ଯୁଆନ୍ ମାନକୁ କରୋନା ଡର !

କରୋନାର୍ ଦୁଇ ନମ୍ବର୍ ଲହର୍‌ନେ ଯୁଆନ୍ ମାନେ ଜହ ପ୍ରଭାବିତ୍ ହେବାର୍ ଡର୍ ।

0

ଶୀତ୍ ମାସ୍ ଆସୁନ୍ ଆସୁନ୍ ମାଡି ଆସୁଛେ କରୋନାର୍ ଦୁଇ ନମ୍ବର୍ ଲହର୍ । ୟୁରୋପ୍ ମହାଦେଶ୍‌ନେ ଇତାର୍ ପ୍ରକୋପ୍ ଦେଖବାର୍‌କେ ମିଲି ସାରଲାନ । ଆମର୍ ଭାରତ୍‌ର ଭିଲ୍ କେରଲ୍‌, ତାମିଲ୍‌ନାଡୁ ବାଗିର୍ ରାଜ୍ୟ ଆର୍ ଦିଲ୍ଲୀନୁବି ଡରଡରନିଆଁ ଖବର୍ ମାନେ ଫେର୍ ଘାଏ ଆସିବସଲାନ । ବାକି କରୋନାର୍ ଇ ଦୁଇ ନମ୍ବର୍ ଲହରନେ ବୁଢା-ବୁଢି ଆର୍ ଛୁଆପିଲାକଁର୍‌ନୁ ଯୁଆନ୍ ମାନକୁ ଜହ ବିପଦ୍ ଅଛେ ବଲିକରି ସ୍ୱାସ୍ଥ୍ୟ ବିଶେଷଜ୍ଞ (ଦିହି ପାହ ବାବନଦ୍‌ନେ ଜାନକାର୍‌) ମାନେ କହୁଛନ୍।  ସେମାନଁକର୍‌ କହେବାର୍ ହିସାବେ ବୁଢା ବୁଢି ମାନେ କରୋନାର୍ ଡର୍‌ଥି ଜହ ଭଟାକେ ନି ବାହାରିବାର୍ ଆର୍ ନିୟମ୍ ଖିଲାପିବି ନାଇଁ କରବାର୍ । ଛୁଆମାନେ ବି ସ୍କୁଲ୍ ବନ୍ଦ୍ ହେଇଛେ ବଲିକରି ଜହ ଭଟାକେ ନି ବାହାରିବାର୍ କି ଟିଉସନ୍ ପତର୍‌ବି ନାଇଁ ଯିବାର୍ । ଇହାଦେ ସେମାନଁକର୍ ଭଟାର୍ ଖେଳକୁଦ୍‌ବି ଆଘରି ବାଗିର୍ ନାଇଁନ । ବାକି ଯୁଆନ୍ ପିଲା-ଟୁକେଲ୍ ମାନଁକର୍ କଥା ଉଲଟା ଆଏ ବଲିକରି ସେମାନେ କହିଛନ୍ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଁକର୍ କହେବାର୍ ହିସାବେ ଯୁଆନ୍ ମାନେ ଜହ ନିୟମ୍ ଖିଲାପି କରୁଛନ୍ । ଲକଡାଉନ୍ ଭିତରେ ବି ସେମାନେ ଛୁଟି କାଟଲା ବାଗିର୍ ବୁଲାବୁଲି କରୁଥିବାର୍ ଦେଖବାରକେ ମିଲୁଥିଲା । ଇହାଦେ ଭିଲ୍ ଜହକରି ମାସ୍କ୍ ନାଇଁ ପିନ୍ଧୁଥିବାର୍ ଲୋକ ମାନକର୍ ଭିତରେ ବି ଜହ ଯୁଆନ୍ ଲୋକ୍ ଏକା ଦେଖବାରକେ ମିଲୁଛନ୍ । “ଆମକୁ କେନ୍ନେ କରୋନା ହେବାଯେ… ହେଟା ତ ଛୁଆ ଆର୍ ବୁଢା-ବୁଢି ମାନକର୍ ବେମାର୍ ଆଏ… କରୋନା ଥି ହେମାନେ ମରବେ.. ଆମର କାଏଁ ହେବା..’ ଏନ୍ତା କଥା କହୁଥିବାର୍ ଗୁରଦୁଟେ ଯୁଆନ୍ ପିଲା ଦେଖବାର୍ କେ ମିଲୁଛନ୍ । କରୋନା ଇ ଦୁଇ ନମ୍ବର୍ ଲହରନେ ଏନ୍ତା ଲୁକେ ହିଁ ବିପତ୍ତିର୍ କାରଣ୍ ହେବେ ବଲିକରି କୁହାଯାଉଛେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍‌ଯେ ଯେହେତୁ ଇ ଯୁଆନ୍ ପିଲା-ଟୁକେଲ୍ ମାନେ ନିୟମ ନାଇଁ ମାନବାର୍ ଅର୍ ଭଟାଥି ଜହ ବୁଲାବୁଲି କରୁଛନ୍ ତ କରୋନାର୍ ଦୁଇ ନମ୍ବର୍ ଲହର୍‌ନେ ସେମାନେ ଆଘୋ ଫାସେ ପଡବେ । ସେମାନେ ତ ପଡବେ ପଡବେ ନିଜର୍ କୁଟୁମ୍ ସାରା ଲୋକଁକୁ ବି ଫାସେ ପକାବେ । ଆର୍ ଇତାର୍ ଭିତରେ ଦେଶର୍ ଜହକରି ଯୁଆନ୍ ମାନଁକୁ ଯଦି କରୋନା ହେଲା ଆର୍ ସେଥି ଯଦି ଜହ ଲୁକର୍ ଧନ୍‌-ଜୀବନ୍ ଇଆଡ୍ ସେଆଡ୍ ହେଲା ବେଲେ ଭାରତର୍ ଅର୍ଥନୀତିତ ଯାହା ବୁଡବା ବୁଡବା ତାର୍ ସାଙ୍ଗେ ପୁରା ଦେଶର୍ ଭବିଷ୍ୟତ୍‌ବି ରସାତଲ୍ କେ ପଲେଇଯିବା । ତ କରୋନାର୍ ଦୁଇ ନମ୍ବର୍ ଲହର୍‌କେ କାଟବାର୍‌କେ ହେଲେ ଇ ଯୁଆନ୍ ମାନକୁ ସଲଖିବାର୍‌କେ ପଡବା ଆର୍ ସବୁ ନିୟମ୍ ମାନିକରି ଚଲବାର୍‌କେ ପଡବା ବଲିକରି ବିଶେଷଜ୍ଞ ମାନେ କହିଛନ୍ ।

Leave A Reply

Your email address will not be published.