ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍-୨)

0

ଆପଣ୍ ମାନେ ଆଘର୍ ଲେଖାନେ ଇନେ ପଢିଥିଲେ ଯେ କେନ୍ କିସମେ ସାରାଦେଶେ ନିଶା କାର୍‌ବାର୍ ଆର୍ ଅପରାଧ୍ ବଢି ବଢି ଚାଲିଛେ ଆର୍ ଆମର୍ ପଶ୍ଚିମ୍ ଓଡିଶାନେ ବି କେନ୍ ହିସାବେ ୧୪-୧୫ ବର୍ଷିଆ ଛୁଆକଁର୍‌ନୁ ମୂଲ୍‌କରି ବଡ୍‌ଲୋକମାନକର ତକ୍ ଇ ସବୁ ଭିତରେ ପଶି ସାରିଛନ୍ । ସେନେ ଚିନ୍ତାର୍ କଥା ଇଟା ଆଏ ଯେ ବଲାଙ୍ଗିର, ସମ୍ବଲପୁର, ରାଉର୍‌କେଲା ବାଗିର୍ ଜାଗା ମାନକେ ଇ ଭିତରେ ବହୁତ୍‌ଟେ ଏନ୍ତା ଖବର୍ ଆସୁଛେ । ବାକି କାଁ କରି ଏନ୍ତା ରକମେ ବଢି ଚାଲିଛେ ଅପରାଧ୍ ଆର୍ ନିଶା କାର୍‌ବାର୍ ?


ଇହାଦେ ତକ୍ ଇ ଦୁହି ବିନ୍ଦୁକେ ତ ଯୁଡି ଦିଆଯାଇ ପାରବା ଯେ ଯେନ୍ ହିସାବେ ନିଶା କାର୍‌ବାର୍ ବଢି ବଢି ଚାଲିଛେ ସେ ହିସାବେ ଏକା ବଢି ବଢି ଚାଲିଛେ ଅପରାଧ । ଇ କଥାକେ ନେଇକରି ତ କିଛି ସନ୍ଦେହ କରାଯାଇ ନାଇଁପାରେ ଯେ ନିଶା ଆର୍ ଅପରାଧ୍ ଭିତରେ ଗୁଟେ କ୍ଷୀର-ନୀର(ଗୁରସ୍‌-ପାଏନ୍‌) ବାଗିର୍ ସଂପର୍କଟେ ରହିଛେ । ଯେନ୍‌ଟାକେ ଫୋରେନ୍‌ସିକ୍ ବିଜ୍ଞାନ୍‌ନେ ଅପରାଧି ମାନ୍‌କର୍ ମନ୍‌ର ଅବସ୍ଥାକେ ଛାନ୍‌ଭିନ୍ କରାଯାଏସି(psychoanalysis of crime and criminals) ସେନେ ବି ନିଶା ଆର୍ ଅପରାଧ୍ ଭିତରର୍ ଥିବାର୍ ସଂର୍ପକ ବହୁତ୍ ବଡ୍ ହିସାବେ ଦେଖ୍‌ବାର୍‌କେ ମିଲସି ।

ଇ ସବୁନୁ ଯେନ୍ କଥାଟାକେ ଯହକରି ଧ୍ୟାନ୍ ଦେବାର୍‌କେ ପଡବା ସେଟା ହେଉଛେ ଯେ ଯେନ୍ ହିସାବେ ନିଶା କାର୍‌ବାର୍ ଆର୍ ଅପରାଧ୍ ମାନେ ହେଇ ଚାଲିଛେ । ବଲାଙ୍ଗିର, ସମ୍ବଲପୁର, ଝାର୍‌ସୁଗୁଡା, ସୁନ୍ଦର୍‌ଗଡନେ ଯେନ ହିସାବେ ଅପରାଧ୍ ଆର୍ ନିଶାକାରବାର୍ ହେଉଛେ ସେ ସବୁକେ ଆର୍ ଲୋକାଲ୍ ଅପରାଧ୍ ବଲିକରି ନାଇଁ କୁହାଯାଇପାରେ । ଅପରାଧ ମାନେ ପୁରା ସଂଗଠିତ୍ ହିସାବେ ହେଇ ଚାଲିଛେ । କେତେ କେତ ପ୍ରକାର୍‌ର ଗ୍ୟାଙ୍ଗ୍ ମାନେ ସବୁ ବାହାରି ସାରଲେନ । ସେ ସବୁ ସଂଗଠିତ୍ ଅପରାଧ୍ (organized crime) ଆର୍ ନିଶା କାରବାର୍ ସେ ଅଞ୍ଚଲ୍‌ର ବେକାର୍ ଥିବାର୍ ପିଲା ମାନକୁ ପଏସା ଆର୍ ନିଶାର ଲୋଭ ଦେଉଛନ୍ । ବାସ୍‌… ତାର୍ ପରେ ସେ ଯୁଆନ୍ ଯୁଆନ୍ ପିଲା ମାନକୁ ନିଜର୍ ଅପରାଧିକ୍ କାମ୍ ମାନକେ ବେଭାର୍ କରୁଛନ୍ । ପଏସାର୍ ଲାଗି ହେଉ କି ନିଶାର୍ ଲାଗି ହେଉ ପିଲା ମାନେ ଭିଲ୍ ନିଜର୍ ହିସାବେ ଭୁଲ୍ ଠିକ୍ ହିସାବ୍ ନାଇଁ କରି ପାରବାର୍ । ଯାହାରନୁ ପଏସା ପାଏଲେ…ସେତାର୍ କାମ୍ କଲେ । ଯଦିଓ କଥାଟା କେନ୍ ଗୁଟେ ବଲିଉଡ୍ ସିନେମାର୍ କଥାନି ବାଗିର୍ ଲାଗୁଛେ ବାକି ସଂଗଠିତ୍ ଅପରାଧ ମାନେ ହେନ୍ତା କରି ଏକା ହେଇଥିସି । ସେନେ ଆର୍ ଭୁଲ୍ ଭଟକା କି ରାଗ୍ ରିସମି ନାଇଁ… ଇ ସବୁର୍ ବାଦ୍ ପୁରା ଯୋଜନା ହିସାବେ ଅପରାଧ ହେସି । ଫେର୍ ଯେତକି ନୂଆଁ ନୂଆଁ ଗ୍ୟାଙ୍ଗ୍ ବଢୁଛେ ସେମାନକର୍ ଭିତରେ ସେତକି ଅଏତ୍‌କା ମାର୍‌ପିଟ୍ ଭିଲ୍ ବଢୁଛେ । ଠିକା କାମ୍‌କେ ନେଇକରିବି ତାଁକର୍ ତାଁକର୍ ଭିତରେ କେତେ ପ୍ରକାରର୍ ଝାମେଲା ଆର୍ ସେନୁ କେତେ ହନାକଟା ଆର୍ କେତେ କାଣା ।

ନିଶା ଆର୍ ଅପରାଧ୍‌ର ଯେନ୍ ହିସାବେ ବଢି ବଢି ଚାଲିଛେ ଇସବୁକେ ଖାଲି ପ୍ରଶାସନ୍‌ର କମି ବଲିକରି କହିଦେଲେ ସମସ୍ୟାର୍ ସମାଧାନ୍ ନାଇଁ ବାହାରେ ବଲିକରି ଅଘୋନୁ କୁହାହେଇଛେ । ନାଇଁହେଲେ ପରିସ୍ଥିତି ଏନ୍ତା ହେବାଯେ ବେମାର୍ ହେଇଥିବା ଗୁଟେ ଆର୍ ଉଷୋ ଖାଉଥିମା ଗୁଟେ । ଆର୍ କେତେବେଲେ ‘ଉଡୁଛେ ପଶ୍ଚିମ୍‌-ଓଡିଶା’ ସିନେମା ତିଆର୍‌ହେଇ ଯିବା ଯେ ସେଟା ବି କହି ନାଇଁ ହୁଏ !
(ଆଗକେ ଲେଖା ଜାରି ରହେବା…. )

Leave A Reply

Your email address will not be published.