କାଏଁ ହେଲାଯେ ତାତିଛେ ଚାଷୀ ? (୧)

ଚାଷୀ ଆନ୍ଦୋଲନ୍ ଲାଗି ଉଠୁଛେ-ପଡୁଛେ ଦେଶ୍ ।

0

ସକାଲ୍ ପହ ପହନୁ ବେଲବୁଡାତକ୍ ତାର୍ ଫୁରସତ୍ ନାଇଁ । ନି ହେଲା କାମ୍ କି ଅଯଥା କଥାଲାଗି ତାର୍ ଠାନେ ସମିଆ ନାଇଁ । ଲାଭ୍ ମିଲୁ କି ନାଇଁ, ପେଟ୍ ପୁରୁ କି ନାଇଁ, ଦିହେ ଜର୍ ବେମାର୍ ଥାଉ କି ଘରକେ କୁନୂଆଁ ବୁତା ଆସିଥାଉନ ବାକି ତାହାକେ ବେଲ୍ ଉଦାନୁ କ୍ଷେତ୍‌କେ ନାଇଁ ପହଁଚିଲେ ନାଇଁ ଚଲେ । କହି ପାରମା ଯେ ସଁସାରର୍ ସବୁନୁ ମହତ୍ ଆର୍ କଷ୍ଟିଆ କାମ୍ ହେଉଛେ ତାର୍ କାମ୍ । ସେ ହେଉଛେ ‘ଚାଷୀ’ । ତାର୍ ପରିଶ୍ରମ୍‌ର ଉଧେ ଆମେମାନେ ବାକି ସବ୍ ବାହାଦୂରୀଆ କାମ୍ ମାଁନକୁ ହାତ୍ କରସୁଁ । ପେଟ୍‌କେ ହେ ମୁଠେ ଯିବାର୍ ବନ୍ଦ୍ ହେଇଗଲେ ସମକର୍ ସବୁକାମ୍ ବନ୍ଦ୍ । ସେ ଚାଷୀ, ଯାହାକେ ଖାଲି ନିଜର୍ କାମ୍ ସାଁଗେ ମତଲବ୍ ଥିସି ସେ ଇହାଦେ ନିଜର୍ ସବୁ କାମ୍‌ବୁତା ଛାଡିକରି ଦେଶର୍ ରାଜଧାନୀକେ ପହଁଚିଛେ ଦେଶର୍ ସରକାରକୁଁ ତାର୍ ଅସବିଧାର୍ କଥା କହେବାର୍ ଲାଗି । ବାକି କାଣା ଅସବିଧା ହେଇଛେ ତାହାକେ ? କାଏଁ ହେଲାଯେ ମୋର୍ କଥା ନାଇଁ ଶୁନଲାତକ୍ ଇନୁ ଘର୍‌କେ ନାଇଁ ଯାଏଁ କହୁଛେ । ୬/୭ ମାସର୍ ଖାନାପିନା ସବୁ ଧରିକରି ଆସିଛେ । ପୁରା ଚାଷୀ ସମାଜ ସେନେ ଅଛେ । ହଁ, ଜହକରି ଆସିଛନ୍ ହରିଆନା ଆର୍ ପଞ୍ଜାବ୍‌ନୁ ବାକି ଦେଶର୍ ସବୁ ଅଞ୍ଚଲ୍‌ର ଚାଷୀ ଭାଇ ମାନକର୍ ସମର୍ଥନ୍ ଅଛେ । କାଏଁ ହେଲାଯେ ଏନ୍ତା ହୁଁକ୍‌ରଉଛେ ଚାଷୀ ସମାଜ୍ ? କେତେ ବଡ୍ ଅସବିଧାରେ ପଡିକରି ସେମାନେ ଆସିଛନ୍ ? ଇ ସବୁ କଥାକେ ଅଲପ୍ ଅଲପ୍‌ଥି ବୁଝବାର୍ ଚେଷ୍ଟା କର୍‌ମା ।

ଗଲା ଏଗାରଦିନ୍ ହେଇଗଲା ଦେଶର୍ ୫୦୦ ପାଖାପାଖି ଚାଷୀ ସଂଗଠନ୍‌ର ହଜାର୍ ହଜାର୍ ଚାଷୀ ସଂସଦ୍‌ରେ ପାରିତ୍ ହେଇଥିବାର୍ ତିନ୍‌ଟା ଆଇନ୍‌କେ ଚାଷୀ ବିରୋଧି ବଲିକରି ତାର୍ ବିରୋଧନେ ଦେଶର୍ ରାଜଧାନୀକେ ପହଁଚିଛନ୍ । ଆଏବାର୍ ଡିସେମ୍ବର୍ ୮ ତାରିଖ୍‌ନୁ ଭାରତ ବନ୍ଦ୍‌ର ଡାକରା ଦିଆଯାଇଛେ । ଇ ତିନିହ୍ ଆଇନ୍‌ର ଲାଗି ଦେଶର୍ ଚାଷୀ ମାନକର୍ ବେଉସା ବୁଡିଯିବା ଆର୍ ବେସର୍‌କାରୀ କମ୍ପାନୀ ମାନକୁ ସବୁ ଫାଏଦା ହେବା ବଲିକରି ସେମାନେ କହୁଛନ୍ ।

ଯେନ୍ ଚାଷୀ ଆନ୍ଦୋଲନ୍‌କେ ନେଇକରି ଇହାଦେ ପୁରା ଦେଶ୍ ଉଠୁଛେ ଆର୍ ପଡୁଛେ ତାର୍ ପୁରା କାରଣ୍ ଆର୍ ତାର୍ କାଁଣା କାଁଣା ସମାଧାନ୍ ବାହାରି ପାରେ ଯେ ତାହାକେ ନେଇକରି କଥା ତ ଅନେକ୍ କଥା ଅଛେ ବାକି ଯେନ୍ ଦାବିଟା ଏକ୍‌ଦମ୍ ଉତ୍‌କିକରି ଉଠୁଛେ ସେଟା ହେଲା ‘ଏମ୍‌-ଏସ୍‌-ପି’ । ‘ସର୍ବନିମ୍ନ ସହାୟକ୍ ମୂଲ୍ୟ’ (Minimum Support Price-MSP) ଯେନ୍ ଦାମ୍‌ନୁ କି ସେ ଜିନିଷ୍‌ର ଦାମ୍‌ଟା ଉପରେ ହିଁ ରହେବା, ସେ ବ୍ୟବସ୍ଥାଟା ରହେବା କି ଯିବା ବଲିକରି ଚାଷୀ ଜାନି ନାଇଁପାରବାର୍ । ଦେଶେ ଇହାଦେ ଋତୁ ଆର୍ ଡାଲୋ ଚାଷ୍‌କେ ମିଶେଇକରି 23 ଟା ଫସଲ୍ ଲାଗି ‘ଏମ୍‌-ଏସ୍‌-ପି’ ଦିଆଯାଉଛେ । ସରକାର୍‌କଁର୍ ଆଡୁ କୁହାଯାଇଛେ ଯେ ଇ ନିୟମ୍ ସବୁ ଲାଗୁ ହେଲେବି ‘ଏମ୍‌-ଏସ୍‌-ପି’ ରେ କିଛି ଇଆଡ୍ ସେଆଡ୍ ନାଇଁ ହୁଏ । ‘ଏମ୍‌-ଏସ୍‌-ପି’ଟା ଯେନ୍ତା କେ ସେନ୍ତା ରହେବା । ବାକି ଭାରତ୍ ସରକାର୍‌କଁର ଇ କଥାକେ ଚାଷୀ ମାନେ ବିଶ୍ୱାସ୍ ନାଇଁ କରବାର୍ । ସେମାନକଁର୍ କହେବାର୍ କଥା ହେଲା ଯେ ଭାରତ୍ ସରକାର୍ ହେ ‘ଏମ୍‌-ଏସ୍‌-ପି’ କଥା ପଦ୍‌କ ଆଇନ୍ ଭିତରେ ଲେଖିକରି ଦେଉନ୍ । ଖାଲି ମୁହେଁ କହିଦେଲେ ନାଇଁ ହୁଏ । କି ଗୁଟେ ଏକ୍ସିକ୍ୟୁଟିଭ୍ ଅର୍ଡର୍‌ଟେ କାଢି ଦେଲେ ଭିଲ୍ ନାଇଁ ହୁଏ । ‘ଏମ୍‌-ଏସ୍‌-ପି’ କଥାଟା ଯଦି ଗୁଟେ ଆଇନ୍ ଭିତରେ ରହେବା ବଏଲେ ସେଟା ବଦଲ-ଉଦଲର୍ ଅଧିକାର୍‌ଟା ଦେଶର୍ ସଂସଦ୍‌ର ଅଧିନ୍‌ରେ ରହେବା । କେହେନ୍‌ସି ବି ସରକାର୍ ସେଟାକେ ଆର୍ ନିଜର୍ ଇଚ୍ଛା ଅନସାରେ ବଦଳେଇ ନାଇଁ ପାରନ୍ । ବଦଲାବାର୍‌କେ ହେଲେ ସଂସଦର୍‌କେ ଯିବାର୍‌କେ ପଡବା ।


ସିଧା ସିଧା ଦେଖବାର୍‌କେ ଗଲେ ସରକାର୍ ଆର୍ ଚାଷୀ ମାନକର୍ ଭିତରେ ଇହାଦେ ଗୁଟେ ଅବିଶ୍ୱାସ୍‌ର ମାହୋଲ୍ ଅଛେ । ସରକାର୍ କହୁଛନ୍ ଯେ ଚାଷୀ ଭାଇ ମାନକୁ ଇ ନିୟମ୍ ମାନେ ବହୁତ୍‌ଟେ ଲାଭ୍ ଦେବା ବାକି ସରକାର୍ ଇ କଥା ଚାଷୀକୂଲ୍‌କେ ଠିକ୍ ସେ ବୁଝେଇନାଇଁ ପାର୍‌ବାର୍ ବାଗିର୍ ଲାଗୁଛେ ବଲିକରି ସିଆନ୍ ସୂଜନ୍ ମାନେ କହୁଛନ୍ । ଭାରତ୍ ସରକାର୍ ଆର୍ ଚାଷୀ ମାନକର୍ ଭିତରେ ୫ ଖେପ୍ ଆଲୋଚନାରେ କାଣା ସମାଧାନ୍ ବାହାରିବାଯେ ସେଟାକେ ସାରା ଦେଶ୍ ଟାକିଛେ ।
(ଲେଖା ଆଗକେ ଜାରି ରହେବା…)

Leave A Reply

Your email address will not be published.