ଖରା ଲାଗି ଗୁଲଗୁଲା

0

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି ହେଇଯାଉଛେ ।

ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ସୋନପୁର ଇ ସବୁ ଜିଲ୍ଲାନେ ଇହାଦେ ୪୦ ଡିଗ୍ରୀ ଉପରେ । ତତଲା ତାୱାନେ ଭାଜି ହେଲାବାଗିର ଭାଜିଯାଉଛଝନ୍ ଲୋକ୍ । ଭଟାକେ ବାହାରଲେ କି ତତଲା ଝାଞ୍ଜି ମାଡେ ମୁହୁଁ ପୁଡିଯାଉଛେ । ଛତା ନାଇଁ ଧରଲେ କି କରିଆଟେ ମୁଡେ ନାଇଁ ବାନ୍ଧଲେ ଘରୁ ଭଟାକେ ବାହାରି ନାଇଁ ହେବାର୍ । ଗଲାକେତେ ଦିନ୍ ହେଲା ଲଗାତାର ତାତି ବଢୁଛେ । ମୁନୁଷ୍ ତ ମୁନୁଷ୍ ଖରା ଲାଗି ପଶୁପକ୍ଷୀ ବି ବଡା ଗୁଲଗୁଲା ହେଇଯାଉଛନ୍ । ଟିକେ ପାଏନ୍ ଜାଗା ଦେଖଲେ ସିଧା ସେନକେ ଯାଉଛନ୍ । ବାର ବାର ତାତିନେ ରେକର୍ଡ କରୁଛେ ଓଡ଼ିଶା । ରାଜଧାନୀ ଭୁବନେଶ୍ୱରନେ ବି ତାତି ରେକର୍ଡ କରୁଛେ । ଗଲା ୪ ମାସ ହେବା ବର୍ଷା ବି ନାଇଁ ହେବାର୍‌, ମାଏଟ୍ ସୁଖା ଅଛେ । ସେଆଡେ ପଶ୍ଚିମ ଓଡ଼ିଶାନେ ଖରା ମାସ୍ ଆଏଲେ ଏକା ଗରମ୍‌ନେ ଲୋକ୍ କଲବଲ ହେଇଯାଏସନ୍ । ଇହାଦେ ଖରାର ତାତି ଦିନୁ ଦିନକେ ବଢିଚାଲିଥିବାର୍ ବେଲକେ ଆଗକେ ସେ ରଙ୍ଗେ ଖରା ମାସ୍ ଥିବାର୍ ଲାଗି କାଣା କରବେ ସେ ଚିନ୍ତାନେ ଅଛନ୍ ଲୋକ୍ ।

Leave A Reply

Your email address will not be published.