‘ଫିଫେମ୍‌’ନେ ବିଚାରକ୍ ହେଲେ ଜିତେନ୍ଦ୍ର ମିଶ୍ର

ଟିଟଲାଗଡନୁ ଆନ୍ତର୍ଜାତିକ୍ କ୍ଷେତ୍ରନେ ନାଁ କର୍‌ଲେ ଜିତେନ୍ଦ୍ର ମିଶ୍ର

0

ପଶ୍ଚିମ ଓଡିଶାର୍ ଟିଟଲାଗଡ ର୍ ପୁଓ ଜିତେନ୍ଦ୍ର ମିଶ୍ର ଯିଏକି ଜଣେ ସିନେମା ନିର୍ମାତା ହିସାବେ ସାରା ଦେଶ  ଆର୍ ଦେଶ୍ ବାହାରେ ନିଜର୍ ନାଁ ଆର୍ ନିଜର୍ ମାଁ ମାଏଟ୍ ର୍ ନାଁ ରଖିଛନ୍ । ସେ ଇହାଦେ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲଚ୍ଚିତ୍ର ମହୋତ୍ସଭ (ଏଫଆଇଏଫଇଏମ୍ )ର୍ ବିଚାର୍‌କ ହିସାବେ ମନୋନୀତ୍ ହେଇଛନ୍ । ପଶ୍ଚିମ୍‌ଓଡିଶା ର୍ ଟିଟଲାଗଡ ର ଗୁଟେ ସାଧାରଣ ପିଲା ନୁ ଗୁଟେ ସଫଲ୍ ନିର୍ଦ୍ଦେଶକ୍ ଆର୍ ଇହାଦେ ସେ ଏଫ୍‌ଆଇଏଫଇଏମ୍ ର୍ ବିଚାରକ୍ ହିସାବେ ମନୋନୀତ୍ ହେଇଛନ୍ । ଟିଟଲାଗଡ ମାଏଟର୍ ପୁଓ ଜିତେନ୍ଦ୍ର ମିଶ୍ର । ଜଣେ ଫିଲ୍ମ ମେକର୍ ହିସାବେ ଇହାଦେ ସେ ଦେଶ ଆର୍ ଦେଶ୍ ବାହାରେ ତାକଁର୍ ଗୁଟେ ଅଲ୍‌ଗା ନାଁ କରିଛନ୍ । କାନାଡାର୍ କ୍ୱିବିକ୍‌ନେ ହେବାର୍ କେ ଥିବାର୍ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲ୍‌ଚ୍ଚିତ୍ର ମହୋତ୍ସବ(ଏଫଆଇଏଫଇଏମ୍‌) ନେ ସେ ଇହାଦେ ବିଚାରକ୍ ହିସାବେ ମନୋନୀତ୍ ହେଇଛନ୍ । ଇ ମହୋତ୍ସବ୍ ନେ ସାରା ବିଶ୍ୱ ନୁ ଛଅଜନିଆ ବିଚାରକ୍ ମଣ୍ଡଳୀ ନେ ଜାଗା ପାଇଛନ୍ ସେ । ମୋଣ୍ଟାରିଲ୍ ଗ୍ରାଣ୍ଡ ଫିକ୍ସ ଆର୍ ୟୁରୋପିଆନ ଶିଶୁ ଚଳଚ୍ଚିତ୍ର ଫିଲ୍ମ ଏସୋସିଏସନ୍ ରେ ତାକଁର୍ ଗୁଟେ ଅଲ୍‌ଗା ଭୂମିକା ରହିଛେ । ଜିତେନ୍ଦ୍ର ‘ଦ ଲାଷ୍ଟ କଲର୍‌’ ଲେଖେ ଆହୁରି ବି ଅଲ୍‌ଗା ଅଲ୍‌ଗା ସିନେମା କରିଥିବାର୍ ବେଲ୍‌କେ । ସେ ଇଟାଲିୟାନ୍ ନି୍‌ର୍ଦ୍ଦେଶକ୍ ୟୁଲିସେ ଲିଣ୍ଡେର୍‌କଁର୍ ସାଙ୍ଗେ ମିଶିକରି ବନେଇଥିବାର୍ ଫିଲ୍ମ ‘ହ୍ୟୁମାନ୍ ଓକ’୍ ବି ଇ ମହୋତ୍ସବ ନେ ଦେଖାଯିବା । ଇ ଫିଲ୍ମ ଟା ଆଗ୍‌ରୁ ଗ୍ରୀସ୍ ନେ ହେଇଥିବାର୍ ୨୩ ନଂ ଅଲିମ୍ପିଆ ଫିଲ୍ମ ଫେଷ୍ଟିଭାଲ୍ ନେ ପୁରସ୍କାର୍ ପାଇଥିଲା । ତାକଁର୍ ଇ ଫିଲ୍ମ କରୋନା ସମିଆ ନେ ଅନ୍ତର୍ଜାତୀୟ ଚଲଚ୍ଚିତ୍ର ର୍ ମାନ୍ୟତା ପାଇଥିଲା । ଜିତେନ୍ଦ୍ର ମିଶ୍ର ସାରା ବିଶ୍ୱନେ ୧୧୦ ଟା ସିନେମା ର୍ ପ୍ରଯୋଜନା ଆର୍ ପ୍ରଚାର୍ ପ୍ରସାର୍ କରିକିନା ତାକେ ସବୁଆଡେ ପହଁଚେଇ ପାରିଛନ୍ । ୨୦୨୦ ନେ ତାକଁର୍ ସିନେମା ‘ଦ ଲାଷ୍ଟ କଲର୍ ‘ ଓସ୍କାର୍ ରେସ୍ ନେ ଥିବାର୍ ସାଙ୍ଗେ ୫୦ ଟା ଅନ୍ତର୍ଜାତୀୟ ଚଲଚ୍ଚିତ୍ର ଉତ୍ସବ୍ ନେ ପ୍ରଦର୍ଶିତ୍ ହେଇକରି ୫୦ଟା ପୁରସ୍କାର୍ ପାଇଥିଲା । ସେ ସମ୍ପ୍ରତି ସିଫିର୍ ଫେଷ୍ଟିଭାଲ ର୍ ନିର୍ଦ୍ଦେଶକ୍ ହେବାର୍ ସାଙ୍ଗେ ସେ ସିଆଇଏଫଇଜେର୍ ର୍ ସଭାପତି ଅଛନ୍ । ଆଜିର୍ ଯୁବ ସମାଜକେ ମାର୍ଗଦର୍ଶନ୍ କର୍‌ବାର୍ ସାଙ୍ଗେ ତାକଁର୍ ସିନେମା ମାନକୁଁ ସାମାଜ୍ ଲାଗି ବାର୍ତା ଦେଖ୍‌ବାର୍ କେ ମିଲିଥିସି ।

Leave A Reply

Your email address will not be published.