ଶୀତେ ଥରୁଛେ ଓଡିଶା

0

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍ ତଲକେ ରେକର୍ଡ କରାଯାଇଛେ । ରାଏଜ୍‌ର ୯ଟା ଯାଗା ନେ ତାପମାତ୍ରା ୯୧୦ ଡିଗ୍ରୀ ତଲ୍‌କେ ରେକର୍ଡ କରାଯାଇଛେ । ପଶ୍ଚିମ ଓଡିଶାର୍ ଝାରସୁଗୁଡା ନେ ୭.୪ ,ଭବାନୀପାଟଣା ୯.୨ ,ବଲାଙ୍ଗୀର୍ ୯.୪ ଡିଗ୍ରୀ ରେକର୍ଡ କରାଯାଇଛେ ।

 

ଆର୍ ୨୨ଟା ସହରର୍ ପାରଦ୍ ୧୫ ଡିଗ୍ରୀ ତଲ୍‌କେ ରହିଛେ । ସେ ଭିତରୁ ସମ୍ବଲପୁରନେ ୧୧, ହୀରାକୁଦ୍ ୧୧.୬ ,ଟିଟିଲାଗଡ ୧୧.୫% , ସୋନପୁର ୧୧ ଆର୍ ବୌଦ୍ଧ ନେ ୧୦.୫ ଆର୍ ରାଜଧାନୀ ନେ ୧୩.୯ ତାପମାତ୍ରା ରେକର୍ଡ କରାଯାଇଛେ । ରାଏଜ୍‌ନେ ଡିସେମ୍ବର୍ ଶେଷ୍ ଆଡୁ ଜାନୁଆରୀ ମଝିର୍ ସମିୟା ତକ୍ ଶୀତର୍ ଜାଡ ବଢୁଥିବାର୍ ସୂଚନା ମିଲିଛେ । ସେଥିର୍ ଲାଗି ରାଏଜ୍‌ର କେତେଟା ଯାଗା ମାନକୁଁ ଅରେଞ୍ଜ୍ ଆର୍ ୟେଲୋ ୱାର୍ଣ୍ଣିଂ ଦିଆଯାଇଛେ । ସେ ଭିତରୁ ଆଏବାର୍ ୨୪ ଘଣ୍ଟା ନେ ଝାରସୁଗୁଡା, ସୁନ୍ଦରଗଡ, ବରଗଡ ,ମୟୁରଭଞ୍ଜ୍‌, ଆର୍‌୍ ଅନୁଗୁଳ ୫ଟା ଜିଲ୍ଲା ନେ ଅରେଞ୍ଜ ୱାର୍ଣ୍ଣଂ ଲାଗୁ ହେଇଛେ । ୨୨ ତାରିଖ୍ ନୁ ପଶ୍ଚିମ୍ ଓଡିଶାନେ ଝାରସୁଗୁଡା, ସୁନ୍ଦରଗଡ ,ବରଗଡ, ସୋନପୁର ,କଲାହାଣ୍ଡି , ନୂଆପଡା , ଦେବଗଡ ନେ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛେ । ବଲାଙ୍ଗୀର୍ ,ନୂଆପଡା, ସମ୍ବଲପୁର୍‌, ବୌଦ୍ଧ ନେ ୟେଲୋ ୱାର୍ଣ୍ଣିଂଦିଆଯାଇଛେ । ଶୀତର୍ ଲହରୀ ବଢୁଥିବାର୍ ନୁ ପାଣିପାଗ୍ ଆର୍ ଏସ୍‌ଆର୍‌ସି ଆଡୁ ଲୋକମାନକୁଁ ସାବଧାନ କରାଯାଇଛେ । ରାଜ୍ୟ ସରକାରକଁର୍ ଆଡୁ ଗାଁ ଆର୍ ସହରର୍ ଘର୍ ନାଇଥିବାର୍ ଲୋକ୍‌ମାନକଁର୍ ରାତି ଶୁଇବାର୍ ଲାଗି ଆଶ୍ରୟସ୍ଥଳୀ ଭିଲ୍ କରାଯାଇଛେ । ଶୀତ୍ ବଢୁଥିବାର୍ ନୁ ଓଡିଶାର୍ ଉପକୂଲବର୍ତୀ ଅଂଚଲ୍ ନେ ତାପମାତ୍ରା ୩ନୁ ୪ ଡିଗ୍ରୀ ତକ୍ ରହେବା ବଲିକରି ପାଣିପାଗ୍ ବିଭାଗ୍ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.