କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

୩ ହଜାର୍‌ ଚାଷୀକଁର୍‌ ଦୁଃଖ୍‌

0

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା ଧାନ୍‌ । ଟୋଟାଲ୍‌ ଧାନ୍‌ ବସ୍ତା ୩ ଲାଖ୍‌ ୩ହଜାର୍‌ ୩୪୫ ପକେଟ୍‌ ବାହାରେ ପଡିରହିଛେ । ଇଆଡେ ଝିପ୍‌ ଝିପ୍‌ ବର୍ଷା କେ ହାତୀ ର ଡର୍‌ କାଁ କରବେ ଚାଷୀ ? । ନଭେମ୍ବର୍‌ ପହେଲାନୁ ଧାନ୍‌ ବିକା ଆରମ୍ଭ୍‌ ହେଇଯାଇଥିବାର୍‌ ବେଲେ ଇଆଡେ ମିଲର୍ସ କଁର୍‌ ଦେଖାନାଈ ।

 

ପ୍ରଶାସନ ଦେଖିକରି ବି କିଛି ପଦକ୍ଷେପ୍‌ ନାଇ ନେବାର୍‌ । ସେଆଡେ ୭୨ ଘଣ୍ଟା ଭିତ୍‌ରେ ଧାନ୍‌ ନାଇ ଉଠାଲେ କଡା ପଦକ୍ଷେପ୍‌ ନିଆଯିବା ବଲି ସମ୍ବଲପୁର୍‌ କୃଷକ୍‌ ସଂଗଠନ୍‌ ଆଡୁ ଚେତାବନୀ ଦିଆଯାଇଥିବାର୍‌ ବେଲେ ୨ ଦିନ୍‌ ହେଲା ଧାନ ଉଠା ପକ୍ରିୟା ଆରମ୍ଭ୍‌ କରାଯାଇଛେ । ସେନ୍ତା ଆଗରୁ ଟୋକନ୍‌ ସମସ୍ୟା ଲାଗି ଧାନ୍‌ ଉଠା ଠପ୍‌ ହେଇଥିଲା । କୁଚିଣ୍ଡା ନେ ଜାଡେ ଥରି ଥରି ରାତି ସାରା ଧାନ ମଣ୍ଡିନେ ଧାନ୍‌ ଜଗିଛେ । ସମ୍ବଲପୁର୍‌ ଉପଖଣ୍ଡ୍‌ ନେ ଧାନ୍‌ ଗୋଦାମ୍‌ ନାଇ ଥିବାର୍‌ ନୁ ଧାନ୍‌ ମାନକୁଁ ବାହାରେ ରଖା ଯାଇଛେ । ବର୍ଷା କେ ନେଇକରି ଚାଷୀ ମୁଡେ ହାତ୍‌ ଦେଇଛେ । ଆରଏମସିର୍‌ ସୂଚନା ହିସାବେ କୁଚିଣ୍ଡା ଉପଖଣ୍ଡ ର୍‌ ଖଣ୍ଡୋକଟା ୬୭୭ ପେକେଟ୍‌ , ନିକ୍ତିମାଲ୍‌ ନେ ୯୮୦ ପେକେଟ୍‌ ,କୁସମି ନେ ୩୦୬୯ଟା ପେକେଟ୍‌ , କୁନ୍ତରା ନେ ୮୬୨ ପେକେଟ୍‌ , ସୁଦେଇବାହାଲ୍‌ ୨୬୮୯ଟା ପେକେଟ୍‌ , କେଶେଇବାହାଲ୍‌ ନେ ୧୩୮୩ଟା ପେକେଟ୍‌ ,ଡିମିରିମୁଣ୍ଡା ନେ ୩୪୭୬୯ଟା ପେକେଟ୍‌ , ଜମନକିରା ବ୍ଲକ୍‌ ଭୋଜ୍‌ପୁର ନେ ୨୭୯୩୨ ଟା ପେକେଟ୍‌ ,ସର୍ଡା ନେ ୧୨୯୯ଟା ପେକେଟ୍‌ ,ଟିଟିବଡାନେ ୧୦୦୨୩ଟା ପେକେଟ୍‌ ,ସିରିଡ ନେ ୧୧୦୯୬ଟା ପେକେଟ୍‌ , ବଡମାଲନେ ୧୪୧୬୪ଟା ପେକେଟ୍‌ ,ଫାସିମାଲ୍‌ନେ ୧୩୦୯୩ଟା ପେକେଟ୍‌ , ଗୁଣ୍ଡରୁଚୁଆଁ ନେ ୮୭୧୮ ପେକଟେ୍‌ ଏନ୍ତା ହଜାର୍‌ ହଜାର୍‌ ପେକେଟ୍‌ ଯାଗା ଯାଗା ପଡି ରହିଛେ ।

 

ସବୁ ମଣ୍ଡି ମାନକୁଁ ଏନ୍ତା ଧାନ ପଡି ରହିଥିବାର୍‌ନୁ ଚାଷୀ ମାନକଁର୍‌ ଟୋକନ୍‌ ଲେପ୍ସ୍‌ ହେବାର୍‌ ଡର୍‌ ରହିଛେ । ଧାନ୍‌ ମଣ୍ଡିନୁ ଧାନ ନାଇ ଉଠୁ ଥିବାର୍‌ ନୁ ସବୁ ଯାଗା ନେ ଭୟକଁର୍‌ ସ୍ଥିତି ଦେଖାଯାଇଛେ । ସେଆଡେ ଶୀତ୍‌ ମାସେ ହାତୀ ବୁଲବାର୍‌ନୁ ହାତୀ ହମଲା ର ଡର୍‌ ଭିଲ ଚାଷୀ ମାନକଁର୍‌ ମୁଡବାଥା କରିଛେ । ଇଆଡେ ସୁବନପାଲି ନେ ଧାନ ପଡିଥିବାର୍‌ ନୁ ସିଏସଓକୁଁ ସେନର୍‌ ଚାଷି ମାନେ ଅଟକେଇ ରଖିଥିଲେ । ସବୁ ବରଷ ମିଲର୍ସ ନାଇ ଆସୁଥିବାର୍‌ ନୁ କୁଚିଣ୍ଡାର୍‌ ଚାଷୀ ମାନେ ବଡା ଅସୁବିଧାର ସାମ୍ନା କରିଥିସନ୍‌ । ପେକ୍ସ୍‌ ଧାନ୍‌ ଘିନ୍‌ଲେ ଭିଲ୍‌ ମିଲର୍ସ ମାନକଁର୍‌ ଲାଗି ଚାଷୀ ମାନକଁର୍‌ ଦୁର୍ଦ୍ଦଶା ବଢୁଥିବାର୍‌ ସେନର୍‌ ଚାଷୀ ମାନେ ଅଭିଯୋଗ କରିଛନ୍‌ । ଏନ୍ତା ଅସୁବିଧା ଲାଗି ଜିଲ୍ଲା ପ୍ରଶାସନ୍‌ ଆଡୁ କିଛି ପଦକ୍ଷେପ୍‌ ନିଆଯାଉ ବଲିକରି ସେମାନେ କହିଛନ ।

Leave A Reply

Your email address will not be published.