗି ଲେଖିଥିବାର୍ ନୁ ତାକୁଁ ନାଟୱେଷ୍ଟ୍ ଗୃପ୍ ଆର୍ଥ ହିରେଜ୍ ଆୱର୍ଡସ୍ -୨୦୨୦ ନେ ତାଙ୍କୁ ସମ୍ନାନିତ କରାଯାଇଛେ । ଆଉ ଜନେ ଝି କନ୍ଧମାଳ ଜିଲ୍ଲାର୍ ସୁଶ୍ରୀ ସାଇ ପ୍ରଣିତା ମହାନ୍ତି ଜିଲ୍ଲାର୍ ପହେଲା ମହିଲା ଫ୍ଲାଇଂ ଅଫିସର୍ ହେଇଛନ୍ ।

 

ସେନ୍ତା ସୁନ୍ଦର୍‌ଗଡ ଜିଲ୍ଲାର୍ ଖଡିଆ ଜନଜାତି ର ଟୁକେଲ୍ ଅର୍ଚ୍ଚନା ସୋରେଙ୍ଗ୍ ଜାତିସଂଘ ଆଡୁ ହେଇଥିବାର୍ ପରିବେଶ୍ ସୁରକ୍ଷା ଲାଗି ଯୁବ ପରାମର୍ଶଦାତା ଗୃପ୍ ଥି ମିଶି ପାରିଛନ୍ । ପଶ୍ଚିମ ଓଡିଶାର୍ ଉଷା ପାଢୀ ସେ ଭିତ୍‌ରୁ ଜନେ ଆନ୍ ଯିଏ ଓଡିଶା କ୍ୟାଡର୍‌ର୍ ଆଇଏଏସ୍ ଅଧିକାରୀ ଆନ୍ ସେ ବେସାମରିକ୍ ବିମାନ୍ ଚଲାଚଲ ସୁରକ୍ଷା (ବିସିଏଏସ୍ )ର୍ ପହେଲା ମହିଲା ଡିଜି ହିସାବେ ଗଲା ଅଗଷ୍ଟ୍ ମାସେ ଦ୍ୱାୟିତ୍ୱ ନେଇଛନ୍ । ସେ ହେଉଛନ୍ ୧୯୯୬ ମସିହାର୍ ଆଇଏଏସ୍ ।

 

ଇ ସବୁ ବାଦ୍ ଯେତ୍‌କି ବେଲ୍‌କେ ନାରୀ କେ ଗୁଟେ ନ୍ୟାୟାମୂର୍ତି ର ଆସନ୍ ନେ ବସବାର୍ ସୁଯୋଗ୍ ମିଲଶି ସେତ୍‌କି ବେଲ୍‌କେ ସେ ଲେଡି ଜଷ୍ଟିସ୍ ହିସାବେ କାମ୍ କରିକିନା ସମାଜ୍ ର ଆଗେ ନ୍ୟାୟର ଉଦାହରଣ ରଖି ପାରିଥିସି । ଓଡିଶାର୍ ସେନ୍ତା ଦୁଇଜନ ମହିଲାକଁର ନାଁ ହେଉଛେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଆଉ ଜନେ ଜଷ୍ଟିସ୍ ସାବିତ୍ରୀ ରଥ ଇ ଦୁହି ଜନ୍ ସମ୍ମାନିୟା ମହିଳା ନ୍ୟାୟମୂର୍ତିର୍ ଆସନ ନେ ବସିକରି ନ୍ୟାୟର ଦେବୀ ହିସାବେ ସମାଜ୍ ନେ ନ୍ୟାୟ ପ୍ରତିଷ୍ଠା କରୁଛନ୍ ଆର୍ ସାରା ଓଡିଶାର୍ ଲୋକ୍ ମାନକଁର୍ ଲାଗି ଆଦର୍ଶ ପାଲ୍‌ଟିଛନ୍ ।

 

 

ଆମର୍ ଓଡିଶା ହେଉକି ଆମର୍ ଦେଶ୍ ହେଉ ସବୁନେ ନାରୀ ମାନେ ତାକଁର୍ ଅଲଗା ପରିଚୟ ବନେଇ ପାରିଛନ୍ । ଆଉ ଆଏବାର୍ ପୀଢୀ କେ ବି ସେମାନେ ନୂଆ ରାସ୍ତା ଦେଖେଇଛନ୍ । ସେମାନେ ପ୍ରମାଣିତ୍ କରିଦେଇଛନ୍ ଯେ ନାରୀ କାହାର୍ ନୁ କମ୍ ନୁହେଁ ।

Leave A Reply

Your email address will not be published.