ମହିଲାକଁର ଲାଗି ମୋବାଇଲ ମେଡିକାଲ୍‌

ଛତିଶଗଡ଼ନେ ମହିଲାକଁର ଚିକିତ୍ସା ଲାଗି ମୋବାଇଲ ମେଡିକାଲ୍ ସେବା ମୁଲ୍‌

0

ମହିଲାକଁର ଲାଗି ମୋବାଇଲ ମେଡିକାଲ୍ ସୁବିଧା ମୁଲ୍ । ଛତିଶଗଡ଼ନେ ପହେଲାକରି ମହିଲା ମାନକଁର ଚିକିତ୍ସା ଲାଗି ଦାଇ-ଦିଦି କ୍ଲିନିକ୍ ମୁଲ୍ ହେଇଛେ । ଇଥରେ ଖାଲି ମହିଲା ମାନେ ହିଁ ଚିକିତ୍ସା କରବେ । ଛତିଶଗଡ଼ର ରାୟପୁର, ବିଲାସପୁର, ଆରୁ ଭିଲାଇର ମ୍ୟୁନିସିପାଲଟି ଇଲାକାନେ ମାହାଲିଆନେ ସେବା ଯୁଗେଇ ଦିଆଯିବା । ଡାକ୍ତରକଁରନୁ ନେଇକରି ପାରାମେଡିକାଲ ଷ୍ଟାଫ୍‌, ଟେକ୍ନିସିଆନ୍ ଆରୁ ନର୍ସ ସଭେଁ ମହିଲା କର୍ମଚାରୀ ରହେବେ । ମହିଲା ସଶକ୍ତିକରଣ ଆରୁ ବିକାଶ ଦିଗନେ ଇଟା ଆର ଗୁଟେ ପାହା ବଲି କହିଛନ୍ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ । ଗର୍ଭବତୀ ମହିଲାକଁର ସାଙ୍ଗେ ମହିଲାକଁର ଦିହିପାହାକେ ନେଇକରି ଥିବାର ଦୁଶରା କେନସି ଅସବିଧା ଭିଲ୍ ଇଠାନେ ଦେଖେଇପାରବେ । ଫି ମୋବାଇଲ୍ ୟୁନିଟ୍‌ନେ ସବୁ ରକମର ସୁବିଧା କରାଯାଇଛେ ଯେନ୍ତା କେନସି ଭିଲ୍ ଜାଗାନେ ରୋଗୀକଁର ଚିକିତ୍ସାନେ କିଛି ଅସବିଧା ନାଇଁ ହେବା ।

Leave A Reply

Your email address will not be published.