ଶପଥ୍ ନେଲେ ଆମେରିକାର୍ ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି

0

ଆମେରିକାନେ କାଲି ନୂଆ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତି ହିସାବେ ଜୋସେଫ୍ ରୋବିନେଟ୍ ବାଇଡେନ୍ ଆର୍ ନୂଆ ଉପରାଷ୍ଟ୍ରପତି ହିସାବେ କମଲା ହାରିସ୍ ବୁଧୁବାର୍ ଦିନ ଶପଥ୍ ଗ୍ରହଣ୍ କରିଛନ୍ । ୭୮ ବରଷର୍ ବାଇଡେନ୍ ଆମେରିକାର୍ ୪୭ନଂ ରାଷ୍ଟ୍ରପତି ହେଇଥିବାର୍ ବେଲ୍‌କେ କମଲା ହାରିସ୍ ଆମେରିକାର୍ ୪୯ନଂ ଉପରାଷ୍ଟ୍ରପତି ହେଇଛନ୍ । ଆମେରିକା ସୁପ୍ରିମ୍‌କୋର୍ଟ ର ମୁଖ୍ୟ ବିଚାର୍‌ପତି ଜନ୍ ରବଟର୍ସ ରାଷ୍ଟ୍ରପତି ଜୋ ବାଇଡେନ୍‌କୁଁ ଶପଥ୍ ପାଠ୍ କରେଇଥିଲେ ଆର୍ ସୁପ୍ରିମ୍‌କୋର୍ଟ ର ବିଚାର୍‌ପତି ସୋନିଆ ସୋଟୋମେୟର୍ ଉପରାଷ୍ଟ୍ରପତି କମଲା ହାରିସ୍‌କୁଁ ଶପଥ୍ ପାଠ୍ କରେଇଥିଲେ ।

କମଲା ହାରିସ୍ ଭାରତୀୟ ବଂଶୋଦ୍ଭବ ହେଇଥିବାର୍ ବେଲ୍‌କେ ଆମେରିକାର୍ ପହେଲା ମହିଲା ଉପରାଷ୍ଟ୍ରପତି ହେଇଛନ୍ । ଆମେରିକାର୍ ସଂସଦ୍ ଭବନ୍ (କ୍ୟାପିଟଲ୍ ହିଲ୍ ) ର ୱେଷ୍ଟ୍ ଫ୍ରଣ୍ଟ୍ ନେ ବୁଧୁବାର୍ ସଂନ୍ଧ୍ୟା ନେ ଶପଥ୍ ଗ୍ରହଣ୍ ଉତ୍ସବ୍ କରାଯାଇଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ତାକଁର୍ ପରିବାର୍ ର୍ ୧୨୭ ବରଷ୍ ପୁର୍‌ଣା ବାଇବେଲ୍ କେ ଧରିକରି ଶପଥ୍ ନେଇଥିଲେ ଆର୍ ସେଆଡେ କମଲା ହାରିସ୍ ଦୁଇଟା ବାଇବେଲ୍ କେ ଛୁଇଁକରି ଶପଥ୍ ନେଈଥିଲେ । ଶପଥ୍ ଗ୍ରହଣ୍ ସମାରୋହ୍ ନେ ପୂର୍ବତନ୍ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ , ବିଲ୍ କ୍ଲିଣ୍ଟନ୍ , ବାରାକ୍ ଓବାମା ,ଆର୍ ସେମାନକଁର୍ ପତ୍ନୀ , ପୂର୍ବତନ୍ ଉପରାଷ୍ଟ୍ରପତି ମାଇକ୍ ପେନ୍ସ , ବାଚସ୍ପତି ନାନ୍ସି ପେଲିସି , ନେତା କେଭିନ୍ ମ୍ୟାକ୍‌କାର୍ଥେ ଆର୍ ଆମେରିକାର୍ କେତେଟା ପୁରଖା ନେତା ଆର୍ ଅତିଥି ମାନେ ଉପସ୍ଥିତ୍ ଥିଲେ ।

Leave A Reply

Your email address will not be published.