ଇ ବଛର ତାତିନୁ ତ୍ରାହି ନାଇଁ

ଆଏବାର ତିନ୍ ମାସ୍ ଓଡ଼ିଶାନେ ଖରାର ପ୍ରକୋପ୍ ବଢବାର ନେଇକରି ସୂଚନା

0

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ କି ଖରାର ପ୍ରକୋପ୍ ଦେଖବାର ଲାଗି ମିଲଲାନ । ଆଗକେ ତିନ୍ ମାସ୍ ତାତିନୁ ଆରୁ ନିସ୍ତାର ନାଇଁନ୍ । ଖରା ଆଗକେ ବେଶୀ ବଢବାର ନେଇକରି ସୂଚନା ରହିଛେ । ଆଂଚଳିକ୍ ପାଣିପାଗ ବିଭାଗ ଆଡୁ ଏନ୍ତା ପୂର୍ବାନୁମାନ୍ କରାଯାଇଛେ । ବେଶୀ କରି ଓଡ଼ିଶାନେ ଖରାର ପ୍ରକୋପ୍ ଅଏତକା ରହେବାର ସମ୍ଭାବନା ରହିଛେ । ଓଡ଼ିଶାନେ ସ୍ୱଭାବିକ୍ ପାରା ଯେତେ ରହସି ତାରଠାନୁ ଅଏତକା ପାରା ବଢବାର ସାଙ୍ଗେ ହାରାହାରି ୬୬ ଡିଗ୍ରୀ ତକ୍ ବଢବାର ସମ୍ଭାବନା ରହିଛେ । ଇଟା ନେଇକରି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଆଡୁ ମାର୍ଚ୍ଚନୁ ମେ ମାସ୍ ତକ୍ ପାରା ବଢବାର ପୂର୍ବାନୁମାନ୍ କରାଯାଇଛେ । ଗୁଟେ ତଥ୍ୟ ହିସାବେ ମାର୍ଚ୍ଚନୁ ମେ ମାସ୍ ଭିତରେ ଉତ୍ତର, ଉତ୍ତର-ପଶ୍ଚିମ୍ ଆର ଉତ୍ତର-ପୂର୍ବ ଭାରତର ଭିନ୍ ଭିନ୍ ଜାଗାନେ ପାରା ସ୍ୱାଭବିକ୍‌ନୁ ଅଏତକା ରହେବା ।

ଇତାର ସାଙ୍ଗେ କେନ୍ଦ୍ରୀୟ ଭାରତର ପୂର୍ବ ଆରୁ ପଶ୍ଚିମ ଭାଗ ସାଙ୍ଗେ ଉତ୍ତର ଉପଦ୍ୱୀପ ଭାରତର ଉପକୂଳବର୍ତ୍ତୀ ଅଂଚଲର କିଛିଟା ଜାଗାନେ ସ୍ୱାଭବିକନୁ ବେଶୀ ପାରା ବଢବାର ସମ୍ଭାବନା ରହିଛେ । ଇ ହିସାବେ ଦେଖଲେ ଓଡ଼ିଶାନେ ଭିଲ୍ ପାରା ବଢବାର ନେଇକରି ପାଣିପାଗ ବିଭାଗ ଆଡୁ ଆକଳନ୍ କରାଯାଇଛେ । ଇ ଆକଳନଟା ୭୦ ପତିଶତ୍ ଠିକ୍ ହେବା ବଲି କୁହାଯାଉଛେ । ଇହାଦେ ବିଷୁବରେଖା ପାଶେ ପ୍ରଶାନ୍ତ ମହାସାଗରନେ ଜଳପତନର ପାରା ସ୍ୱାଭବିକ୍‌ନୁ କମ୍ ରହିଛେ । ଯାହାକେ ଲା-ନିନା କୁହାଯାଇସି । ଗଲା ଅଗଷ୍ଟ ମାସୁ ଆରମ୍ଭ ହେଇଥିବାର ଲା-ନିନା ମେ ମାସ୍ ତକ୍ ଚାଲବା ବଲି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଆଡୁ ବାହାରିଥିବାର ବିଜ୍ଞପ୍ତିନୁ ଜନାପଡିଛେ । ସେଆଡେ ଇ ବଛର ବେଶୀ ଦିନ୍ ଶୀତର ପ୍ରଭାବ ଦେଖବାର ଲାଗି ଭିଲ୍ ନାଇଁମିଲି । ଆଗକେ ଯଦି ଖରାର ପ୍ରଭାବ ବଢବାର ସମ୍ଭାବନା ରହିଛେ ତ ଏତକିବେଲୁ ଇଥିର ଲାଗି ପ୍ରସ୍ତୁତ ରହେବାର ଜରୁରୀ ।

Leave A Reply

Your email address will not be published.