ଭାଷଣ ଦେଲା ବେଲକେ ଅଚେତ୍ ହେଇ ତଲେ ପଡିଗଲେ ବିଧାୟକ

ବିଧାୟକ ନରସିଂହ ମିଶ୍ରକଁର ଦେହ ଖରାପ୍ ହେବାରନୁ ମେଡିକାଲନେ କରାଗଲା ଭର୍ତ୍ତି

0

ବଲାଙ୍ଗିର ବିଧାୟକ ନେତା ନରସିଂହ ମିଶ୍ରକଁର ଦିହି ବିଗିଡିବାରନୁ ମେଡିକାଲନେ ଭର୍ତ୍ତି । ସିବିଆଇ ଅଫିସ ପାଶେ ଗୁଟେ କାର୍ଯ୍ୟକ୍ରମନେ ଭାଷଣ ଦେଲା ସମିଆଁନେ ସେ ତଲେ ପଡିଯାଇଥିଲେ । ଛାତିନେ ପେନ୍ ହେବାରନୁ ତଲେ ପଡିଯାଇଥିବାର ବେଲକେ ତାକୁଁ ଭୁବନେଶ୍ୱରର ଗୁଟେ ମେଡିକାଲନେ ଭର୍ତ୍ତି କରାଯାଇଛେ । ସୂଚନା ହିସାବେ କଂଗ୍ରେସର ୧୩୬ ନମ୍ବର ପ୍ରତିଷ୍ଠା ଦିବସ ଅବସରନେ ରାଜ୍ୟ କଂଗ୍ରେସ ଆଡୁ ଭିନ୍ ଭିନ୍ କାର୍ଯ୍ୟକ୍ରମ କରାଯାଉଛେ । ସିବିଆଇ ଅଫିସ ପାଶେ ଗୁଟେ କାର୍ଯ୍ୟକ୍ରମନେ ଯୋଗ ଦେଇକରି ଗୁଟେ ଖୁଲା ଜିପ୍‌ନେ ଭାଷଣ ଦେଉଥିଲେ । ଅଚାନକ୍ ତାକଁର ଛାତିନେ ପେନ୍ ଆରମ୍ଭ ହେଇଥିଲା ଆରୁ ସେ ପକେଟ୍‌ନୁ କିଛି ମେଡିସିନ୍ ବାହାର କରିକିନା ଖାଇଥିଲେ ଆରୁ ତାର ଉତାରୁ ଅଚେତ୍ ହେଇଯାଇଥିଲେ । ବେଶୀ ସମିଆଁ ତକ୍ ଭାଷଣ ଦେବାରନୁ ଏନ୍ତା ସମସ୍ୟା ହେଇଥିବାର କୁହାଯାଉଛେ । ତାକଁର ହାର୍ଟ ଆରୁ ଡାଇବେଟିସ୍ ବେମାର ରହିଥିବାର ବେଲକେ କିଛି ଦିନ୍ ଆଘୋନୁ ତାକଁର ଓପନ୍ ହାର୍ଟ ଅପରେସନ୍ ଭିଲ୍ ହେଇଥିଲା । ତ ଇହାଦେ ତାକଁର ଦେହ ଟିକେ ଭଲ୍ ଥିବାର ନେଇକରି ସୂଚନା ରହିଛେ । ଆଗକେ ସେ ମେଡିକାଲନେ ରହିକରି ଚିକିତ୍ସିତ୍ ହେବେ କି ନାଇଁ ସେ ବାବଦେ କିଛି ଜନାନାଇଁପଡି ।

Leave A Reply

Your email address will not be published.