ଜିଏମ୍‌ୟୁ କୁଳପତି ହିସାବେ କାର୍ଯ୍ୟଭାର ନେଲେ ପ୍ରଫେସର ଏନ୍‌.ନାଗରାଜୁ

ପ୍ରଫେସର ଅତନୁ ପତିକଁରନୁ କାର୍ଯ୍ୟଭାର ନେଲେ ପ୍ରଫେସର ଏନ୍‌. ନାଗରାଜୁ

0

ଜିଏମ୍‌ୟୁର ନୂଆଁ କୁଳପତି ହିସାବେ ଯୋଗ ଦେଲେ ପ୍ରଫେସର ଏନ୍‌.ନାଗରାଜୁ । ପ୍ରଫେସର ଅତନୁ କୁମାର ପତିକଁର କାର୍ଯ୍ୟକାଲ ଶେଷ ହେଲା ଉତାରୁ ରାଜ୍ୟ ସରକାର ଜିଏମ୍‌ୟୁ କୁଳପତି ହିସାବେ ଏନ୍‌. ନାଗରାଜୁକୁଁ ନିଯୁକ୍ତ କରିଛନ୍ । ଶୁକ୍ରବାର ସେ ବିଧିବଦ୍ଧ ହିସାବେ କାମ୍‌ନେ ଯୋଗ ଦେବାର ସାଙ୍ଗେ ବିଶ୍ୱବିଦ୍ୟାଳୟର କାର୍ଯ୍ୟଭାର ନେଇଛନ୍ । ଇ କାର୍ଯ୍ୟକ୍ରମନେ କୁଳସଚିବ ଗିରୀଶ ଚନ୍ଦ୍ର ସିଂ, ଉପକୁଳ ସଚିବ ଡ. ଉମାଚରଣ ପତି, ପିଜି କାଉନସିଲ୍ ଅଧ୍‌କ୍ଷ ପ୍ରଫେସର ସଚ୍ଚିଦାନନ୍ଦ ମହାପାତ୍ରକଁର ସାଙ୍ଗେ ଦୁଶରା ଅଧିକାରୀ ଭିଲ୍ ଉପସ୍ଥିତ୍ ରହିଥିଲେ ।

ଗଲା ୩ ବଛର ହେଲା ବିଶ୍ୱବିଦ୍ୟାଳୟର କୁଳପତି ଭାର ସମ୍ଭାଲି ଆସୁଥିଲେ ପ୍ରଫେସର ଅତନୁ କୁମାର ପତି । ବିଦାୟ ସମ୍ବର୍ଦ୍ଧନା ସଭାନେ ଯୋଗ୍ ଦେଇକରି ସେ କଲେଜର ସବୁ କର୍ମଚାରୀକଁର ସହଯୋଗ ଲାଗି ଧନ୍ୟବାଦ୍ ଦେଇଥିଲେ । ଗଲା ବେଲେ ସେ ସମ୍ବଲପୁରର ମିଠା ପାଏନ୍ ବହୁତ୍ ସୋର୍ ପଡବା ବଲି କହିକରି ଭାବୁକ୍ ହେଇଯାଇଥିଲେ । ଇତାର ଉତାରୁ ସେ ରାୟପୁରନେ ଥିବାର ପଣ୍ଡିତ ରବି ଶଙ୍କର ଶୁକ୍ଳା ବିଶ୍ୱବିଦଞାଳୟର ଲାଇଫ ସାଇନ୍ସ ବିଭାଗ କାମ୍‌ନେ ଯୋଗ୍ ଦେବେ ବଲି କହିଛନ୍ ।

Leave A Reply

Your email address will not be published.