ଧରାପଡଲା ନିଆଁଲଗଉ

ଜଙ୍ଗଲି ଜୀବ୍ ଶିକାର କରବାର ଲାଗି ଲଗେଇଦେଉଛନ୍ ଜଙ୍ଗଲନେ ନିଆଁ

0

ନିଆଁର ଆଁ ଭିତରେ ରହିଛେ ରାଜ୍ୟର କେତନି ଜଙ୍ଗଲ । ଜଙ୍ଗଲନେ ନିଆଁ ଲାଗବାର ଘଟନା ନୂଆଁ ନାଇଁ ହେଇଥିଲେ ଭିଲ୍ ଏକାସାଙ୍ଗେ ଏତକିଟେ ଜଙ୍ଗଲ ନିଆଁ ଘେରନେ ରହେବାର କଥା ଚିନ୍ତା ବଢେଇଛେ । ବନବିଭାଗ ଆରୁ ରାଜ୍ୟ ସରକାରକଁର ମୁଡଦୁଖା ବନିଥିବାର ବେଲକେ ଜଙ୍ଗଲୀ ଜୀବ୍ ସହର ମୁହାଁ ହେଇଛନ୍ । ବନବିଭାଗ ଆଡୁ ନିଆଁ ଲିଭାକାମ୍ ଜାରି ରହିଥିବାର ବେଲକେ ସୁରକ୍ଷା ଆହୁରି କଡାକଡି ହେଇଛେ । ଇହାଦେ ବୌଦ୍ଧ ଜିଲ୍ଲା ମାଧପୁର ରେଂଜ ମୁଣ୍ଡେଶ୍ୱର ସଂରକ୍ଷିତ୍ ଜଙ୍ଗଲନେ ନିଆଁ ଲଗଉଥିବାର ବେଲକେ ଦୁଇ ଜନକୁଁ ଗିରଫ୍ କରିଛେ ବନବିଭାଗ୍ । ଗିରଫ୍ ଅଭିଯୁକ୍ତ ଦୁହି ଜନ ବାପ୍ ପୁଓ ହେଇଥିବାର ଜନାପଡିଥିଲା । ଇମାନକଁର ପାଶୁ ଦିଆସିଲି ଆରୁ ଦୁଇଟା ଟଙ୍ଗିଆ ଜବତ୍ କରାଯାଇଛେ । ବନବିଭାଗ ଆଡୁ ପାଟ୍ରୋଲିଂ କରାଯାଉଥିବାର ବେଲକେ ମୁଣ୍ଡେଶ୍ୱର ସଂରକ୍ଷିତ୍ ଜଙ୍ଗଲର ୪ଟା ଜାଗାନେ ନିଆଁ ଲାଗିଥିବାର ଦେଖିକରି ପୁହୁଞ୍ଚିଥିଲେ ଆରୁ ଇ ବାପ ପୁଓକୁଁ ଗିରଫ୍ କରିକିନା କୋର୍ଟ ଚାଲାନ୍ କରାଯାଇଛେ । ସେଆଡେ ପୁରୁଣାକଟକ ରେଂଜନୁ ଭିଲ୍ ନିଆଁ ଲଗଉଥିବାର ବେଲକେ ୩ ଜନ୍‌କୁଁ ଗିରଫ୍ କରିଛେ ବନବିଭାଗ ।

ନିଆଁ ଲଗେଇକରି ଭାଗବାର ଲାଗି ଚେଷ୍ଟା କରୁଥିବାର ବେଲକେ ଇ ତିନି ଜନ୍‌କୁଁ ବନବିଭାଗ ଧରବାରନେ ସଫଲ ହେଇଥିଲା । ଇମାନକଁର ପାଶୁ ଦୁଇଟା ଦିଆସିଲି ଜବତ୍ କରାଯାଇଥିବାର ବେଲକେ ସମସ୍ତକୁଁ ଗିରଫ୍ କରାଯାଇଛେ । ସେଆଡେ ଜିଲ୍ଲାର ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ସଂରକ୍ଷିତ୍ ଜଙ୍ଗଲନେ ନିଆଁ ଲଗେଇକରି ଜଙ୍ଗଲି ଜନ୍ତୁକଁର ଶିକାର କରୁଥିବାର ବେଲକେ ଦୁଇ ଜନ୍ ଗିରଫ୍ ହେଇଛନ୍ । ମନମୁଣ୍ଡା ବନବିଭାଗ ଦୁହି ଅଭିଯୁକ୍ତକୁଁ ଗିରଫ୍ କରିଥିଲା । ଇମାନକଁର ପାଶୁ ଦେଶୀ ବନ୍ଧୁକ୍‌, ବାରୁଦ, ଦିଆସିଲି ସାଙ୍ଗେ ବାଇକ୍ ଜବତ୍ କରିଛେ । ଗିରଫ୍ ଅଭିଯୁକ୍ତମାନେ କନ୍ଧମାଳ ଅଂଚଲର ସୁଦେଶ କହଁର ଆରୁ ବ୍ରଜେନ୍ଦ୍ର କହଁର ବଲି ଜନାପଡିଛେ ।

ଜଙ୍ଗଲି ଜନ୍ତୁ ଶିକାର କରବାର ଲାଗି ଜଙ୍ଘଲନେ ନିଆଁ ଲଗେଇଥିବାର ପ୍ରାଥମିକ୍ ତଦନ୍ତନୁ ଜନାପଡିଛେ । ଜିଲ୍ଲାର ଭିନ୍ ଭିନ୍ ଜଙ୍ଗଲନେ ଅଚାନକ୍ ନିଆଁ ଲାଗିଯାଉଥିବାର ବେଲକେ ବିଭାଗ ଆଡୁ ଇତାର ତଦନ୍ତ ଲାଗି ଗୁଟେ ସ୍କ୍ୱାର୍ଡ ଗଠନ୍ କରାଯାଇଥିଲା । ଜାନିବୁଝିକରି କିଛି ଲୋକ୍ ଜଙ୍ଗଲି ଜନ୍ତୁ ଶିକାର କରବାର ଲାଗି ନିଆଁ ଲଗେଇଦେଉଥିବାର କଥା ସ୍ପଷ୍ଟ ହେଇଛେ । ଗୁଟେ ଆଡେ ବନବିଭାଗ ଆଡୁ ଦିନ୍ ରାଏତ୍ ଏକ୍ କରିକିନା ଜଙ୍ଗଲ ନିଆଁ ଲିଭାବାର ଲାଗି ଚେଷ୍ଟା କରାଯାଉଥିବାର ବେଲେ ଦୁଶରା ଆଡେ ଜାନିଶୁନି ନିଆଁ ଲଗାଯାଉଥିବାର କଥା ଦେଖବାର ଲାଗି ମିଲିଛେ । ଇତାର ଆଘୋନୁ ବନବିଭାଗ ଆଡୁ ଯେତକି ସୁରକ୍ଷା ଦିଆଯିବାର କଥା ଜଙ୍ଗଲନେ ନାଇଁ ଦିଆଯାଉଥିବାର ଇଥରୁ ବାରି ହେଉଛେ ।ବନବିଭାଗ ଆହୁରି ସତର୍କତା ରଖବାର ସାଙ୍ଗେ ସୁରକ୍ଷା କଡାକଡିକରିକିନା ଅଭିଯୁକ୍ତକୁଁ ଧରବାର ଜରୁରୀ ହେଇପଡିଛେ ।

Leave A Reply

Your email address will not be published.