ବଲାଙ୍ଗିର୍ ଆଦର୍ଶ ବିଦ୍ୟାଳୟ: ସାରା ଦେଶେ ୫ ନମ୍ବର୍

ସରକାରୀ ଆବାସିକ୍ ସ୍କୁଲ୍ ମାନକର୍ ଭିତରେ ବଲାଙ୍ଗିର୍ ପଥରଚେପା ଠାନେ ଥିବାର୍ ଓଡିଶା ଆଦର୍ଶ ବିଦ୍ୟାଳୟ ସାରା ଦେଶେ ୫ ନମ୍ବର୍ ହେଇଛେ ।

0

ବାହାରିଛେ ୧୪ତମ୍ ଏଜୁକେଶନ୍‌ୱାର୍ଲ୍ଡ ଇଣ୍ଡିଆ ସ୍କୁଲ୍ ରେଙ୍କିଙ୍ଗ୍‌(ଇ-ଡବ୍ଲୁ-ଆଇ-ଏସ୍‌-ଆର୍‌) ଆରୁ ସେନେ ଦେଶର ସବୁନୁ ଭଲ୍ ସରକାରୀ ବୋଡିଂ ସ୍କୁଲ୍‌ର ତାଲିକାନେ ୫ ନମ୍ବର୍‌ଥି ଅଛେ ବଲାଙ୍ଗିର୍ ପଥରଚେପା ଠାନେ ଥିବାର୍ ଓଡିଶା ଆଦର୍ଶ ବିଦ୍ୟାଳୟ । ଭାରତର୍ ଜନାଶୁନା ଶିକ୍ଷା ମେଗାଜିନ୍ ଏଜୁକେଶନ୍‌ୱାର୍ଲ୍ଡ ଆର୍ ଓପିନିଅନ୍ ପୋଲ୍ ସଂସା୍ଥ ସି-ଫୋର୍ ମିଶିକରି ଇ ସର୍ଭେଟା କରିଥିଲେ ।


ଦେଶର୍ ୨୦୦୦ଟା ସ୍କୁଲ୍ ମାନକୁ ଭିନ୍ ଭିନ୍ ୧୪ଟା ବିଭାଗ୍‌ନେ ମାର୍କାମାନେ ଦିଆଯାଇଥିଲା । ସେନର୍ ପାଠପଢା, ରେଜଲ୍ଟ , ଭିତ୍ତିଭୂମି, ସଫାସୁତରା, ଖେଳ୍‌କୁଦ୍‌, ସେନେ ପଢ୍‌ବାର୍ ଲାଗି ଛୁଆ ମାନକର୍ ଉସନାକି ଆର୍ ସେନେ ପଢାବାର୍ ଲାଗି ତାଁକର୍ ମାବୁଆ ମାନକର୍ ଉସନାକି ବାଗିର୍ ୧୪ଟା ବିଭାଗ୍‌ରେ ସ୍କୁଲ୍ ମାନକୁ ସର୍ଭେ କରାଯାଇଥିଲା । ସେନର୍ ଶିକ୍ଷକ୍‌, ପଢୁଥିବାର୍ ଆର୍ ପଢିସାରିଥିବାର୍ ପିଲାଛୁଆ ସମକିରିର୍ ମତାମତ୍ ମାନେବି ନିଆଯାଇଥିଲା ଆର୍ ତହିଁର୍ ଉତାରୁ ୧୫୦୦ ମାର୍କାନୁ ସବୁ ସ୍କୁଲ୍ ମାନକୁ ମାର୍କାମାନେ ଦିଆଯାଇଥିଲା ।


ଇନେ କରାଯାଇଥିବାର୍ ସର୍ଭେନେ ଦେଶର୍ ସବୁ ସରକାରୀ ଆବାସିକ୍ ସ୍କୁଲ୍ ମାନକର୍ ଭିତରେ ବଲାଙ୍ଗିର୍ ପଥରଚେପା ଠାନେ ଥିବାର୍ ଓଡିଶା ଆଦର୍ଶ ବିଦ୍ୟାଳୟ ସାରା ଦେଶେ ୫ ନମ୍ବର୍ ହେଇଛେ । ୧୫୦୦ନୁ ଇ ସ୍କୁଲ୍‌କେ ୧୧୩୬ ମାର୍କା ମିଲିଛେ । ଏନ୍ତାଗୁଟେ ଭଲ୍ ଖବର୍ ମିଲ୍‌ବାର ପରେ ଅଞ୍ଚ ଲ୍ ଆଉ ପୁରା ରାଏଜର୍ ଲୋକକଁର୍ ଭିତରେ ଗୁରଦୁଟେ ଉସନାକି ଦେଖକାର୍‌କେ ମିଲିଛେ ।

Leave A Reply

Your email address will not be published.