ପରୀକ୍ଷା ନାଇ ଦେଇକରି ପାସ୍ କର୍‌ବେ ଛାତ୍ର ଛାତ୍ରୀ

0

କରୋନା ର୍ ସ୍ଥିତି ଧିରେ ଧିରେ ଫେର୍‌ଥରେ ବିଗଡିବାର୍ ନେ ଲାଗିଛେ । ଆର୍ ସେଥିର୍ ଲାଗି ଛୁଆ ମାନକଁର୍ ଭବିଷ୍ୟତ୍ ଆଗ୍‌କେ କାଣା ହେବା ସେତାକେ ନେଇକରି ଚିନ୍ତା ବଢିଛେ । ସବୁ ଶିକ୍ଷାନୁଷ୍ଠାନ୍ ମାନେ ରାଏଜ୍ ନେ ଖୁଲ୍‌ବାର୍ କେ ବସିଥିବାର୍ ବେଲ୍‌କେ ଫେର୍ ଥରେ କରୋନା ସଂକ୍ରମଣ ବଢିଥିବାର୍ ନୁ ସବକର୍ ଚିନ୍ତା ବଢିଛେ । ଆର୍ ସେଥିର୍ ଲାଗି ଛୁଆମାନକଁର୍ ସ୍ୱାସ୍ଥ୍ୟ ଉପ୍‌ରେ ସଚେତନ୍ ହେଇକରି ୧ କ୍ଲାସ୍ ନୁ ୮ କ୍ଲାସ୍ ତକ୍ ପାଠ୍‌ପଢା ବନ୍ଦ୍ ରହେବାର୍ ସାଙ୍ଗେ ପରୀକ୍ଷା ମାନେ ବି ବାତିଲ୍ କର୍‌ବାର୍ ଲାଗି ସରକାର୍ ନିଷ୍ପତ୍ତି ନେଇଛନ୍ । ୨୦୨୦ ମାର୍ଚ୍ଚ ମାସ୍‌ନୁ ସବୁ ସ୍କୁଲ୍ କଲେଜ୍ ପାଠ୍‌ପଢା ବନ୍ଦ୍ କରାଯାଇଥିଲା । ଆର୍ ଇହାଦେ ସେ ଦିନ୍‌କେ ପାଖାପାଖି ବରଷେ ପୁରିଯିବା । ପ୍ରାଥମିକ୍ ସ୍କୁଲ୍ ମାନକୁଁ ପଢୁଥିବାର୍ ଛୁଆମାନକଁର୍ ପାଠପଢା ବରଷେ ହେଲାନ ବନ୍ଦ୍ ରହିଛେ । ହେଲେ କେତେଟା ଜାଗାନେ ଅନଲାଇନ୍ ଥି ପାଠ୍‌ପଢା ଯାଉଥିଲେ ବି କେତେଟା ଛୁଆ ଅନଲାଇନ୍ ପାଠପଢାବାର୍ ସୁବିଧାନୁ ବଂଚିତ୍ ହେଉଛନ୍ । ସେଥିର୍ ଲାଗି ବଲି ୧ ନୁ ୮ କ୍ଲାସ୍ ତକ୍ ଛୁଆମାନେ ବିନା ପରୀକ୍ଷା ଦେଇକରି ପାସ୍ ହେବେ ବଲିକରି ଗଣଶିକ୍ଷା ବିଭାଗ୍ ଆଡୁ ବିଜ୍ଞପ୍ତି ବାହାରିଛେ । ହେଲେ ଆଏବାର୍ ବରଷ୍ ନୁ ଛୁଆମାନକଁର୍ ରିଭିଜନ୍ କ୍ଲାସ୍ କରାଯିବା ଯେନଥିର୍ ଲାଗି ସରିଯାଇଥିବାର୍ ବରଷ୍ ର୍ ପାଠପଢାକେ ରିଭିଜନ୍ କର୍‌ବେ ଛୁଆମାନେ । ବରଷ୍ ଆରମ୍ଭନୁ ୨,୩ ମାସ୍ ସବୁ ସ୍କୁଲ୍ ମାନକୁଁ ପୁରନା ପାଠପଢା ର୍ ରିଭିଜନ୍ କରାଯିବା ବଲି ଗଣଶିକ୍ଷା ବିଭାଗ୍ ଆଡୁ ପଦେକ୍ଷପ୍ ନିଆଯାଇଛେ । ଇ ନିୟମ୍ ସବୁ ସରକାରୀ ସ୍କୁଲ୍ ମାନକୁଁ ଲାଗୁ କରାଯିବା ବଲି ରାଜ୍ୟ ସରକାର୍‌କଁର୍ ଆଡୁ ସୂଚନା ଦିଆଯାଇଛେ ।

Leave A Reply

Your email address will not be published.