ଗୁନ୍ଦଲିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ୍

କିଏ ଜିତୁଛେ: ଟ୍ରମ୍ପ୍ କି ବାଇଡେନ୍ !

0

ଆମେରିକା ରାଷ୍ଟ୍ରପତି ନିର୍ବାଚନ୍ ର ଫଲାଫଲ୍ ବେଲୁ ବେଲ୍ କେ ଗୁନ୍ଦଲିଆ ହେଇ ଚାଲିଛେ । ଇହାଦେ ତକ୍ ଭୋଟ୍ ଗନତି ଚାଲିଛେ ତାଲି ଆରୁ ଟ୍ରମ୍ପ୍ ଆରୁ ବାଇଡେନ୍ ଦୁହିଝନକର୍ ଭିତରେ କଡା ଟକ୍କର ଚାଲିଛେ। ଇହାଦେ ଆମେରିକାର୍ ଆହୁରି ୫ ଟା ରାଜ୍ୟ ଆଲାସ୍କା, ଜର୍ଜିଆ, ନେଭାଡା, ଉତ୍ତର କେରୋଲିନା ଆର୍ ପେନ୍ସିଲ୍ଭେନିିଆ ନେ ଭୋଟ୍ ଗନତି ବାକି ଅଛେ ତାଲି। ଆର୍ କେତେ ପୋଷ୍ଟାଲ୍ ବେଲଟ୍ ଆର୍ ଇ-ମେଲ୍ ଭୋଟ୍ ଗନତି ବି ବାକି ଅଛେ ତାଲି। ତ ଦୁହିଜନ୍ ଯାକର୍ ପ୍ରାର୍ଥୀ ‘ହ୍ବାଇଟ୍ ହାଉସ୍’କେ ଯିବାର୍ ଆଶ୍ ଧରିଛନ୍ ତାଲି। ବାକି ଇ ସବୁ ଭିତରେ ଡୋନାଲ୍ଡ ଟ୍ରମ୍ପ୍ ଆରୁ ଜୋ ବାଇଡେନ୍ କଁର ବୟାନ୍ବାଜି ସବୁ କଥାକେ ଗୁନ୍ଦଲେଇ ଦେଇଛେ। ଯଦିଓ ଏବତକର୍ ଗନତି ହିସାବେ ଟ୍ରମ୍ପ୍, ବାଇଡେନକଁର୍ ଠାନୁ ପଛେ ଅଛନ୍ ତଥାବି କାଏଲ୍ ବେଲବୁଡେ ସେ ମିଡିଆ ସାମ୍ନାକେ ଆସିକରି, “ଆମେ ଜିତଲାଁ… ଯଦି ଫଲାଫଲ୍ ଇଆଡ୍ ସେଆଡ୍ ହୁଏ ବେଲେ ସୁପ୍ରିମକୋର୍ଟକେ ଯିମା” ବଲିକରି କହିଛନ୍ । ସେଆଡେ ଯେ ବାଇଡେନ୍ ବି ମିଡ଼ିଆ ସାମ୍ନାରେ ” ସବୁକିଛି ଠିକ୍ ଚାଲିଛେ… ବିଶ୍ୱାସ ରଖୁନ୍… ୨୭୦ଟା ସିଟ୍ ପାଏବାର୍ ଲକ୍ଷ୍ୟ ଆଡକେ ଆମେ ଠିକ୍ ସେ ବଢିଚାଲିଛୁଁ” ବଲିକରି କହିଛନ୍ । ଇ ପ୍ରକାର୍ ବୟାନବାଜି ସବୁ ଆଡର୍ ଲୋକମାନକୁ ଗୁନ୍ଦଲେଇ ଦେଉଛେ।


ଇସବୁ ଗୁନ୍ଦଲାଗୁପା ଭିତରେ ଭାରତର୍ ରାଜନୈତିକ ବିଶ୍ଲେଷକ୍ ମାନେ ନିଜର୍ ନିଜର୍ ମତାମତ୍ ଦେବାର୍ ଆରମ୍ଭ୍ କରିସାରିଛନ୍ । ଟ୍ରମ୍ପ୍ ଆର୍ ବାଇଡେନ୍ ଭିତରୁ କିଏ ଜିତଲେ ଭାରତଲାଗି ଜହ ଭଲ ହେବାଯେ ସେଟାକେ ନେଇକରି ଚର୍ଚ୍ଚା ଜୋର୍ ଧରିଛେ। ନାଁକରା ବିଶ୍ଲେଷକ୍ ମାନେ ମତ୍ ରଖିଛନ୍ ଯେ ଯଦି ଟ୍ରମ୍ପ୍ ଫେର୍ ଥରେ ରାଷ୍ଟ୍ରପତି ହୁଅନ୍ ବେଲେ ବୈଦେଶିକ୍ ବ୍ୟାପାର୍ ନେ ଭାରତଲାଗି ଭଲ୍ ହେବା ବାକି ଅର୍ଥନୈତିକ ମାମଲାରେ ଆମର୍ ଦେଶ୍ ବନେ କ୍ଷତି ସହେବା ଆର୍ ଅଧକା ଅସ୍ଥିରତା ଆସବା ବଲିକହୁଛନ୍। ସେନ୍ତା ଯଦି ବାଇଡେନ୍ ରାଷ୍ଟ୍ରପତି ହେଲେ ବେଲେ ଭାରତ-ଆମେରିକା ସଂପର୍କ ତ ଭଲ ଆରୁ ସ୍ଥିର୍ ରହେବା ବାକି ବୈଦେଶିକ୍ ବ୍ୟାପାର୍ ଥି ଟ୍ରମ୍ପ୍ ସରକାର ଯେନ୍ତା ସମର୍ଥନ୍ ଦେଶି ହେଟା କମିଯିବା ବଲିକରି କହୁଛନ୍ ।

Leave A Reply

Your email address will not be published.