ହରିଶଙ୍କର ମନ୍ଦିର ଖୁଲବାର ଲାଗି ଦାବି ବଲାଙ୍ଗିର ଜିଲ୍ଲାପାଳକଁର ପାଶେ ମନ୍ଦିର ଖୁଲବାର ନେଇକରି ଦାବି ଜନାଲେ ପୂଜକ୍, ବ୍ୟବସାୟୀ ଓଡ଼ିଶାକଲା ଆର ସଂସ୍କୃତି By Vandana Mishra On Dec 14, 2020 Share କରୋନା ଲାଗି ରାଜ୍ୟର କେତନି ମନ୍ଦିର, ପର୍ଯ୍ୟଟନ୍ ଜାଗା ମାନେ ବନ୍ଦ ରହିଛେ । ଧୀରେ ଧୀରେ ସବୁକିଛି ପହେଲା ଲେଖେଁ କରାଯାଉଥିବାର ବେଲକେ ଗହଲି ହେବାର ଜାଗା ମାନକେ ଇହାଦେ ଭିଲ୍ ବାରଣ କରାଯାଉଛେ । ସେଆଡେ ପୁରୀ ଜଗନ୍ନାଥ ମନ୍ଦିର ଭିଲ୍ ଗଲା ୯ ମାସ୍ ଧରିକରି ବନ୍ଦ ରହିଥିବାର ବେଲକେ ଇହାଦେ ମନ୍ଦିର ଖୁଲାଯିବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନିଆଯାଇଛେ । ଯାର ବାଦ୍ ଇହାଦେ ଦୁଶରା ମନ୍ଦିର ମାନେ କେଭେ ଖୁଲବାକେ ସରକାର ଅନୁମତି ଦେବେ ସେଟା ନେଇକରି ପ୍ରଶ୍ନ ଉଠିଛେ । ବଲାଙ୍ଗିରନେ ଥିବାର ଐତିହାସିକ୍ ସ୍ଥଲ୍ ହରିଶଙ୍କର ଭିଲ୍ ଗଲା ମାର୍ଚ୍ଚ ମଙ୍କସର ବନ୍ଦ ହେଇକରି ରହିଛେ । ମନ୍ଦିରନେ ତାଲା ପଡିକରି ରହିଥିବାର ବେଲକେ ଇହାଦେ ଭିଲ୍ ମନ୍ଦିର ଖୁଲବାର ନେଇକରି କିଛି ଜନା ନାଇଁପଡି । ମନ୍ଦିର ବନ୍ଦ ହେବାର ଲାଗି ଭକତ୍କୁଁ ଦର୍ଶନ୍ ବାରଣ କରାଯାଇଥିବାର ବେଲକେ ମନ୍ଦିର ପୂଜକକଁର ଲାଗି ଭିଲ୍ ସମସ୍ୟା ବନିଛେ । ପୂଜକ୍, ଆରୁ ବ୍ୟବସାୟୀକୁଁ ବନେ କ୍ଷତି ସହେବାକେ ପଡୁଛେ । ପୁରୀ ମନ୍ଦିର ଖୁଲବାକେ ଅନୁମତି ଦିଆଯିବାର ବାଦ୍ ଇହାଦେ ବଲାଙ୍ଗିର ଜିଲ୍ଲାନେ ଦୁଶରା ମନ୍ଦିର ଖୁଲବାର ନେଇକରି ବଲାଙ୍ଗିର ଜିଲ୍ଲାପାଳକଁର ପାଶେ ଦାବି ରଖିଛନ୍ ମନ୍ଦିର ପୂଜକ ଆରୁ ସେବାୟତ୍ । ମନ୍ଦିର ଖୁଲବାର ନିଷ୍ପତ୍ତି ନେବାର ଲାଗି ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନକୁଁ ନିର୍ଦ୍ଦେଶ ଦେଇଥିବାର ବେଲକେ ଇନେଇକରି ଜଲଦି ନିଷ୍ପତ୍ତି ନେବାର ଲାଗି ଦାବି କରିଛନ୍ ପୂଜକ, ଆରୁ ପର୍ଯ୍ୟଟକ୍ । ହରିଶଙ୍କର ମନ୍ଦିରନେ ସବୁ ସମିଆଁନେ ପର୍ଯ୍ୟଟକକଁର ଭିଡ୍ ଲାଗି ରହିଥିସି । ହେଲେ ଶୀତ୍ ଦିନ୍ ଆଏଲେ ପିକନିକ୍ ଲାଗି ବେଶୀ ଲୁକକଁର ଇଠାନେ ଗହଲ ଚହଲ ଦେଖବାକେ ମିଲିଥିସି । ହେଲେ ଇହାଦେ କରୋନା ଲାଗି ମନ୍ଦିରନେ ତାଲା ପଡିଥିବାର ଲାଗି ପର୍ଯ୍ୟଟକ୍ ଆସିକରି ମାହାପୁରୁକୁଁ ଦର୍ଶନ୍ ନାଇଁ କରିପାରିକରି ନିରାଶ୍ ହେଇକରି ଫିରୁଛନ୍ । ମନ୍ଦିର ପୂଜକ ଆରୁ ବ୍ୟବସାୟୀ ଭିଲ୍ କ୍ଷତି ସହୁଛନ୍ । ମନ୍ଦିର ପାଶେ ବେପାର କରୁଥିବାର ବ୍ୟବସାୟୀ ଇଠାନୁ କମେଇ କରି କୁଟୁମ୍ ଚଲଉଥିଲେ, ଯେନଟାକି ଇହାଦେ ପୁରା ବନ୍ଦ ହେଇଯାଇଛେ । ସେଆଡେ ମନ୍ଦିର ବନ୍ଦ ଥିବାରନୁ ପୂଜକକଁର ରୁଜଗାରନେ ଭିଲ୍ ତାଲା ପଡିଛେ । ମନ୍ଦିରକେ ବୁଲାବୁଲିକରି ଆସବାର ସାଙ୍ଗେ ଇଠାନେ ବିହା, ବଡୁ ଲେଖେଁ କାମ୍ ଭିଲ୍ ବନ୍ଦ୍ ରହିଛେ । ଇଥରୁ ହେଉଥିବାର କମାନି ଭିଲ୍ ବନ୍ଦ ରହିଛେ । ଜଙ୍ଗଲନୁ ମିଲୁଥିବାର ଜିନିଷ୍ ଯେନ୍ତା, ଚାର୍, ମହୁଲ୍, ଝୁଣା ସାଙ୍ଗେ ଜଡିବୁଟି ବିକୁଥିବାର ଲୁକକଁର ଉପରେ ଭିଲ୍ ଇତାର ପ୍ରଭାବ ପଡିଛେ । ମନ୍ଦିରର ଆୟ ପୁରା ବନ୍ଦ ହେଇଯାଇଛେ ଆରୁ ଫେର୍ ସେଥରେ ମନ୍ଦିର କର୍ମଚାରୀକୁଁ ଦରମା ଦିଆଯାଉଥିବାରନୁ ଇହାଦେ ବହୁତ୍ ଅସୁବିଧା ଦେଖାଦେଇଛେ । ଇ ସବୁକେ ଦେଖିକରି ଜଲଦି ମନ୍ଦିର ଖୁଲବାର ଲାଗି ନିଷ୍ପତ୍ତି ନିଆଯାଉ ବଲି ଜିଲ୍ଲାପାଳକଁର ପାଶେ ଦାବି କରାଯାଇଛେ । balangirbalangir collectorbalangir tourismharishankar templeodisah tourismpatnagad Share