ଦାଦନ୍ ଶ୍ରମିକ୍ ହଟାବାର ମିଶନ୍‌ନେ ରାଜ୍ୟ ସରକାର

ରାଜ୍ୟର ୪ ଜିଲ୍ଲାନୁ ୫୮ ହଜାର ଦାଦନ୍ ଶ୍ରମିକକୁଁ କରାଗଲା ଚିହ୍ନଟ୍‌

0

ଆର ବାହାର ରାଜ୍ୟକେ ଦାଦନ ଖଟିଯିବାକେ ନାଇଁ ପଡେ କାହାକେ । ରାଜ୍ୟ ସରକାର ଦାଦନ ଶ୍ରମିକ୍ ହଟାବାର ଲାଗି ମୁଲ କରୁଛନ୍ ଗୁଟେ ନୂଆଁ ଯୋଜନା । ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗୁଟେ କରିକିନା ଇ ଦିଗନେ ବିକାଶ ମୂଲକ କାମ୍ କରବାର ଲାଗି ଯୋଜନା କରିଛନ୍ । ଇ ଯୋଜନା ଗଲା ଜାନୁଆରୀନୁ ପ୍ରସ୍ତୁତ କରାଯାଇଥିବାର ବେଲକେ ଅକ୍ଟୋବରନୁ କାର୍ଯ୍ୟକାରୀ କରାଯାଇଚେ । ଇ ଯୋଜନା ଆଡୁ ରାଜ୍ୟର ୪ ଜିଲ୍ଲାନେ ସର୍ଭେ କରାଯାଇ କରି ୫୮ ହଜାର ଦାଦନ ଶ୍ରମିକକୁଁ ଚିହ୍ନଟ କରାଯାଇଛେ । ଇମାନକୁଁ ଅକ୍ଟୋବର ମାସ ମୁଲନୁ ମନରେଗା ଯୋଜନା ଆଡୁ କାମ୍ ଯୁଗେଇ ଦିଆଯାଇଛେ ।

ସର୍ଭେ ରିପୋର୍ଟ ହିସାବେ ବଛରକର ୬ ମାସ୍ କାମ୍ ଧାମ୍ ନାଇଁ ମିଲବାରନୁ ଲୁକେ ବାହାର ରାଏଜକେ ଦାଦନ୍ ଖଟିଯାଉଥିବାର ଜନାପଡିଛେ । ୬ ମାସର କାମ୍ ସାଙ୍ଗେ ପକ୍କା ଘର ଗୁଟେ ଯୁଗେଇ ଦିଆଗଲେ ଇମାନେ ଆରୁ ଦାଦନ ଖଟି ନାଇଁ ଯାଆନ୍ ବଲି କହିଛନ୍ । ପହେଲା ଖେପ୍ ସର୍ଭେନେ ବଲାଙ୍ଗିର, ନୂଆପଡ଼ା, ବରଗଡ଼, କଳାହାଣ୍ଡି ଜିଲ୍ଲାର ୨୦ଟା ବ୍ଲକ୍‌ର ୪୭୭ ପଂଚାୟତ ୩,୩୨୭ ଗାଁନୁ ୫୮ ହଜାର ଦାଦନ ପରିବାର ଚିହ୍ନଟ ହେଇଛନ୍ ।

ଟାଟା ଟ୍ରଷ୍ଟ ଆରୁ କଟକନେ ଥିବାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମାଧ୍ୟମନେ ଇ ସର୍ଭେ କରାଯାଇଛେ । ସର୍ଭେ ତାଲିକାକେ ଶ୍ରମ ଆୟୋଗ ପଂଚାୟତରାଜ ବିଭାଗ ଆରୁ ଖାଉଟି କଲ୍ୟାଣ ବିଭାଗକେ ଦେଇଛେ । ୬ ମାସ୍ ତକ୍ ଚାଉଲ ଯୋଗାଣ ଲାଗି ଶ୍ରମ ଆୟୋଗ ଆଡୁ ଦୁହି ବିଭାଗକୁଁ କୁହାଯାଇଛେ । କାମ୍ ବୁତା ଆଶ୍‌ଥି ପଞ୍ଚିକୃତ୍ ନାଇଁ କରେଇକରି କେତନି ଶ୍ରମିକ୍ ବାହାର ରାଏଜ ଯେନ୍ତା, ଗୁଜୁରାଟ୍‌, ତାମିଲନାଡୁ, ଛତିଶଗଡ଼କେ ଦାଦନ ଖଟି ଯାଉଛନ୍ ।

ପଂଚାୟତରାଜ୍ ବିଭାଗ ଆଡୁ ମିଲିଥିବାର ତଥ୍ୟ ହିସାବେ ୪ ଜିଲ୍ଲାର ୨୦ଟା ବ୍ଲକ୍‌ନେ ଡିସେମ୍ବର ୧ ତାରିଖ ତକ୍ ୧,୩୪,୩୮,୨୫୦ ‘ମଜରି ଦିନ୍‌’ କାମ୍ ହେଇଛେ । ଫି ଦିନ୍ ୧,୨୭,୮୩୪ ଲୁକକୁଁ କାମ୍ ଯୁଗେଇ ଦିଆଯଉଛେ । ୩୩,୦୧୧ କୁଟୁମ୍ ଶହେ ଦିନ୍‌ର କାମ୍ ପୁରା କଲେନ । ବଲାଙ୍ଗିର ଜିଲ୍ଲାର ୬ଟା ବ୍ଲକ୍‌ନେ ୪,୩୭୩,୯୮୪ଟା ‘ମଜରି ଦିନ୍‌’ କାମ୍ ହେଇଛେ । ସେନ୍ତା ନୂଆପଡ଼ା ଜିଲ୍ଲାର ୫ ବ୍ଲକ୍‌ର ୩,୩୨୮,୩୯୩ଟା ଶ୍ରମ ଦିବସ ଆରୁ ବରଗଡ଼ ଜିଲ୍ଲାନେ ୪ ବ୍ଲକନେ ୧,୬୦୪,୨୦୪ଟା ଶ୍ରମ ଦିବସ ବନିଛେ । ଇହାଦେ ତକ୍ ଜାତୀୟ ଖାଦ୍ୟ ନିରାପତ୍ତାନେ ୩ କୋଟି ୨୫ ଲାଖ୍ ଆରୁ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଆଡୁ ୧୦ ଲାଖ୍ କୁଟୁମ୍‌କୁଁ ଚାଉଲ୍ ଯୁଗେଇ ଦିଆଯାଇଛେ । ଲିଷ୍ଟନେ ନାଁଥିବାର ଶ୍ରମିକକୁଁ ରାସନ୍ କାର୍ଡ ମାନେ ଯୁଗେଇ ଦିଆଯାଉଛେ । ଯେନମାନକୁଁ କାର୍ଡ ନାଇଁ ମିଲି ସେମାନେ ଆବେଦନ କଲେ ପାଇପାରବେ । ଆଘୋନୁ ୧୫୦ ଦିନ୍ ଶ୍ରମିକକୁଁ କାମ୍ ଯୁଗାଯାଉଥିବାର ବେଲକେ ଇହାଦେ ଇତାକେ ବଢାଯାଇକରି ଦୁଇ ଶହ ଦିନ୍ କରାଯାଇଛେ । ସେନ୍ତା ମଜରି ଭିଲ୍ ୧୯୧ ଟଙ୍କାନୁ ୩୦୩ ଟଙ୍କାକେ ବଢାଯାଇଛେ ।

Leave A Reply

Your email address will not be published.