ଟ୍ରମ୍ପକଁର ଇସ୍ତଫା ଦାବି କଲେ ପିଲୋସି

ଟ୍ରମ୍ପ ନିଜେ ଇସ୍ତଫା ନାଇଁଦେଲେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯିବା: ପିଲୋସି

0

ଆମେରିକା କ୍ୟାପିଟଲ୍ ବିଲ୍ଡିଂ(ସଂସଦ ଭବନ)ନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ସମର୍ଥକଦଙ୍ଗା କରାବାର ଘଟନାକେ ପୁରା ବିଶ୍ୱ ଇହାଦେ ନିନ୍ଦା କରୁଛେ । ଦୁନିଆଁର ସବୁ ରାଷ୍ଟ୍ରର ନେତା ଏନ୍ତା ଘଟନାକେ ନିନ୍ଦା କରିଛନ୍ । ୱାସିଂଟନ୍ ଡିସିନେ ସୁରକ୍ଷା କଡାକଡି କରାଯାଇଛେ । ଆରୁ ଜାନୁଆରୀ ୨୧ ତାରିଖ ତକ୍ ପବ୍ଲିକ୍ ଏମାରଜେନ୍ସି ଜାରି କରାଯାଇଛେ । ଦଙ୍ଗା ଘଟନାନେ ମୃତ୍ୟୁ ସଂଖ୍ୟା ୫କେ ବଢିଥିବାର ବେଲକେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ଇସ୍ତଫା ଦାବି କରିଛନ୍ ଆମେରିକାର ‘ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭସ୍‌’ ବାଚସ୍ପତି ନାନ୍‌ସି ପେଲୋସି ।

ସେ କହିଛନ୍ ଯେ ଟ୍ରମ୍ପ ଯଦି ନିଜେ ନିଜର ପଦ୍‌ନୁ ଇସ୍ତଫା ନାଇଁ ଦିଅନ୍ ତାହେଲେ ତାକଁର ବିରୋଧନେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯିବା । ଆଏବାର ଜାନୁଆରୀ ୨୦ ତାରିଖନେ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହିସାବେ ଶପଥ ନେବେ ହେଲେ ଇତାର ଆଘୋନୁ ଟ୍ରମ୍ପକଁର ଇସ୍ତଫା ଦାବି ହେଇଛେ । ସଂସଦ ଭବନକେ ଢୁକିକରି ଟ୍ରମ୍ପ ସମର୍ଥକ କରିଥିବାର ଦଙ୍ଗା ଘଟନା ଲାଗି ତାକଁର ଇସ୍ତଫା ଦାବି ହେଇଛେ । ଦଙ୍ଗା ଗଟନାନେ ୪୦ନୁ ଅଏତକା ଲୋକ୍ ଗିରଫ୍ ହେଇସାରିଛନ୍ ଆର ବାକି ଲୋକକୁଁ ଧରବାର ଲାଗି ଖୁଜା ଚାଲିଛେ ।

ସେଆଡେ ଟ୍ରମ୍ପ ଦଙ୍ଗା ଘଟନାନେ ନିଜର ଲାଗି ରାଜକ୍ଷମା ଦେବାର ଲାଗି ପ୍ରସ୍ତୁତି ଚଲେଇଛନ୍ । ରାଷ୍ଟ୍ରପତି ପଦ୍ ଆଉ ଜନକୁଁ ହସ୍ତାନ୍ତର କରବାର ଆଘୋନୁ କିଛି ଲୋକକୁଁ ରାଜକ୍ଷମା ଦେବାର ପରମ୍ପରା ରହିଛେ । ଟ୍ରମ୍ପ ଗୁଟେ ଲିଷ୍ଟ ତିଆର କରିଥିବାର ବେଲେ ଇଥରେ ନିଜର ନାଁ ପହେଲାନେ ରଖିଛନ୍ ତାର ଉତାର ଝିଅ ଇଭାଙ୍କା ଟମ୍ପ, ଜ୍ୱାଇଁ ଜାରେଦ କୁସନର, ପୁଅ ଜୁନିଅର ଡୋନାଲ୍ଡ ଟ୍ରମ୍ପ, ଆରୁ ତାକଁର କିଛି ଅଧିକାରୀକଁର ନାଁ ରହିଛେ । ସେଆଡେ ରାଷ୍ଟ୍ରପତି ନିଜେ ନିଜକୁ କ୍ଷମା ଦେଇ ପାରବେ କି ନାହିଁ ସେ ସବୁ ଇହାଦେ ବଡ୍ ପ୍ରଶ୍ନ ବନିଛେ ।

Leave A Reply

Your email address will not be published.