କେଭେ ହେବା ବରଗଡ଼- ନୂଆପଡ଼ା ରେଲ୍ ପ୍ରକଳ୍ପ କାମ୍‌

ରେଲ୍ ବିଭାଗ ଆଡୁ ପ୍ରକଳ୍ପ ସର୍ଭେ ରିପୋର୍ଟ ମଗାସରିଥିଲେ ଭିଲ୍ ନାଇଁ ଆରମ୍ଭ ହେଇପାରବାର କାମ୍

0

ବରଗଡ଼ ସହର ସାଙ୍ଗେ ନୂଆଁପଡାକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି କେନ୍ ଦିନୁ ଇଠାନର ଲୁକେ ଦାବି କରି ଆସୁଛନ୍ । ନୂଆପଡ଼ା ସାଙ୍ଗେ ଛତିଶଗଡ଼ ରାଜଧାନୀ ରାୟପୁର, ପଦ୍ମପୁରକେ ରେଲ୍ ଲାଇନ୍ ସଂଯୋଗ କରବାର ଲାଗି ଭିଲ୍ ଦାବି ହେଇଛେ । ଇ ରେଲ୍ ଲାଇନ୍‌ଟା ହେଲେ ବରଗଡ଼ ସାଙ୍ଗେ ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଜାଗା ସଂଯୋଗ ହେବା ର ସାଙ୍ଗେ ବିକାଶର କାମ୍ ଆଗକେ ବଢବା । ନୂଆପଡ଼ା ଆର ନଦ୍ମପୁରକେ ନେଇକରି ଭିଲ୍ ନୂଆଁ ଅର୍ଥନୀତିକ କରିଡର ହେଇପାରବା । ହେଲେ ଇହାଦେ ତକ୍ ଇ ଦିଗନେ ସରକାର କେନସି ପଦକ୍ଷେପ୍ ନାଇଁନେଇଥିବାର ଅଭିଯୋଗ ହେଇଛେ । ବରଗଡ଼ ରାୟପୁର ଭାୟା ନୂଆପଡ଼ା, ବିଜେପୁର ରେଳ ଲାଇନ୍ ଲାଗି ପହେଲା ୨୦୦୩ ମସିହାନେ ରେଲ ବିଭାଗ ଆଡୁ ଗୁଟେ ସର୍ଭେ ଭିଲ୍ ହେଇଥିଲା ।

ସେତକି ବେଲେ ଇ ପ୍ରକଳ୍ପ ଲାଗି ୪୧୫.୮୯ କୋଟି ଟଙ୍କାର ଖର୍ଚ୍ଚା ଲାଗି ଗୁଟେ ହିସାବ କରାଯାଇଥିଲା । ୨୦୧୮ ରେଲ ବିଭାଗର ମ୍ୟାନେଜିଂ ଡିଜିଏମ ବରଗଡ଼ ଆର ନୂଆପଡ଼ା ଜିଲ୍ଲାପାଲକୁଁ ଚିଠି ଲେଖିକରି ଇ ବାବଦେ ପ୍ରସ୍ତାବିତ୍ ରେଲ ପ୍ରକଳ୍ପର ଟ୍ରାଫିକ୍ ସମ୍ପର୍କିତ୍ ତଥ୍ୟ ମାଗିଥିଲେ । ଜିଲ୍ଲାପାଳମାନେ ଭିଲ୍ ବିଭାଗକେ ଇ ବାବଦେ ରିପୋର୍ଟ ଦେଇଥିଲେ । ହେଲେ ଇହାଦେ ତକ୍ କାମ୍ ନେଇକରି କେନସି କଥା ନାଇଁ ଦିସବାର । ପ୍ରସ୍ତାବିତ୍ ପ୍ରକଳ୍ପ ହିସାବେ ରେଲ୍ ଲାଇନ୍‌ଟା କରାଗଲେ ବରଗଡନୁ ରାୟପୁର ୨୩୫ କିଲୋମିଟର ରାସ୍ତା କମ୍ ପଡତା । ଗୁଟେ ଆଡେ କାମ୍ ନାଇଁ ହେଉଥିବାର ବେଲକେ ଜଲଦି ଇ ଦିଗନେ କାମ୍ ମୁଲ୍ କରବାର ଲାଗି ଦାବି ହେଉଛେ ।

Leave A Reply

Your email address will not be published.