ରେଲ୍ ଷ୍ଟେସନ୍ ନାଁକେ ନେଇକରି ଘିଚାଟନା

ବିଛୁପାଲି-ଭଇଁସାପାଲି ରେଲ୍ ଷ୍ଟେସନ୍ ନାଁକେ ନେଇକରି ବଢୁଛେ ଝମେଲା

0

ବଲାଙ୍ଗିର-ଖୋର୍ଦ୍ଧା ରେଲ ଲାଇନ୍ କାମ୍ ଇହାଦେ ତକ୍ ପୁରା ହେଇନାଇଁ ପାରବାର । ବଲାଙ୍ଗିର ଆଡୁ ବିଛୁପାଲି ତକ୍ ରେଲ୍ ଯିବାର ଆଏବାର କରୁଛେ । ହେଲେ ରେଲ୍ ଷ୍ଟେସନ୍‌କେ ନେଇକରି ପହେଲାନୁ ହିଁ ଝମେଲା ଦେଖବାରକେ ମିଲିଥିଲା । ଷ୍ଟେସନ୍‌ଟା ବିଛୁପାଲି ଆରୁ ଭଇଁସାପାଲି ସୀମାନେ ରହିଥିବାର ବେଲେ ପହେଲାନୁ ଉଦଘାଟନ ସମିଆଁନେ ଇଟା ଭଇଁସାପାଲି ନାଁନେ ରହିଥିଲା । ଯେନଟାକି ପଛେ ଝାରବଲାଙ୍ଗିର ଆରୁ ଭଇଁସାପାଲି ଗାଁର ଲୁକେ ବିରୋଧ୍ କରିଥିଲେ । ପଛେ ପ୍ରଶାସନ୍ ଆଡୁ ତଦନ୍ତ କରିକିନା ବିଛୁପାଲି ମୌଜାନେ ରହିଥିବାରନୁ ଇତାର ନାଁ ବିଛୁପାଲି ରଖିଥିଲେ । ହେଲେ ଇହାଦେ ଫେରଘାଏ ଷ୍ଟେସନ୍‌ର ନାଁକେ ନେଇକରି ଝମେଲା ଦେଖାଦେଇଛେ ।

ଇହାଦେ ଷ୍ଟେସନର ନାଁ ବିଛୁପାଲି-ଭଇଁସାପାଲି ରଖାଯାଇଥିବାର ବେଲକେ ବିଛୁପାଲି ଗାଁ ଲୁକେ ଇତାକେ ଖାଲି ବିଛୁପାଲି ନାଁନେ ରଖାଯାଉ ବଲିକରି ଦାବି କରିଛନ୍ । ଏତେ ଝମେଲା ହେଲା ଉତାରୁ ଭିଲ୍ ଇହାଦେ ଷ୍ଟେସନ୍‌ର ନାଁ ବିଛୁପାଲି-ଭଇଁସାପାଲି ନାଁ ଦେବାର ଲାଗି ଇହାଦେର ଜିଲ୍ଲାପାଳ ଅନୁମତି ଦେଇଦେଇଛନ୍ । ସେଆଡେ ରେଳ ବିଭାଗ ଭିଲ୍ ପ୍ରସ୍ତାବ ପାଏଲା ଉତାରୁ ନାଁ ବଦଲେଇ ସାରିଥିବାର ବେଲକେ ବିଛୁପାଲିି ଗାଁର ଲୁକେ ଇତାକେ ବିରୋଧ କରିଛନ୍ । ପ୍ରଶାସନ୍ ଠିକ୍ ହିସାବେ ତଦନ୍ତ କରିକିନା ନିଷ୍ପତ୍ତି ନେଉନ ନାଇଁ ହେଲେ ଆଗକେ ଆନ୍ଦୋଲନର ଚେତାବନୀ ଦେଇଛନ୍ । ହାଇକୋର୍ଟନେ ଜନସ୍ୱାର୍ଥ ମାମଲା ରୁଜୁ କରିକିନା ଦାବି ରଖବାର କଥା କହିଛନ୍ ଗାଁର ଲୁକେ । ସୂଚନା ଥାଉ କି ୨୦୧୯ ଜାନୁଆରୀ ୧୫ ତାରିଖନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତାର ଉଦଘାଟନ୍ କରିଥିଲେ ।

Leave A Reply

Your email address will not be published.