ପୁହୁରା ହେଇକରି ପଡିଛେ ସମ୍ବଲପୁରର ପର୍ଯ୍ୟଟନ୍‌ସ୍ଥଲୀ  

ଠିକ୍‌ସେ ନାଇ ହେବାର୍‌ ସମ୍ବଲପୁର ବୁର୍ଲା ଅଂଚଲ ପର୍ଯ୍ୟଟନ୍‌ସ୍ଥଲୀର୍‌ ଦେଖ୍‌ରେଖ୍‌ 

0

ଫି ବଛର୍‌ ସମ୍ବଲପୁର୍‌କେ ଇ ଶୀତ୍‌  ମାସେ ବହୁତ୍‌ ଟେ ପର୍ଯ୍ୟଟକ୍‌ ଆସିଥିସନ୍‌ ଆର୍‌ ଇ ଯାଗାନେ ବୁଲବାର୍‌ ସାଙ୍ଗେ ପିକ୍‌ନିକ୍‌ ଭିଲ୍‌ କରିଥିସନ୍‌ । ହେଲେ ସେନର୍‌ ଅବସ୍ଥା ଇହାଦେ ଦେଖି ନାଇହୁଏ ପୁଲାପୁଲା ମଏଲା ଆର୍‌ କେଚ୍‌ରା ସାଙ୍ଗେ ଜାଗା ସବୁ ପୁହୁର୍‌ ହେଇକରି ପଡି ରହିଛେ । ଜାଗା ମାନକଁର୍‌ ସଫା ସୁତରା ଭିଲ୍‌ ନାଇ କରାଯିବାର୍‌  ଆର୍‌ ରାଏଜ୍‌ ଆର୍‌ ରାଏଜ୍‌ ବାହାରୁ ଆସୁଥିବାର୍‌ ହଜାର୍‌ ହଜାର୍‌ ପର୍ଯ୍ୟଟକ୍‌ ମାନକଁର୍‌ ସୁବିଧା କେ ଅଣଦେଖା କରାଯାଉଛେ ବଲିକରି ସେନର୍‌  ଲୋକ୍‌ମାନେ କହିଛନ୍‌ । ହୀରାକୁଦ୍‌ ନୁ ଧରିକରି ପାଖେ ଥିବାର୍‌ ପିକ୍‌ନିକ୍‌ ସ୍ପଟ୍‌ ମାନକଁର୍‌ ସଫାସୁତରା ଦେଖ୍‌ରେଖ୍‌ ଠିକ୍‌ ସେ ନାଇ ହେବାର୍‌ ଯେନଥିର୍‌ ଲା୍‌ଗି ସେନ୍‌କେ ବୁଲବାର୍‌ ଲାଗି ଆସୁଥିବାର୍‌ ଲୋକ୍‌ମାନେ ବନେ ଅସୁବିଧାର୍‌ ସାମ୍‌ନା କରୁଛନ୍‌ । ବୁର୍ଲାନେ ଥିବାର୍‌ ପ୍ଲାନେଟୋରିୟମ୍‌ ଆର୍‌ ସାଇନ୍ସ୍‌ ପାର୍କ କରୋନା ମହାମାରୀ ଲାଗି ବନ୍ଦ୍‌ ପଡିଥିବାର୍‌ ବେଲେ ତାର୍‌ ଦେଖ୍‌ ରେଖ୍‌ ଭଲସେ ନାଇହେବାର୍‌ ବଲିକରି ପାଖର୍‌ ଆଖର୍‌ ଲୁକେ କହୁଛନ୍‌ ।

 

ସେନ୍ତା ହୀରାକୁଦ୍‌ ର ରାଇଟ୍‌ ଡାଇକ୍‌ , ଜିରୋ ପଏଣ୍ଟ୍‌ ,ଝାକଁରରାନୀ, ଫିସେରୀ ପଏଣ୍ଟ୍‌ , ଅଠର ହଜାର୍‌ ନେ ବନେ ଲୁକକଁର୍‌ ସମାଗମ୍‌ ହେଇଥିସି । ହେଲେ ତାର୍‌ ସୁରକ୍ଷା ଆର୍‌ ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନ ଆର୍‌ ପର୍ଯ୍ୟଟନ୍‌ ବିଭାଗ୍‌ ଆଡୁ କିଛି କାମ୍‌ ଆରମ୍ଭ ନାଇ କରାଯାଇ । ପର୍ଯ୍ୟଟନସ୍ଥଲି ମାନକଁର୍‌ ସୌନ୍ଦରର୍ଯ୍ୟକରଣ୍‌ ଲାଗି ସରକାର୍‌ ପଦକ୍ଷେପ୍‌ ନେଇଥିଲେ ବି ତାର୍‌ କାମ୍‌ କେଭେ ମୁଲ୍‌ ହେବାର୍‌କେ ନେଇକରି ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠେଇଛନ୍‌ । ହୀରାକୁଦ୍‌ନେ ପାନ୍ଥନିବାସ୍‌ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ୍‌ ଚୁପ୍‌ ରହିଥିବାର୍‌ କଥା ସମ୍‌ନାକେ ଆସିଛେ । ସେନର୍‌ ବ୍ୟବସ୍ଥା ଠିକ୍‌ ନାଇ ଥିବାର୍‌ନୁ ସେନର୍‌ ସ୍ଥାନୀୟ ମହିଲା ମାନକୁଁ ଭିଲ୍‌ ବହୁତ୍‌ ଟେ ଅପ୍ରୀତିକର୍‌ ପରିସ୍ଥିତିର୍‌ ସାମନା ହେବାର୍‌କେ ପଡୁଛେ । ହେଲେ ଜିଲ୍ଲା ପ୍ରଶାସନ୍‌ ଆଡୁ କିଛି ବ୍ୟବସ୍ଥା ଠିକ୍‌ ଭାବେ କରାଯାଉ ଆର୍‌ ଜାଗା ମାନକଁର୍‌ ସଫା ସୁତର୍‌ ଉପରେ ଧ୍ୟାନ୍‌ ଦିଆଯାଉ ବଲି ସେନର୍‌ ଲୋକ୍‌ମାନେ କହିଛନ୍‌ ।

Leave A Reply

Your email address will not be published.