ରାଜମା ଭାତ୍ ଆନିଦେଲା ନୂଆଁ ପରିଚୟ

ସ୍କୁଟିଥି ରାଜମା ଭାତ୍ ବିକି କରି ଚର୍ଚ୍ଚାନେ ପଶ୍ଚିମ ଦିଲ୍ଲୀର ସରିତା କଶ୍ୟପ୍‌

0

ଆଜିର୍ ମହିଲା ଆର୍ ଘରର ଚାରି କାନ୍ଥି ଭିତରେ ରହିନାଇଁ ଯାଇ । ଘରୁ ବାହାରକେ ଗୋଡ କାଢି କରି ନିଜର ସୁବିଧା ଅସବିଧା କଥା ନିଜେ ବୁଝୁଛେ । ଆଘୋ ଦିନ୍ ଥିଲା ସ୍ୱାମୀ କମାଲେ ଯାଇକରି ସ୍ତ୍ରୀ ଚଲୁଥିଲା । ହେଲା ଇହାଦେ ସମିଆଁ ବଦଲିଛେ ଆରୁ ମହିଲା ନିଜର ଗୁଡେ ନିଜେ ଠିଆ ହେବାର ସାଙ୍ଗେ ନିଜର ବାଟ୍ ନିଜେ ବାଛିପାରିଛନ୍ । ହେନ୍ତା ଜନେ ମହିଲା ହେଉଛନ୍ ପଶ୍ଚିମ୍ ଦିଲ୍ଲୀ ପିରାଗଢୀର ସରିତା କଶ୍ୟପ୍ । ସରିତାକଁର ରାଜମା ଭାତ୍ ଇହାଦେ ତାକୁଁ ଚର୍ଚ୍ଚାକେ ଆନିଛେ । ସେ ତାକଁର ଟୁକେଲକେ ନେଇକରି ଏକଲା ରହୁଥିବାର ବେଲକେ ତାକଁର ଝି ର ସାଙ୍ଗେ ଘରର ସବୁ କଥା ତାକୁଁ ବୁଝବାକେ ପଡିଥିଲା । ପହେଲାନୁ ସେ ଗୁଟେ ଅଟୋ-ମୋବାଇଲ୍ କମ୍ପାନୀନେ କାମ୍ କରୁଥିଲେ । ୧୬ ବରଷ୍ ହେଲା ନିଜର ଝିକେ ନେଇ କରି ଏକଲା ରହୁଥିବାର ସରିତା ରାଜମା ଭାତ୍ ବିକବାର କଥା କେଭେ ଚିନ୍ତା ନାଇଁ କରିଥାଇ । ହେଲେ ଗରିବ ଛୁଆକୁଁ ଖୁଆବାର ତାକଁର ଇଚ୍ଛା ଭିଲ୍ ରହିଥିଲା ।

ତ ଅଚାନକ୍ ଦିନେ ସେ ନିଜର ସ୍କୁଟି ନେଇକରି ରାଜମା ଭାତ୍ ଷ୍ଟଲ ଲଗେଇ କରି ଦେଖିଥିଲେ ଯେ କେନ୍ତା ହେଉଛେ ବେପାର । ଆର ସେ ଦିନ୍‌ର ଅନୁଭୁତି ବାଦ୍ ସେ ଫି ଦିନ୍ ରାସ୍ତା ତରାନେ ସ୍କୁଟି ଉପରେ ହିଁ ରାଜମା ଭାତ୍ ବିକି ଆସୁଛନ୍ । ‘ଅପନାପନ୍ ରାଜମା ଚାୱଲ’ ନାଁନେ ଷ୍କୁଟି ଉପରେ ତାକଁର ଷ୍ଟଲ ଖୁଲିଛନ୍ ସରିତା । ୪୦ନୁ ୬୦ ଟଙ୍କା ଭିତରେ ସେ ଲୁକକୁଁ ସୁଆଦିଆ ରାଜମା ଭାତ୍ ଖାଏବାକେ ଦେଇଆସୁଛନ୍ । ଆରୁ ଗରିବ ଛୁଆକୁଁ ସରିତା ମାହାଲିଆନେ ଖାଏବାକେ ଦେଇଥିସନ୍ । ଏନ୍ତା କି ତାକଁର ପଢା ପଢି ଲାଗି ବହି ଖାତା ଭିଲ୍ ମାହାଲିଆନେ ଯୁଗେଇଦେସନ୍ । ପୁରା ଅଂଚଲନେ ସରିତାକଁର ରାଜମା ଭାତ୍ ଚର୍ଚ୍ଚା ଚାଲିଥିବାର ବେଲକେ ଲୁକେ ଭିଲ୍ ବଡା ମଜା ନେଇକରି ଇତାକେ ଖାଇଥିସନ୍ । ଉତ୍ତର ଭାରତନେ ବେଶୀ କରି ରାଜମା ତରକାରୀ ଲୁକକଁର ପହେଲା ପସନ୍ଦ ରହିଥିବାରନୁ ସେ ଇଟାକେ ତାକଁର ବେପାରର ଜରିଆ ବନେଇଛନ୍ । ଆରୁ ଆଏଜ୍ ଦୁଶରା ମହିଲାକଁର ଲାଗି ବି ଗୁଟେ ଉଦାହରନ୍ ସାଜିପାରିଛନ୍ ।

Leave A Reply

Your email address will not be published.