ଆଏବାର ମାସୁ ଖୁଲବା ଅଙ୍ଗନୱାଡି

କରୋନା ଲାଗି ନୂଆଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

0

ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ନୂଆଁ ଗାଇଡ ଲାଇନ୍ ହିସାବେ କଣ୍ଟେନମେଣ୍ଟ ଜୋନ୍ ଅଂଚଲନେ ଲକ୍‌ଡାଉନ୍ ଜାରି କରାଯାଇପାରବା । ଫେବୃଆରୀନୁ ସ୍କୁଲ କଲେଜ ଖୁଲବାର ଉପରେ ରାଜ୍ୟ ଗଣଶିକ୍ଷା ଆରୁ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡିଦିଆଯାଇଛେ । ସେନ୍ତା ଆଏବାର ମାସ ୧ ତାରିଖନୁ ଅଙ୍ଗନୱାଡି କେନ୍ଦ୍ର ଖୁଲାଯିବାର ନେଇକରି ସୂଚନା ରହିଛେ । ସେଆଡେ ଅନ୍ତେଷ୍ଟିକ୍ରିୟା ହେଉକି ବିହାଘର ଇସବୁ ଜାଗାନେ ୫ଶହ ଲୋକ୍ ସାମିଲ ହେଇପାରବାର ନେଇକରି ଭିଲ୍ ଅନୁମତି ମିଲିଛେ । ଗଲା ମାସ୍ ଇ ଦୁହି କାର୍ଯ୍ୟନେ ୫୦ନୁ ଶହେ ଲୋକ୍ ସାମିଲ୍ ହେଇପାରବେ ବଲିକରି ଅନୁମତି ମିଲିଥିଲା । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାର ନେଇକରି ବେସାମରିକ ବିମାନ ଚଳାଚଳ/ଗୃହ ମନ୍ତ୍ରଳାୟ ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନ୍‌ର ସୀମା ଜିଲ୍ଲାପାଳ ଆରୁ ସ୍ଥାନୀୟ କତ୍ତୃପକ୍ଷ ସ୍ଥିର କରବେ । ସାମିଜିକ୍ ଦୂରତା ଆରୁ ମାସ୍କ ପିନ୍ଧବାର ବାଧ୍ୟତାମୂଳକ କରାଯାଇଛେ । ନୂଆ ଏସଓପି ହିସାବେ ସିନେମା ହଲ୍ ଆରୁ ଥିଏଟର ଖୁଲା ରହେବା । କୋଭିଡ୍ ଗାଇଡ୍ ଲାଇନ୍ ମାନିକରି ମୁକ୍ତାକାଶ ଥିଏଟର ଖୁଲବାର ଲାଗି ସ୍ଥାନୀୟ କତ୍ତୃପକ୍ଷକଁର ଅନୁମତି ନେଇକରି କରିପାରବେ ।

Leave A Reply

Your email address will not be published.