୭୫ ବଛରଥି ପାଦ ଥାପଲେ ନବୀନ

ଜନତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଏଝ ଜନମ୍ ଦିନ୍‌

0

ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଝି ଜନମ୍ ଦିନ୍ । ୭୫ ବଛରଥି ପାଦ ଥାପିଛନ୍ ନବୀନ । ଜନମ୍ ଦିନ୍ ଅବସରନେ ତାଙ୍କର ପାଶକେ ଅଭିନନ୍ଦନ ଆର ଶୁଭେଚ୍ଛାର ଧାର ଲମ୍ବିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କର ସୁସ୍ଥତା ଆର ଦୀର୍ଘାୟୁ କାମନା କରିଛନ୍ । ଇ ନେଇକରି ଟ୍ୱିଟ୍ କରି ଜନମ୍ ଦିନର ଶୁଭେଚ୍ଛା ଝନେଇଛନ୍ । ସେଆଡେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ ନବୀନ ପଟ୍ଟନାୟକଙ୍କର ଜନମ୍ ଦିନଥି ଟ୍ୱିଟ୍ କରିକିନା ଶୁଭେଚ୍ଛା ଦେଇଛନ୍ । ଖୋବଟେ ପ୍ରଶଂସକ, ନେତା ମନ୍ତ୍ରୀ ଆର ଦଳିୟ କର୍ମୀ ନବୀନଙ୍କୁ ଜନମ ଦିନନେ ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଝନାବାର ସାଙ୍ଗେ ସୁସ୍ଥତା ଲାଗି ପ୍ରାର୍ଥନା କରିଛନ୍ ।
ଇ ବଛର କରୋନା ସଂକ୍ରମଣ ବଢବାର ଡର ରହିଥିବାରନୁ ନବୀନ ନିବାସନେ ଜନମ୍ ଦିନ ପାଲନ ଲାଗି ମନା କରିଥିଲେ ମୁଖ୍ୟମନ୍ତ୍ରୀ । ଜନମ୍ ଦିନ ନାଇଁ ମନାବାର ଲାଗି ଠାନ୍ ନେଇଥିବାର ବେଲେ ସୋସିଆଲ ମିଡିଆ ଜରିଆନେ ଶୁଭେଚ୍ଛା ଶୁଭକାମନା ଝନେଇଛନ୍ ଶୁଭେଚ୍ଛା । ମୁଖ୍ୟମନ୍ତ୍ରୀ ଜନମ୍ ଦିନ ମନାବାର ବଦଲେ ଗରିବ ଲୁକଙ୍କୁ ସାହାଯ କରବାର ସାଙ୍ଗେ ରକ୍ତ ଦାନ ଲେଖେ ମହତ୍ କାମ କରବାର ଲାଗି ନିବେଦନ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କର କଥା ରଖିଛନ୍ ସାଂସଦ ଅନୁଭବ ମହାନ୍ତି । ନବୀନ ପଟ୍ଟନାୟକଙ୍କର ଜନମ୍ ଦିନ୍‌ନେ ଆଖି ଦାନ୍ କରବାର ଲାଗି ଠାନ୍ ନେଇଛନ୍ । ଏନ୍ତା ନିଷ୍ପତ୍ତି ନେବାର ଲାଗି ନବୀନଙ୍କର ଜନମ୍ ଦିନ ହି ସବୁନୁ ଭଲ ଦିନ ଆଏ ବଲି କହିଛନ୍ ଅନୁଭବ ।

Leave A Reply

Your email address will not be published.