ମେଡିକାଲନେ ନିଆଁ ଲାଗିକରି ଜଲିଗଲେ ୧୦ ଛୁଆ

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଗୁଟେ ଡାକ୍ତରଖାନାନେ ଡେର ରାଏତନେ ଲାଗଲା ନିଆଁ

0

ଡାକ୍ତରଖାନାର ଶିଶୁ ୱାର୍ଡନେ ନିଆଁ ଲାଗିକରି ଜଲିଗଲେ ୧୦ ଜନ୍ ଛୁଆ । ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଗୁଟେ ଡାକ୍ତରଖାନାନେ ଏନ୍ତା ଅଘଟନ୍ ଘଟିଥିବାର ଜନାପଡିଛେ । ଗଲାକାଲି ଡେର ରାଏତ୍ ୨ ବଜେ ଡାକ୍ତରଖାନାନେ ନିଆଁ ଲାଗିଥିଲା । ନିଆଁ ଲାଗିଥିବାର ୱାର୍ଡନେ ୧୭ଟା ଛୁଆକଁର ଚିକିତ୍ସା ଚାଲିଥିଲା । ସେଆଡେ ଇମାନକଁର ଭିତରୁ ଖାଲି ୭ ଜନ୍ ଛୁଆକୁଁ ଉଦ୍ଧାର କରାଯାଇ ପାରିଥିବାର ବେଲକେ ବାକି ୧୦ ଜନ୍ ଛୁଆ ଜୀଅନ୍ତା ଜଲିଯାଇଛନ୍ ।

ଉଦ୍ଧାର ହେଇଥିବାର ୭ଟା ଛୁଆ ସୁସ୍ଥ ଥିବାର ନେଇକରି ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ । ନିଆଁ ଲାଗଲା ସମିଆଁନେ ମେଡିକାଲର ଜନେ ନର୍ସ ପହେଲା ଦେଖିକରି ଜନେଇଥିଲେ ଯାର ଉତାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସିକରି ଘଟନା ଜାଗାନେ ପୁହୁଁଚିକରି ଉଦ୍ଧାର କାମ୍ ଆରମ୍ଭ କରିଥିଲେ । ବିଜଲି ସର୍ଟସର୍କିଟନୁ ଡାକ୍ତରଖାନାନେ ନିଆଁ ଲାଗିଥିବାର ପ୍ରାଥମିକ୍ ତଦନ୍ତନୁ ଜନାପଡିଛେ ।

Leave A Reply

Your email address will not be published.