କାନ୍ଦିଲେ କିମ୍‌-ଜଙ୍ଗ-ଉନ୍‌ !

ପହେଲା ଥର ଲାଗି ଦେଶବାସୀଙ୍କୁ କ୍ଷମା ମାଗଲେ ଉତ୍ତର କୋରିଆ ରାଷ୍ଟ୍ରପତି

0

ପହେଲା ଥର ଲାଗି ଦେଶବାସୀଙ୍କୁ କ୍ଷମା ମାଗଲେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌-ଜଙ୍ଗ୍‌-ଉନ୍ । ଶାସକ ଦଲର ୭୫ ତମ ପ୍ରତିଷ୍ଠା ଦିବସ ଅବସରନେ ଗୁଟେ ସାମରିକ ସମାବେଶନେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ କିମ୍ । ଇ ସମିୟାନେ ଭାଷଣ ଦେଲା ବେଲେ ଭାବୁକ ହେଇଯାଇଥିଲେ କିମ୍‌, ଆର ନିଜର ସରକାରର ବିଫଲତା ଲାଗି ଦେଶବାସୀଙ୍‌କୁ ମାଫି ମାଗିଥିଲେ । ଭାଷଣ ଦେଲା ସମିୟାନେ ବାରବାର ଚଷମା ଖୁଲି କରି ଆଖିନୁ ଲୁହ ପୁଛୁଥିବାର ଦେଖବାକେ ମିଲିଥିଲା । କିମ୍ ଜଙ୍ଗ ଉନ୍ ଉତ୍ତରକୋରିଆର ସବୁନୁ ଶକ୍ତିଶାଲୀ ଶାସକ ଭାବେ ପରିଚିତ ଥିବାର ବେଲେ ଆଏଝ ତକ୍ ତାଙ୍କୁ ଇ ହିସାବେ କେହି ନାଇଁ ଦେଖିଥାଇ । ସେ ଆହୁରି ଭିଲ କହିଛନ୍ ଯେ, ଦେଶବାସୀ ତକଁର ଉପରେ ଇହାଦେ ତକ୍ ଭିଲ ବିଶ୍ୱାସ ଆର ଭରଷା ରଖିଛନ୍ ଯେନଟାକି ତାକଁର ଲାଗି ବହୁତ ଆଏ ।

ନିଜର ବାପା ପୁରୁଷାଙ୍କୁ ମନେ ପକେଇକରି କିମ୍ କହିଥିଲେ ଯେ, ତାଙ୍କର ତୁଲନାନେ ସେ କିଛି ଭିଲ ନାଇଁ କରି ଯେନଥିର ଲାଗି ସେ କ୍ଷମା ମାଗିଛନ୍ । କିମ୍ ଜଙ୍ଗ ଉନ୍‌ଙ୍କର ଅଚାନକ ଏନ୍ତି ଭାବୁକ ହେବାର ଦେଖିକରି କୁହାଯାଉଛେ ଯେ, ଇହାଦେ କରୋନା ମହାମାରୀ ଆର ପରମାଣୁ ଅସ୍ତ୍ରଶସ୍ତ୍ରକେ ନେଇକରି ହେଇଥିବାର ପ୍ରତିବନ୍ଧକ ଲାଗି ତାଙ୍କର ଶାସନ ଉପରେ ଖୋବଟେ ଅସର ପଡିଛେ । କରୋନା ମହାମାରୀ ଲାଗି ପୂରା ବିଶ୍ୱ କେନ୍ତି ଲଢେଇ କରୁଛେ ସେ ବାବଦନେ ଭିଲ କିମ୍ ନିଜର ଭାଷଣନେ କହିଛନ୍ । ଇତାର ସାଙ୍ଗେ ଦକ୍ଷିଣ କୋରିଆ ସାଙ୍ଗେ ସମ୍ପର୍କନେ ସୁଧାର ଆନବାର ଲାଗି ଚେରେଷ୍ଟା ଜାରି ରହେବା ବଲି ଭିଲ ସେ କହିଛନ୍ ।

Leave A Reply

Your email address will not be published.