୩ ତାରିଖ୍‌ ଖୁଲବା ସବୁ ଧର୍ମାନୁଷ୍ଠାନ୍

‌କୋଭିଡ୍‌ ଗାଇଡଲାଇନ୍‌ ଭିତ୍‌ରେ ଖୁଲବା ସମ୍ବଲପୁରର ସମଲେଇ ମନ୍ଦିର୍‌

0

ଏତ୍‌କି ଦିନର୍‌ ଅପେକ୍ଷା ଉତାରୁ ତାକଁର୍‌ ଭକତ ମାନକୁଁ ଦର୍ଶନ ଦେବେ ମାଁ ,ପୂରୀ ମନ୍ଦିର୍‌ ଆର୍‌ ଲିଙ୍ଗରାଜ୍‌ ମନ୍ଦିର୍‌ ଖୁଲୁଥିବାର୍‌ ବେଲେ ସମ୍ବଲପୁର୍‌ର ସମଲେଇ ମନ୍ଦିର୍‌ ଖୁଲବାର୍‌ କେ ନେଇକରି ଆର୍‌ ତାର ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ବୈଠକ୍‌ ବସିଥିଲା । ସମ୍ବଲପୁର୍‌ ଜିଲ୍ଲାପାଲକଁର୍‌ ଅଫିସ୍‌ ନେ ଏସ୍‌ଏମସି କମିସନର୍‌ ଅନିରୁ୍‌୍‌ଦ୍ଧ ପଧାନକଁର୍‌ ଅଧୀନ୍‌ ନେ ଇ ବୈଠକ୍‌ ବସିଥିଲା । ଯେନ ସମଲେଇ ମନ୍ଦିର କମିଟିର୍‌ ମେମ୍ବର୍‌ ମାନକଁର୍‌ ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ର ମେମ୍ବର୍‌ ମାନେ ଭିଲ୍‌ ଉପସ୍ଥିତ ଥିଲେ । ସେନ ୩ତାରିଖ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ନିଷ୍ପତି ନିଆଯାଇଛେ । ସବୁ ଜିଲ୍ଲାର୍‌ ଧର୍ମାନୁଷ୍ଠାନ ଖୁଲବାର୍‌ କେ ନେଇକରି ରଜ୍ୟ ସରକାର୍‌ ସବୁ ଜିଲ୍ଲାର୍‌ ଜିଲ୍ଲାପାଲ୍‌ ମାନକୁଁ ନିଷ୍ପତି ନେବାର୍‌ ଅଧିକାର୍‌ ଦେଇଥିଲେ । ଜିଲ୍ଲାପାଲ ଅଫିସ୍‌ ନେ ହେଇଥିବାର୍‌ ବୈଠକ୍‌ ନେ କୋଭିଡ୍‌ ନିୟମ୍‌ କେ ମାନିକରି ଧର୍ମାନୁଷ୍ଠାନ ଖୁଲବା ବଲିକରି ନିଷ୍ପତି ନିଆଯାଇଛେ । କୋଭିଡ କଟକଣା କେ ଅନଦେଖା କର୍‌ଲେ ଧର୍ମାନୁଷ୍ଠାନର୍‌ ଦାୟିତ୍ୱନେ ଥିବାର୍‌ ଲୋକ ବିରୋଧ୍‌ନେ କଡା କାର୍ଯ୍ୟନୁଷ୍ଠାନ୍‌ ନିଆଯିବା ।

କୋଭିଡ କଟକନା ଭିତ୍‌ରେ କେନ୍ତା ହିସାବେ ଭକତ୍‌ ମା’କେ ଦର୍ଶନ କରବେ ତାକେ ନେଇକରି ଏସଓପି କରାଯିବା ଆର୍‌ ଡିସେମ୍ବର୍‌ ୨୪ ତାରିଖ୍‌ ଭିତ୍‌ରେ ତାକେ ଜିଲ୍ଲା ପ୍ରଶାସନ କେ ଦିଆଯିବା । ସମଲେଇ ମନ୍ଦିର୍‌ ଆର୍‌ ଘଣ୍ଟେଶ୍ୱରୀ ମନ୍ଦିର୍‌ ଖୁଲବାର୍‌ ଉତାରୁ ଭିଡ କେ ଦେଖିକରି ପୁଲିସ୍‌ ର ସାହାର୍ଯ୍ୟ ନିଆଯିବା ବଲି ସେ ବୈଠକ୍‌ ନେ କୁହାଯାଇଛେ । ସମଲେଇ ମନ୍ଦିର୍‌ ଖୁଲବାର୍‌ ଉତାରୁ ପହେଲା ୫ ଦିନ ଲୋକାଲ୍‌ ଲୋକମାନେ ଦର୍ଶନ କରିପାର୍‌ବେ ।

 

ବଡଦିନ ୨୪ ତାରିଖ ଆର୍‌ ଜିରେ ନାଇଟ୍‌ କେ ନେଇକରି ଆଲୋଚନା ହେଇଥିବାର୍‌ ବେଲେ ସେ ନିଷ୍ପତି କେନ୍ଦ୍ର ସରକାର୍‌କଁର୍‌ ନିଷ୍ପତି କେ ଦେଖିକରି ନିଆଯିବା । ବଡଦିନ୍‌ ନେ ଜୀଶୁକୁଁ ଚର୍ଚନେ ଭକତ୍‌ ଅନଲାଇନ୍‌ ହିସାବେ ଦର୍ଶନ କର୍‌ବେ ବଲି ଇସାଇ ଧର୍ମର୍‌ ମେମ୍ବର୍‌ କହିଛନ୍‌ । ସେନ୍ତା ମସଜିଦ୍‌ ଖୁଲ୍‌ବାର୍‌ କେ ନେଇକରି ମସଜିଦ୍‌ ନେ ଭି କେତେଟା ନିୟମ୍‌ ଲାଗୁ କରିକିନା ସେନର ସବୁ ସେନିଟାଈଜ୍‌ କରାଯିବା ତାର୍‌ ସାଙ୍ଗେ ମାସ୍କ୍‌ ପିନ୍ଧବାର୍‌ ଟା ବାଧ୍ୟତା ମୂଲକ୍‌ କରାଯିବା ବଲି ମସଜିଦ୍‌ କମିଟି ମେମ୍ବର୍‌ କହିଛନ୍‌ । ସମଲେଇ ମନ୍ଦିର୍‌ ଖୁଲ୍‌ବାର୍‌ କେ ନେଇକରି ଲୁକକଁର ଭିତ୍‌ରେ ବହୁତ୍‌ ଉସଦ୍‌ ଆନନ୍ଦ୍‌ ଦେଖାଯାଇଛେ ।

Leave A Reply

Your email address will not be published.