ଭୁବନେଶ୍ୱର୍‌ ନୁ ରାଉରକେଲା କେ ଚାଲବା ଡବଲ ଡେକର୍‌ ଟ୍ରେନ୍‌

0

କୋରୋନା କାଲ୍‌ଥି ଟ୍ରେନ୍‌ ଚଲାଚଲ୍‌ କେ ନେଇକରି ବନେଟେ ଅସୁବିଧାନେ ପଡିଥିଲେ ଯାତ୍ରୀ ମାନେ । ହେଲେ ଇ କିଛି ମାସ୍‌ ଉତାରୁ ସବୁ ଟ୍ରେନ୍‌ ଯା ଆସ୍‌ ଲାଗି ସୁବିଧା କରାଯାଉଛେ । କେତେଟା ପୂରନା ଟ୍ରେନ ସାଙ୍ଗେ ନୂଆ ଟ୍ରେନ୍‌ ଚାଲବା ବଲିକରି ସୂଚନା ମିଲୁଛେ । ବେଙ୍ଗଲୋର୍‌ନେ ହେଇଥିବାର୍‌ ରେଲବାଇ କମିଟି ର ଟାଇମ୍‌ ଟେବଲ୍‌ କମିଟି ବୈଠକ୍‌ ନେ ଇ ବାବ୍‌ଦେ ଆଲୋଚନା ହେଇଛେ । ବୈଠକ୍‌ ନେ ୩ଟା ନୂଆ ଟ୍ରେନ୍‌ ଚାଲବାର୍‌ ସାଙ୍ଗେ ୯ଟା ଟ୍ରେନ ଫିର୍‌ ଘାଏ ଚାଲବା ବଲିକରି କୁହାଯାଇଛେ । ସେ ଭିତରୁ ଭୁବନେଶ୍ୱର୍‌ ନୁ ରାଉରକେଲା କେ ଆଉଥରେ ଟ୍ରେନ୍‌ ଯା ଆସ୍‌ ର ସୁବିଧା ପାଇପାର୍‌ବେ ଯାତ୍ରୀ । ସେଥିର୍‌ ଲାଗି ଡବଲ୍‌ ଡେକର୍‌ ଏସି ଟ୍ରେନ୍‌ ଚଲାବାର୍‌ ଲାଗି ପ୍ରସ୍ତାବ୍‌ ଦିଆଯାଇଛେ । ଭୋପାଲନୁ ଇନ୍ଦୋର୍‌ କେ ଚାଲୁଥିବାର୍‌ ଗୁଟେ ଡବଲ୍‌ ଡେକର୍‌ ଟ୍ରେନ୍‌ ବନ୍ଦ ହେଇକରି ପଡିରହିଥିବାର୍‌ନୁ ତାକେ ଭୁବନେଶ୍ୱର୍‌ ଆର୍‌ ରାଉରକେଲା ରୁଟ୍‌ନେ ଚଲାଯିବା ବଲିକରି କୁହାଯାଉଛେ । ଭୁବନେଶ୍ୱର୍‌ନୁ ରାଉର୍‌କେଲା କେ ଚାଲୁଥିବାର୍‌ ଇ ଡବଲ୍‌ ଡେକର୍‌ ଟ୍ରେନ୍‌ ଭୁବନେଶ୍ୱର୍‌ନୁ ଢେଙ୍କାନାଲ୍‌ ,ତାଲ୍‌ଚେର, ଅନୁଗୁଲ୍‌ , ସମ୍ବଲପୁର୍‌ , ଝାରସୁଗୁଡା ହେଇକରି ରାଉରକେଲା କେ ପଂହଚିବା । ଆର୍‌ ସେନୁ ଫେର୍‌ ସେହି ରୁଟ୍‌ ଦେଇକରି ଭୁବନେଶ୍ୱର୍‌ ପଂହଚିବା ସୁବିଧା କରାଯିବା ।

 

ପହେଲାନୁ ଭୁବନେଶ୍ୱର୍‌ ନୁ ହାୱଡା କେ ଯିବାର୍‌ ଲାଗି ଗୁଟେ ଟ୍ରାୟଲ୍‌ ଟ୍ରେନ କରାଯାଇଥିଲେ ବି ସେତାକେ କିଛି କାରଣ ନୁ ବିଶାଖାପାଟଣା ପଠେଇ ଦିଆଯାଇଥିଲା । ନୂଆ ଟ୍ରେନ୍‌ ମାନକଁର୍‌ ଭିତ୍‌ରୁ ବିଶାଖାପାଟଣା -ଅମୃତସର ହୀରାକୁଦ୍‌ ଏକ୍ସପ୍ରେସ୍‌ କେ ଜମ୍ମୁତୱି ତକ୍‌ ,ବିଶାଖାପାଟଣା -ନିଜାମୁ୍‌ଦ୍ଦିନ୍‌ ଭାୟା ଟିଟଲାଗଡ ନୁ ହିସାର୍‌ ତକ୍‌ , ସମ୍ବଲପୁର- ରାୟଗଡା ଏକ୍ସପ୍ରେସ୍‌ ସମ୍ବଲପୁର୍‌ ତକ୍‌ ଚାଲୁକରାଯିବା ବଲିକରି ପ୍ରସ୍ତାବ ଦିଆଯାଇଛେ । ଇ ସବୁ ଟ୍ରେନ ଚାଲବାର୍‌ ନୁ ପଶ୍ଚିମଓଡିଶାର୍‌ ଲୋକମାନେ ଦୂର ଜାଗା କେ ଯିବାର୍‌ ଭଲ୍‌ ଭାବେ ସୁବିଧା ପାଇ ପାରବେ ବଲି କୁହାଯାଉଛେ । ବରଗଡ, ବଲାଙ୍ଗୀର୍‌ ,କଲାହାଣ୍ଡି ଆର୍‌ କୋରାପୁଟ ର ଲୋକମାନକଁର୍‌ ସୁବିଧା କେ ଦେଖିକରି ଟ୍ରେନ୍‌ କେ ବେଶୀ ସେ ବେଶୀ ରାୟଗଡା ତକ୍‌ ସଂପ୍ରସାରିତ୍‌ କରାଯିବା ବଲିକରି ସୂଚନା ମିଲିଛେ ।

Leave A Reply

Your email address will not be published.