କୋବ୍ରା କମାଣ୍ଡୋସ

0

ଭୟ କଣ, ମୁସ୍କିଲ କଣ, ସମସ୍ୟା କଣ ? ସବୁଠି ସବୁ ପରିସ୍ଥିତିରେ ଶକ୍ତ । ଲୁଚି କି ଆସନ୍ତି ଏମାନେ ହେଲେ, ଏମାନଙ୍କ ପ୍ରହାର କେବେ ଖାଲି ଯାଏ ନାହିଁ । ଚିତା ଭଳି ଚାଲି, ବାଜ ଭଳି ନଜର ଏବଂ କୋବ୍ରା ଭଳି ଆକ୍ରମଣ । ଏମାନେ ହେଉଛନ୍ତି ସିଆରପିଏଫ୍ ୟୁନିଟ୍‌ର କୋବ୍ରା କମାଣ୍ଡୋସ୍ । କୋବ୍ରା କମାଣ୍ଡୋସ ହେଉଛି କମାଣ୍ଡୋ ବାଟାଲିୟନ ଫର୍ ରେଜୋଲ୍ୟୁଟ୍ ଆକ୍ସନ । ଜଙ୍ଗଲରେ ଥିବା ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଏମାନଙ୍କୁ ମୁତୟନ କରାଯାଇଛି । କୋବ୍ରା କମାଣ୍ଡୋସଙ୍କ ନାଁ ଶୁଣିଲେ ହି ନକ୍ସଲିଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଯାଏ । ଏମାନେ ଜଙ୍ଗଲ ଭିତରେ ଲୁଚି କି ରହିଥାନ୍ତି ଏବଂ ନକ୍ସଲ ତଥା ମାଓ ସଙ୍ଗଠନର କିଛି ଭନକ ଲାଗିଲେ ଏମାନଙ୍କ ଉପରେ ବିଜୁଳି ଭଳି ବର୍ଷି ପଡନ୍ତି । କୁହାଯାଏ କୋବ୍ରା ଯାହାକୁ କାମୁଡେ ସେ ପାଣି ବି ମାଗିପାରେ ନାହିଁ, ସେହିଭଳି ଏହି କୋବ୍ରା କମାଣ୍ଡୋସ ମଧ୍ୟ କୋବ୍ରା ଭଳି ଶତ୍ରୁଙ୍କ ଉପରେ ଭାରି ପଡନ୍ତି । ଏମାନେ ବିନା ଶବ୍ଦରେ ଜଙ୍ଗଲ ଭିତରେ ଲୁଚି କି ରହିଥାନ୍ତି , ଏବଂ ଶତ୍ରୁର ଇଲାକାରେ ପଶି ଅପରେଶନ୍ ସଫଳତାର ସହ ଶେଷ କରି ପୁଣି ନିଜ ସ୍ଥାନକୁ ଫେରନ୍ତି । ଆଉ ଏଭଳି କଳା କେବଳ କୋବ୍ରା କମାଣ୍ଡୋସ୍‌ଙ୍କ ପାଖରେ ହିଁ ଥାଏ । କମାଣ୍ଡୋସ୍ ଏହି ସ୍ପେଶାଲ ଟିମ୍‌ର ଗଠନ ହୋଇଥିଲା ୨୦୦୯ରେ । ଏମାନେ ଘଂଟା ଘଂଟା ଧରି ଜଙ୍ଗଲ ଭିତରେ ମାଟି ଖୋଳି ନିର୍ଜିବ ଭଳି ପଡିରହନ୍ତି, ଯେ ଯାଏ ଏମାନେ ଶତ୍ରୁର ଠିକଣା ନ ପାଇଛନ୍ତି । ଦିନ ଦିନ ଧରି ଜଙ୍ଗଲ ଭିତରେ ଅପରେସନକୁ ପୂରା କରିବା ପାଇଁ ଏମାନେ ଲାଗିଥାନ୍ତି । ଜଙ୍ଗଲ ଭିତରେ ଶହ ଶହ କିଲୋମିଟର ଚାଲି ଚାଲି ଶତ୍ରୁଙ୍କ ଅଂଚଳ ଖୋଜି ବାହାର କରିବାକୁ ପଡିଥାଏ ।

Leave A Reply

Your email address will not be published.