୨୪ ଘଣ୍ଟାନେ ୩ ହଜାର

ପଜିଟିଭ୍‌ଥି ଏକ୍ ନମ୍ବରନେ ରହିଛେ ସୁନ୍ଦରଗଡ଼, ଗୁଟେ ଦିନେ ୬ଶହ୩୧ ନୂଆଁ କେସ୍

0

କାଲ୍ ବନିଛେ କରୋନା । ପଜିଟିଭକଁର ସଂଖ୍ୟା କମବାର ନାଁ ନାଇଁ ଧରବାର । ଗଲା ବଛରନୁ ଭିଲ୍ ଅଏତକା ବଢୁଛେ କରୋନା ହାର । ପଶ୍ଚିମ ଓଡ଼ିଶା କରୋନା ହବ୍ ବନିଛେ କହେଲେ କିଛି ଭୁଲ୍ ନାଇଁ ହୁଏ । କରୋନା ଗ୍ରାଫ୍ ଦେଖଲେ ରାଜ୍ୟନେ ଇଟା ଉପରମୁହାଁ ହେଇକରି ରହିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ରାଜ୍ୟନେ ନୂଆଁ ପଜିଟିଭକଁର ସଂଖ୍ୟା ଦେଖମା ବେଲେ ଇଟା ୩ ହଜାର ପାଶକେ ପୁହୁଁଞ୍ଚିଲାନ । ବାରମ୍ବାର ସତର୍କ ଆରୁ ସଚେତନ୍ କରାଗଲା ସତ୍ତ୍ୱେ ସଂକ୍ରମଣ ହୁ ହୁ ହେଇକରି ବଢୁଥିବାରଟା ଇହାଦେ ଚିନ୍ତା ବଢେଇଛେ । ସେଆଡେ ସୁନ୍ଦରଗଡ଼ ବଡ଼ଗାଁକେ ଲକ୍‌ଡାଉନ୍ ଘୋଷଣା କରାଯାଇଛେ ।
କରୋନାର ଦୁଇ ନମ୍ବର ଲହରନେ ପଜିଟିଭକଁର ସଂଖ୍ୟା ବେଶୀ ବଢୁଥିବାର ଦେଖବାର ଲାଗି ମିଲୁଛେ । ପୂରା ଦେଶ ଇହାଦେ କରୋନା କବଜାନେ ରହିଥିବାର ବେଲକେ ଗୁଟେ ଦିନେ ୨ ଲାଖ୍ ପଜିଟିଭ୍ ବାହାରିଥିବାର ନେଇ ସୂଚନା ରହିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ଦେଶନେ ନୂଆଁ କେସ୍ ଦେଖମା ବେଲେ ଇଟା ୨ଲାଖ୍ ୭୩୯ ପଜିଟିଭ୍ ଚିହ୍ନଟ ହେଇଛନ୍ । ସେଆଡେ ରାଜ୍ୟନେ ଭିଲ୍ କରୋନା ସ୍ଥିତି ଧୀରେ ଧୀରେ ବିଗଡିବାରନେ ଲାଗଲାନ୍ । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାନେ ପଜିଟିଭ୍‌କଁର ସଂଖ୍ୟା ବେଶୀ ରହିଥିବାର ଜନାପଡିଛେ । ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟନେ ପହେଲା ନମ୍ବରନେ ରହିଛେ ସଂକ୍ରମଣ ସଂଖ୍ୟାନେ । ଗଲା ୨୪ ଘଣ୍ଟା ଭିତରେ ଜିଲ୍ଲାନୁ ୬୩୧ ନୂଆଁ ପଜିଟିଭ୍ ବାହାରିଛନ୍ , ସେନ୍ତା କଳାହାଣ୍ଡି ଜିଲ୍ଲାନେ ଭିଲ୍ ତିନଟା ଅଭ୍‌କନେ ପଜିଟିଭ୍ ଚିହ୍ନଟ ହେଉଛନ୍ । ଇଠାନୁ ଗଲା ୨୪ ଘଣ୍ଟା ଭିତରେ ୨୬୦ଟା ପଜିଟିଭ୍ ଚିହ୍ନଟ ହେଇଛନ୍ । ସେଆଡେ ସମ୍ବଲପୁରନୁ ୧୪୮, ନୂଆଁପଡାନୁ ୧୫୧, ଝାରସୁଗୁଡ଼ାନୁ ୮୪, ବରଗଡ଼ନୁ ୧୨୬, ବଲାଙ୍ଗିରନୁ ୧୧୦, ବୌଦ୍ଧନୁ ୧୦ ଆର ସୋନପୁର ୬ଟା ନୂଆଁ ପଜିଟିଭ୍ କେସ୍ ବାହାରିଛେ ।

ସୁନ୍ଦରଗଡ଼ନେ ସଂକ୍ରମଣ ବଢୁଥିବାର ବେଲକେ ବାହାରୁ ଆସୁଥିବାର ଯାତ୍ରୀକଁର ଲାଗି କରୋନା ବଢୁଥିବାର ଜନାପଡିଛେ । ଜିଲ୍ଲାର ବଡ଼ଗାଁ ଅଂଚଲନୁ ଖାଲି ୬୦ନୁ ଉପରକେ ପଜିଟିଭ୍ ଚିହ୍ନଟ ହେଲା ଉତାରୁ ଇ ଅଂଚଲକେ ଲକଡାଉନ୍ ଘୋଷଣା କରାଯାଇଛେ । ବଡଗାଁ ପଂଚାୟତର ସରକଂଚ ତିନଦିନ୍ ଲାଗି ପୂରା ଲକଡାଉନ୍ ଘୋଷଣା କରିଥିବାର ବେଲକେ ଖାଲି ଦରକାରୀ ଜିନିଷ୍ ଖୁଲା ରହେବା । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୁନ୍ଦରଗଡ଼ ଆରୁ ସମ୍ବଲପୁର ଜିଲ୍ଲା ବୁଲିକରି କରୋନା ସ୍ଥିତିି ସମୀକ୍ଷା କରିଛନ୍ । ପଜିଟିଭ୍‌କଁର ସଂଖ୍ୟା ଦେଖିକରି ଭିମସାର୍‌ନେ ଅତିରିକ୍ତ କୋଭିଡ୍ ହସ୍ପିଟାଲ ୧୦ ଦିନ୍ ଭିତରେ ଖୁଲବାର ଲାଗି ନିର୍ଦ୍ଦେଶ ଦେଇଛନ୍ । ୨୫୦ ବେଡ୍ ସାଙ୍ଗେ ୫୦ଟା ଆଇସିୟୁ ବେବସ୍ଥା କରବାର ଲାଗି ନିଷ୍ପତ୍ତି ନେଇଛନ୍ । ଭିମସାରନେ ପହେଲାନୁ ଥିବାର କୋଭିଡ୍ କେନ୍ଦ୍ରନେ ବେଡ ସଂଖ୍ୟା ୧୭୫ ÷ଆର ଆଇସିୟୁ ସଂଖ୍ୟା ୫୦କେ ବଢାବାର ଲାଗି କାମ୍ ଚାଲିଛେ । ଇତାର ସାଙ୍ଗେ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାପାଳକଁର ସାଙ୍ଗେ ଭିଲ୍ ଆଲୋଚନା କରିକିନା କରୋନା ସ୍ଥିତି ସମୀକ୍ଷା କରିଛନ୍ । ଜିଲ୍ଲାନେ କୋଭିଡ୍ କେନ୍ଦ୍ର ମାନକେ ହଜାରେନୁ ଅଏତକା ବେଡ୍ ବେବସ୍ଥା କରାଯାଇଛେ । ଟେଷ୍ଟିଂ ଉପରେ ଆହୁରି ଅଏତକା ଗୁରୁତ୍ୱ ଦିଆଯିବା ବଲି ସେ କହିଛନ୍ । କରୋନା ସଂଖ୍ୟା ବଢୁଥିବାରନୁ ଯାଂଚ ଭିଲ୍ ଅଏତକା କଡାକଡି କରାଯାଇଛେ ।

Leave A Reply

Your email address will not be published.