ଭକତ୍‌କୁଁ ହୁମା ମନ୍ଦିର୍ ମନା

କାଣା ହେଲା ଯେ ଇ ବଛର ହୁମା ମେଲା କରବାର ଲାଗି ମନା ହେଲା ?

0

ଇ ବଛର ନାଇଁ ହୁଏ ହୁମା ମେଲା । ଅଷ୍ଟଶମ୍ଭୁକଁର ମନ୍ଦିର ଭିତରେ ଥିବାର ସମ୍ବଲପୁର ହୁମାର ବକ୍ର ମନ୍ଦିରନେ ଫି ବଛର ଶିବରାତ୍ରୀନୁ ହୁମା ମେଲା ହେଇଥିସି । ଯେନଟା ୭ ଦିନ୍ ଧରିକରି ଧୁମ୍‌ଧାମ୍‌ନେ ହେଇଥିସି । ଆଶର ପାଶର ଜାଗାନୁ କେତନି ସଂଖ୍ୟାନେ ଭକତ୍ ଇଠାନେ ଠୋଲ୍ ହେଇଥିସନ୍ । ଭଜନ୍‌, କିର୍ତ୍ତନ, ହୁମଯଜ୍ଞ ସାଙ୍ଗେ ମେଲାର ଆୟୋଜନ୍ କରାଯାଇଥିସି । ହେଲେ ଇ ବଛର କିଛି ଭିଲ୍ ମେଲା କି କେନସି ସମାଗମ୍ ନାଇଁ ହୁଏ । ଇ ନେଇକରି ମନ୍ଦିର ଟ୍ରଷ୍ଟ ବୋର୍ଡ, ଯତରା କମିଟି ଆରୁ ଜିଲ୍ଲା ପ୍ରଶାସନ୍ ଆଡୁ ହେଇଥିବାର ଗୁଟେ ବୈଠକନେ ନିଷ୍ପତ୍ତି ନିଆଯାଇଛେ । ବୈଠକନେ ଟ୍ରଷ୍ଟ ବୋର୍ଡ ସଦସ୍ୟକଁର ସାଙ୍ଗେ , ସେବାୟତ୍ , ଥାନା ଅଧିକାରୀ ଆରୁ ଦୁଶରା ଅଧିକାରୀ ମାନେ ଭିଲ୍ ଉପସ୍ଥିତ ରହିଥିଲେ । ଆଏବାର ୧୧ ତାରିଖନେ ମହାଶିବରାତ୍ରୀ ପୂଜା ଥିବାର ବେଲକେ ଇ ବଛର ଇଠାନେ ହେବାକେ ଥିବାର ମେଲା ନାଇଁ ହୁଏ ।

ମାର୍ଚ୍ଚ ୧୧ ତାରିଖନୁ ୧୭ ତାରିଖ ତକ୍ ଭକତ୍‌କୁଁ ମନ୍ଦିର ମନା ରହିଛେ । ଇ ବଛର ଭକତ୍ ମନ୍ଦିରନେ ଦୀପ୍ ଜାଲିକରି ବସବାର ଉପରେ ଭିଲ୍ ବାରଣ କରାଯାଇଛେ । ଇ ୭ ଦିନ୍ କେନସି ମେଲା ମହୋତ୍ସବ ନାଇଁ ହୁଏ କି କେନସି ଦୁକାନ୍ ବଜାର ଭିଲ୍ ନାଇଁ ଖୁଲେ । ଇ ସମିଆଁନେ ଭକତ୍‌କୁଁ ମନ୍ଦିର ଆଏବାର ଲାଗି ମନା କରାଯାଇଛେ । ଖାଲି ମନ୍ଦିର ପୂଝାରୀମାନେ ଯାଇକରି ରୀତିନୀତି ହିସାବେ ପୂଜାବିଧି କରିପାରବେ । ବିମଳେଶ୍ୱରକଁର ଯଥାବିଧି ପୂଜା କରବାର ସାଙ୍ଗେ ମହାଦୀପ୍ ଉଠାଯିବା ଆର ଧ୍ୱଜାରୋହଣ କରାଯିବାର ନେଇକରି ନିଷ୍ପତ୍ତି ନୀଆଯାଇଛେ ବୈଠକନେ । କରୋନାର ଦୁଇ ନମ୍ବର ଲହର ଚାଲିଥିବାର ବେଲକେ ମେଲା ଆରୁ ଜନସମାଗମ୍ ନାଇର୍ କରବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଯେନଥିର ଲାଗି ଇ ବଛର ଜାଗର ସମିଆଁନେ ବାବାକଁର ଦର୍ଶନନୁ ବଂଚିତ୍ ରହେବେ ଭକତ୍ ।

Leave A Reply

Your email address will not be published.