କଳାହାଣ୍ଡିନେ କିନ୍ନର ଦେଖାଲେ କମାଲ୍‌

ଧର୍ମଗଡ଼ ଏନ୍‌ଏସିନେ ନିଯୁକ୍ତି ପାଏଲେ ବୁଲ୍‌ବୁଲ୍ କିନ୍ନର

0

କଳାହାଣ୍ଡି ଜିଲ୍ଲାନେ ପହେଲା କିନ୍ନର ହିସାବେ ଚାକିରୀ ପାଏଲେ ଜନେ କିନ୍ନର । ଧର୍ମଗଡ଼ ଏନ୍‌ଏସି ଅଫିସ୍‌ନେ ଜନେ କିନ୍ନର ନିଯୁକ୍ତି ପାଇଛନ୍ । ବୁଲ୍‌ବୁଲ୍ କିନ୍ନର ଏନଏସିନେ ସପୋର୍ଟିଂ ଷ୍ଟାଫ୍ ହିସାବେ କାମ୍‌ଥି ଯୋଗ୍ ଦେଇଛନ୍ । ଏସଏଚଜି ମାନକୁଁ ସଚେତନ୍ କରାବାର କାମ୍‌ନେ ତାକୁଁ ନିଯୁକ୍ତ କରାଯାଇଛେ । ଆଘୋନୁ କିନ୍ନର ମାନକୁଁ ଲୋକ୍ ହିନ୍ ଭାବେ ଦେଖୁଥିଲେ ଆରୁ ଇମାନେ ଭିଲ୍ ଇ ଭିତରେ ନିଜର ସ୍ଥିତିକେ ହଜେଇଦେଇଥିଲେ । ହେଲେ ଇହାଦେ ସମିଆଁ ବଦଲିଛେ କିନ୍ନର ମାନକଁର ଲାଗି ଭିଲ୍ ସରକାର କେତନିଟେ ଯୋଜନା କରବାର ସାଙ୍ଗେ ଇମାନକଁର ବିକାଶ ଦିଗନେ ପଦକ୍ଷେପ୍ ନେଉଛନ୍ । କଳହାଣ୍ଡି ଲେଖେଁ ଜାଗାନେ ଜନେ କିନ୍ନର ନିଜକୁ ପ୍ରମାଣିତ୍ କରିକିନା ଦେଖେଇପାରିଛନ୍ ଯେ ସେ ଭିଲ୍ କାହାରିନୁ କମ୍ ନୁହେଁସେ । ବୁଲବୁଲ୍‌କଁର ସଫଲତାଥି ତାକୁଁ ଭିନ୍ ଭିନ୍ ଜାଗାନୁ ଶୁଭେଚ୍ଛା ମିଲିବାର ସାଙ୍ଗେ କେତନିଟେ ପ୍ରଶଂସା ଭିଲ୍ କରିଛନ୍ । ବୁଲ୍‌ବୁଲ୍ ଇହାଦେ ଦୁଶରା ମହିଲା ମାନକଁର ଲାଗି ଉଦାହରଣ ବନିପାରିଛନ୍ ।

Leave A Reply

Your email address will not be published.