ତେଲ୍ ଉତାରୁ ବଢଲା ବସ୍ ଭଡା

ପେଟ୍ରୋଲ୍‌, ଡିଜେଲ୍ ଦାମ୍ ବଢବାରନୁ ବଢଲା ବସ୍ ଭଡା

0

ବଢଲା ବସ୍ ଭଡା । କରୋନା ମାଡ୍‌କେ ସବୁ ଜିନିଷର ଦାମ୍ ବଢବାରନେ ଲାଗିଛେ । ତେଲ୍‌, ନୁନ୍‌ନୁ ନେଇକରି ପନିପରିବା ବଢଲା ଉତାରୁ ଇହାଦେ ଯିବାର ଆଏବାରଟା ଭିଲ୍ ମହଁଙ୍ଗା ହେଇଛେ । ଗଲା କିଛି ଦିନ୍ ପେଟ୍ରୋଲ୍ ଡିଜେଲ୍‌ର ଦାମ୍ ବଢିଥିବାର ବେଲେ ିହାଦେ ରାଜ୍ୟନେ ବସ୍ ଭଡା ଭିଲ୍ ବଢିଛେ । ପେସେଞ୍ଜର ବସ୍‌ନୁ ନେଇକରି ଏକ୍ସପ୍ରେସ୍ ଗାଡି ତକ୍ ସବୁଥିରେ ଭଡା ବଢିଥିବାର ନେଇକରି ଜନାପଡିଛେ । କିଲୋମିଟର ପିଛା ଟଙ୍କାଟେ ବଢିଛେ ସାଧାରଣ ଆର ଏକ୍ସାପ୍ରେସ୍ ଗାଡି ମାନକେ । ସେନ୍ତା ଡିଲକ୍ସ ଆରୁ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୨ ପଏସା ବଢିଛେ । ପେସେଞ୍ଜର ଗାଡି ମାନକୁଁ ଭଡା ୭୨ନୁ ୭୩ ପଏସାକେ ବଢିଛେ । ତେଲ୍ ଦାମ୍ ବଢବାରନୁ ଗାଡି ଭଡା ଯାଇଥିବାର ବସ୍ ସଂଘ ଆଡୁ କୁହାଯାଇଛେ । ଗଲା ଦୁଇ ବଛର ଭିତରେ ତେଲ୍ ରେଟ୍ ବଢି ବଢି ଚାଲିଛେ । ୨୦୧୮ ସେପ୍ଟେମ୍ବରନୁ ପେଟ୍ରୋଲ୍ ଡିଜେଲ୍ ଦାମ୍ ଲାଗ ଲାଗ୍ ବଢୁଥିବାର ବେଲକେ ଇହାଦେ ସବୁନୁ ଅଏତକା ରହିଛେ । ଏନ୍ତାଥି ଇହାଦେ ଗରାଖକଁର ଉପରେ ଅସନ୍ତୋଷ ଦେଖବାକେ ମିଲିଛେ । ଡିଜେଲ୍‌, ପେଟ୍ରୋଲ୍ ବଢଲା ଉତାରୁ ଫେର୍ ବସ୍ ଭଡା ବଢିଥିବାରନୁ ଇହାଦେ ଇଟା ମୁଡ ଦୁଖା ବନିଛେ ।

Leave A Reply

Your email address will not be published.