ଦର୍ଶନ୍ ଦେବେ ମାଁ ସମଲେଇ

ଜିଲ୍ଲା ପ୍ରଶାସନ୍ ଆରୁ ମନ୍ଦିର ଟ୍ରଷ୍ଟ୍ ବୋର୍ଡର ଆଲୋଚନା ଉତାରୁ ଜାରି ହେଲା ଏସ୍‌ଓପି

0

ଗଲା ୯ ମାସ୍ ତକ୍ ରାଜ୍ୟର ସବୁ ଧର୍ମପୀଠ୍ ମାନେ ବନ୍ଦ ରହିଥିବାର ବେଲକେ ଇହାଦେ ଧୀରେ ଧୀରେ ସବୁୂ ମନ୍ଦିରମାନେ ଖୁଲିବସଲାନ୍ । ପୁରୀ ଜଗନ୍ନାଥ ମନ୍ଦିର ବାଦ୍ ଗୁଟେ ଉତରୁ ଗୁଟେ ବଡ ବଡ୍ ମନ୍ଦିର ଆରୁ ଧର୍ମପୀଠ୍ ଖୁଲବାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ । ସବୁ ମନ୍ଦିର କୋଭିଡ୍ ନିୟମ୍‌କେ ଆଏଁଖ ଆଗାଡେ ରଖିକରି ଖୁଲବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଇ ହିସାବେ ଆଏବାର ଜାନୁଆରୀ ୩ ତାରିଖନୁ ଖୁଲବାକେ ଯାଉଛେ ସମ୍ବଲପୁରର ମାଁ ସମଲେଇକଁର ଗୁଡି । ମନ୍ଦିର ଖୁଲାଯିବାର ଆଘୋନୁ ପହେଲା ଜିଲ୍ଲା ପ୍ରଶାସନ୍ ଆଡୁ ମଗାଯାଇଥିବାର ମତାମତ ହିସାବେ ସୋମବାର ମନ୍ଦିର ଟ୍ରଷ୍ଟ ବୋର୍ଡ ଗୁଟେ ଏସ୍‌ଓପି ଦେଇଛେ ଜିଲ୍ଲା ପ୍ରଶାସନକେ ।

ଜିଲ୍ଲା ପ୍ରଶାସନ ଆଡୁ ଜାରି ହେଇଥିବାର ଏସଓପି ହିସାବେ ମନ୍ଦିର ଟ୍ରଷ୍ଟ ବୋର୍ଡ କାମ୍ କରବା ବଲି କହିଛନ୍ ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ । ମନ୍ଦିର ଖୁଲବାର ପହେଲା ୫ ଦିନ୍ ଖାଲି ସମ୍ବଲପୁରର ଲୁକକୁଁ ମନ୍ଦିର ଭିତରକେ ଛଡାଯିବାର ଲାଗି ଅନୁମତି ମିଲିଛେ । ସମ୍ବଲପୁରବାସୀ ନିଜର ପରିଚୟ ପତ୍ର ଦେଖେଇକରି ମନ୍ଦିର ଭିତରକେ ଯାଇକରି ମାଁକଁର ଦର୍ଶନ କରିପାରବେ । ମନ୍ଦିର ମୁଖ୍ୟ ଦ୍ୱାର ଆଡୁ ନାଇଁଯାଇକରି ହାତୀଦ୍ୱାର ଆଡୁ ଢୁକବେ ଭକତ୍ ।

ଗୁଟେ ଥରନେ ୫ଜନ୍ ଭକତ୍ ମନ୍ଦିର ଭିତରକେ ଯାଇପାରବେ ଆରୁ ଗମ୍ଭୀରାନେ ଦୁଇ ଜନ୍ ପୂଜକ୍ ରହେବେ । ଭକତ୍‌କୁ ଗମ୍ଭୀରା ବାହାରୁ ମାଁକଁର ଦର୍ଶନ କରିପାରବେ । ମନ୍ଦିର ଭିତରକେ ଫଲମୂଲ ଭୋଗ ନେବାର ଉପରେ ବାରନ୍ କରାଯାଇଛେ । ସେଆଡେ ସୁରକ୍ଷାକେ ଆଏଁଖ ଆଗାଡେ ରଖିକରି ଛୋଟ୍ ଛୁଆ ଆର ବୁଢାବୁଢୀ ଲୋକକୁଁ ମନ୍ଦିର ଇହାଦେ ନାଇଁ ଯିବାର ଲାଗି ପରାମର୍ଶ ଦିଆଯାଉଛେ ।

Leave A Reply

Your email address will not be published.