ଆରଟିଓ ଆଗାଡେ ଆର୍ ନାଇଁ ଲାଗେ ଲମ୍ବା ଧାଡି

ପେପରଲେସ୍ ହେଲା ଆରଟିଓ, ଅନଲାଇନ୍ ଆଡୁ ଲୁକକୁଁ ମିଲବା ପରିବହନ୍ ସେବା

0

ଗାଡି କାଗଜପତର ଲାଗି ଆରୁ କୁଦାନର୍ଦ୍ଧା କରବାର ଲାଗି ନାଇଁପଡେ ଆରଟିଓ ଅଫିସ୍ । ଅନଲାଇନ୍‌ନେ ସବୁ କାଗଜପତର କାମ୍ ହେବା । ଇଆଡୁ ରାଜ୍ୟର ପହେଲା ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆରମ୍ଭ ହେଇଛେ । ପରିବହନ୍ ସେବାକେ ନେଇକରି ୯ଟା ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ ରାଜ୍ୟ ସରକାର । ୫-ଟି କାର୍ଯ୍ୟକ୍ରମ୍ ଅଧୀନ୍‌ନେ ଇଟା କାର୍ଯ୍ୟକାରୀ କରାଯିବା । ଗାଡିର ସବୁ କାମ୍ ଏତକର ଅନଲାଇନ୍ ମାଧ୍ୟମନେ ଆରମ୍ଭ କରାଯିବା ଯେନଆଡୁ ଆରୁ ଲୁକକୁଁ ଆରଟିଓ ଅଫିସ୍‌କେ ଯିବାକେ ନାଇଁପଡେ । ଗାଡି ଉପରେ ହେଉଥିବାର କେନସି କାମ୍ ଲାଗି ଲୁକେ ନିଜର ଇଚ୍ଛା ହିସାବେ ଆରଟିଓ ଅଫିସ୍ ବାଛି ପାରବେ । ଇହାଦେ ପରିବହନ୍ ବିଭାଗନେ ଅଏତକା କାମ୍ ହେବାର ସାଙ୍ଗେ ଲୁକକୁଁ କାଗଜ ପତର ଲାଗି ବହୁତ୍ ସମସ୍ୟା ହେଉଛେ । ଇ ସବୁକେ ଆଏଁଖ ଆଗାଡେ ରଖିକରି ଇତାକେ ପେପର ଲେସ୍ ଆରୁ କଣ୍ଟାକ୍ଟଲେସ୍ କରାଯାଇଥିବାର ମୁଖ୍ୟମନ୍ତ୍ରୀ କହିଛନ୍ । ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କରିକିନା ଡିଜିଟାଲ ଦସ୍ତଖତ୍ ଆରୁ ନିଜର ନମ୍ବର ବାହାର କରବାରନେ ଓଡ଼ିଶା ପହେଲା ରାଜ୍ୟ । ଇତାର ସାଙ୍ଗେ ଦେଶର ପହେଲା ରାଜ୍ୟ ହିସାବେ ଉମଙ୍ଗ ଆପ୍‌ନେ ଲର୍ଣ୍ଣର ଲାଇସେନ୍ସ ଭିଲ୍ ଯୁଗାଯାଉଛେ । ପରିବହନ୍ ସେବାକେ ପୁରା ଡିଜିଟାଲ୍ କରାଯାଇଥିବାର ବେଲକେ ଇଆଡୁ ଗୁଟେ କୋଟି ପୃଷ୍ଠା ସେଭ୍ କରାଯାଇ ପାରାବା । ଯେନଆଡୁ ଗୁଟେ ବଛରନେ ଏକ୍ ହଜାର ଗଛ ରକ୍ଷା ହେଇପାରବା ।

Leave A Reply

Your email address will not be published.