ମୁଖ୍ୟମନ୍ତ୍ରୀକଁର୍ ସନ୍ଦେଶ୍

0

ରୋଗ୍କେ ନେଇ କମ୍ ହେଲାନ ବଲି ଉସାସ୍ ହେବାରଟା ଠିକ୍ ନାଇଁସେ । ବିପଦ୍ ଇହାଦେ ବି ନାଇଁ ଟଲି । ତ ବାହାରକେ ଗଲେ ମାସ୍କ ପିନ୍ଧବାର୍ ଜରୁରୀ । ବେକେ ଝୁଲେଇକରି ନାଇଁସେ, ବରଂ ମୁହେଁ ପିନ୍ଧବାର୍ କଥା ଯେନ୍ତା ଟୁଣଁ ଆର୍ ନାକ୍ ଢାପି ହେଉଥିବା । ଘରକେ ଫିରଲେ ସଫା ସୁତର ହେଇ ଧୁଇ ହେବାର୍ କଥା । ସୋସିଆଲ ଡିଷ୍ଟାନସକେ ଧିଆନ୍ ଦେବାର୍ କଥା ଆର୍ ଅଯଥା ବାହାରେ ବୁଲାବୁଲି ନାଇଁ କରବାର୍ କଥା । କାରନ୍ ଇହାଦେ ବି କରୋନାର ଡର ନାଇଁ ଯାଇ ।  ମୁଖ୍ୟମନ୍ତ୍ରୀ ସମକୁଁ ସଚେତନ୍ ଆର୍ ସତର୍କ କରବାର୍ ଲାଗି ଗୁଟେ ଭିଡିଓ ମାଧ୍ୟମ୍‌ନେ ସନ୍ଦେଶ୍ ଦେଇଛନ୍ ।

ଠିକ୍ ବର୍ଷେ ତଲେ ଆଜିର ଦିନେ ଓଡ଼ିଶାନେ ପହେଲା କରୋନା ରୋଗୀ ବାହାରିଥିଲେ । ବିଦେଶନୁ ଫିରିଥିଲେ । ଇ ଭିତରେ ବର୍ଷେ ବିତିଛେ । ଆର୍ କରୋନା ପଜିଟିଭ୍ ସଂଖ୍ୟା ୩ ଲାଖ୍ ଉପରକେ ପହଞ୍ଚିଛେ । ସେ ଭିତରୁ ବହୁତ୍ ଲୋକ୍ ଭଲ୍ ହେଇଛନ୍ । ଇହାଦେ ବି କେତେଝନ୍ ପଜିଟିଭି ଅଛନ୍ । ହଜାର ହଜାର ଲୁକକଁର୍ ଜୀବନ୍ ବି ଯାଇଛେ । ତ ଇହାଦେ ବି ସତର୍କ ରହେବାର୍ ଜରୁରୀ ଅଛେ । ଗୁଟେ ବର୍ଷ ଭିତରେ ପାଠପଢା, ଅର୍ଥନୀତି, ଜୀବନ୍ ଜୀବକା ସବୁ ପ୍ରଭାବିତ୍ ହେଇଛେ । ଗଲା ଗୁଟେ ବର୍ଷ ଜୀବନ୍ ଥିବାର୍ ତକ୍ କେଭେ ନାଇଁ ପାସରନ୍ ଲୋକ୍ । ବଞ୍ଚବାର୍ ଲାଗି ଲଢେଇ ଚାଲଲା ।

ହସପିଟାଲନେ ପହଞ୍ଚିଲାବେଲକେ ଜୀବନ୍ ପଲେଇଯାଉଥିଲା । ଗୁଟେ କୁଟୁମର ୨ ଲୋକ୍ ୩ ଲୋକ୍ ଏକା ସାଙ୍ଗେ ଆଏଁଖ୍ ମୁଜୁଥିଲେ । ସେଆଡେ ସରକାର ବି ସବୁ ରକମର ଚେଷ୍ଟା କରୁଥିଲେ । ସରପଞ୍ଚ ମାନକୁଁ ଜିଲ୍ଲାପାଲକଁର୍ କ୍ଷମତା ଦେଲେ । ଧୀରେ ଧୀରେ ଜୀବନ୍ ଜୀବକାକେ ଦେଖି ସବୁ ସ୍ୱାଭାବିକ୍ ହେଲା କିନ୍ତୁ ଏବେ ଡର ଯିବାର୍ ନାଇଁ । ସେଥିରଲାଗି ଫେର ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମକୁଁ ଚେତେଇ ଦେଇଛନ୍ । ଦେଶର ଭିନ୍ ଭିନ୍ ରାଏଜନେ କରୋନାର ୨ ନମ୍ବର ଲହର ଫିରୁଥିବାର୍ ବେଲକେ ଓଡ଼ିଶା ଇଟାକେ ମୁକାବିଲା କରବାର୍ ଲାଗି ପ୍ରସ୍ତୁତ୍ ଅଛେ । ସେଥିରଲାଗୀ କରୋନା ନିୟମ୍ କେ ମାନବାର୍ ସାଙ୍ଗେ ସେଟା ଯେନ୍ତା କଡାକଡି ପାଲନ୍ ହେବା ସେଥିରଲାଗି ବି ପ୍ରଶାସନ୍ ଆର୍ ପୁଲିସକେ ନିର୍ଦ୍ଦେଶ ଦେଇଛନ୍ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.