ଗୁଟେ କିଡନୀନେ ବି ପାଇଛନ୍ ସଫଲତା

ଭାରତୀୟ ଆଥ୍‌ଲେଟିକ୍ ଅଞ୍ଜୁ ବବି ଜର୍ଜ କଲେ ତାକଁର ଜୀବନ୍‌ର ବଡ ଖୁଲାସା

0

କଥାନେ ଅଛେ ଇଚ୍ଛା ଥିଲେ ଉପାୟ ଭିଲ୍ ଅଛେ । ଆରୁ ଇ କଥାକେ ଠିକ୍ ପ୍ରମାଣିତ୍ କରିପାରିଛନ୍ ଅଞ୍ଜୁ ବବି ଜର୍ଜ । ଭାରତୀୟ ଆଥ୍‌ଲେଟିକ୍‌ର ଜନେ ନାଁକରା ଖେଲାଲି ହେଉଛନ୍ ଅଞ୍ଜୁ । ଅନ୍ତର୍ଜାତୀୟ ସ୍ତରନେ ଦେଶ ଲାଗି ଖେଲିକରି କେତନି ନାଁ ଆଦିଦେଇଛନ୍ ସେ । ୨୦୦୩ ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପ୍‌ନେ ଲଙ୍ଗ୍ ଜମ୍ପ୍ ଖେଲିକରି ଭାରତ ଲାଗି ବ୍ରୋଂଚ ପଦକ୍ ଜିତିଥିଲେ ଅଂଜୁ । ଇ ଖେଲ୍‌ଥି ସେ ହି ଭାରତର ଜନେ ମହିଲା ଯେ କି ଇ ସମ୍ମାଜନକ୍ ପୁରଷ୍କାର ପାଇପାରିଛନ୍ । ତାକଁର ସଫଲତାକେ ନେଇକରି ଅଂଜୁ ଗୁଟେ ବଡଟେ କଥାର ଖୁଲାସା କରିଛନ୍ ।

ସେ କହିଛନ୍ ଯେ, ‘ବିଶ୍ୱାସ୍ କରୁନ୍ କି ନାଇଁ, କିନ୍ତୁ ମୁଇଁ ଗୁଟେ କିଡନୀ ସାହାଜନେ ଆଏଜ୍ ଦୁନିଆଁର ସବୁନୁ ଉପରକେ ପୁହୁଞ୍ଚିପାରିଛେ’ । କେତନି ସମସ୍ୟା ଆରୁ କଷ୍ଟ ଭିତରେ ସେ ଆଗକେ ବଢିପାରିଥିବାର କହିଛନ୍ । କେତନି ସମିଆଁନେ ପେନ୍‌କିଲର୍ ନେଇକରି ଭିଲ୍ ତାକୁଁ ନିଜର ରାସ୍ତାନେ ଚାଲବାକେ ପଡିଛେ । ଆଲର୍ଜି ଲାଗି ସେ ପେନ୍‌କିଲର୍ ନେଉଥିବାର କହିଛନ୍ । ଆଉ ଆଜିର ଇ ସଫଲତାର ସବୁ ଶ୍ରେୟ ସେ ତାକଁର ସ୍ୱାମୀ ତଥା ତାକଁର କୋଚ୍ ରବର୍ଟ ବବି ଜର୍ଜକୁଁ ଦେଇଛନ୍ ।

୨୦୦୩ନେ ୱାଲର୍ଡ ଆଥଲେଟିକ୍‌ନେ ଲଙ୍ଗଜମ୍ପନେ ବ୍ରୋଂଚ ପଦକ୍ ଜିତଲା ଉତାରୁ ସେ ୨୦୦୫ନେ ହେଇଥିବାର ଆଇଏଏଏଫନେ ସୁନା ପଦକ୍ ଜିତିଥିଲେ । ୨୦୦୧ନେ ଅନ୍ତର୍ଜାତୀୟ ଖେଲକେ ଆସଲା ବାଦ୍ ଅଂଜୁ ଜାନବଙ୍କଳ ପାଇଥିଲେ ଯେ ତାକଁର ଗୁଟେ କିଡନୀ ଅଛେ । ବେଙ୍ଗଲୁରୁନେ ସେ ତାକଁର ଚିକିତ୍ସା କରେଇଥିଲେ ହେଲେ, ସେ ଆଉ ଯେ ଖେଲିକରି ଆଗକେ ବଢିପାରବେ ସେ ଆଶା ତାକଁର ଭାଙ୍ଗୀଯାଇଥିଲା । ଇ ସମିଆଁନେ ତାକୁଁ ପ୍ରସ୍ତୁତ୍ କରିଥିଲେ ତାକଁର କୋଚ୍ ତଥା ସ୍ୱାମୀ ରବର୍ଟ ବବି ।

ସେତେବେଲେ ଯଦି ଇ କଥା ବାହାରିଥିତା ତାହାହେଲେ ସ୍ଥିତି କିଛି ଦୁଶରା ହେଇଯାଇଥିତା ଆରୁ ଏତେ ବାଟ୍ ଭିଲ୍ ଆସି ନାଇଁ ହେଇଥିତା ବଲି ସେ କହିଛନ୍ । ସେଆଡେ ଅଂଜୁକଁର ଏନ୍ତା କଥା ଜାନଲା ଉତାରୁ ତକୁଁ କେତନି ପ୍ରଶଂସା କରିଛନ୍ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍‌, ‘ଅଞ୍ଚୁ ତୁମାର କଠିନ୍ ପରିଶ୍ରମ୍ ଆରୁ ତ୍ୟାଗ୍ ଲାଗି ଆଏଜ୍ ଦେଶ ଧନ୍ୟ ହେଇଛେ’ ।

Leave A Reply

Your email address will not be published.