ସୋନପୁରନେ କରୋନା ଶେଷ୍

0

ସୋନପୁର୍‌ ଜିଲ୍ଲା ଇହାଦେ ପୁରାପୁରି ହିସାବେ କରୋନା ମୁକ୍ତ ଜିଲ୍ଲା ହେଇଛେ । ଯେନ ଜନେ ହେଲେ ବି କରୋନା ପଜିଟିଭ୍‌ ଚିନ୍ନଟ୍‌ ନାଇ ହେଇ । ସୋନପୁର୍‌ ଜିଲ୍ଲା ନେ ଟୋଟାଲ୍‌ ୪୬୭୬ ଜନ କରୋନା ସଂକ୍ରମିତ୍‌ ହେଇଥିଲେ ଆର୍‌ ୨୧ ଜନ ମରିଥିବାର୍‌ ଆଗରୁ ଖବର୍‌ ଆସିଥିଲା । ହେଲେ ଇହାଦେ ବାକି ରହିଥିବାର୍‌ ପଜିଟିଭ୍‌ ଲୋକମାନେ ଭଲ୍‌ ହେଇଥିବାର୍‌ ଜନାପଡିଛେ । ସୋନପୁର୍‌ ଜିଲ୍ଲା ପୁରାପୁରି ହିସାବେ କରୋନା ମୁକ୍ତ ହେଇଛେ ବଲିକରି ସ୍ୱାସ୍ଥ୍ୟ ବିଭାଗ ର ମୁଖ୍ୟ ଶାସନ ସଚିବ୍‌ ପ୍ରଦୀପ୍ତ କୁମାର୍‌ ମହାପାତ୍ର କହିଛନ୍‌ । କରୋନା ମୁକ୍ତ ହେବାର୍‌ ଉତାରୁ ସୋନପୁର୍‌ ଜିଲ୍ଲା ଓଡିଶା ମାନଚିତ୍ର ନେ ଗୁଟେ ନୂଆ ଯାଗା ତିଆରି କରିପାରିଛେ । ହେଲେ ରାଏଜ୍‌ନେ କରୋନା ସଂକ୍ରମଣ କମ୍‌ବାର୍‌ ବନ୍ଦ ନୁହେ ହୁଏ ।

ରାଏଜ ୍‌ ନେ ଆହୁରି ୩୯୩ ଟା ନୁଆ କରୋନା କେସ୍‌ ସମ୍ନାକେ ଆସିଛେ । ୨୨୮ ଟା ସଙ୍ଗରୋଧ କେନ୍ଦ୍ର ନୁ ବାହାରିଥିବାର୍‌ ବେଲେ ଆଉ ୧୨୫ ଜନ ଲୋକାଲ୍‌ କନଟାକ୍ଟ୍‌ ନୁ ବହାରିଥିବାର୍‌ ଜନାପଡିଛେ । ରାଜ୍ୟ ସରକାର୍‌କଁର୍‌୍‌ ନିୟନ୍ତ୍ରଣ ନେ ୨୦ ଟା ଜିଲ୍ଲା ରହିଥିବାର୍‌ ବେଲେ ସୋନପୁର ଆର୍‌ ଗଜପତି ଜିଲ୍ଲା ନେ ଜନେ ହେଲେ କରୋନା ପଜିଟିଭ୍‌ ଠାବ୍‌ କରାନାଇଯାଇ । ଅନୁୁଗୁଲ ନେ ସବୁନୁ ଅଧିକା ୪୬ , ସୁନ୍ଦରଗଡ ନେ ୪୪, ଖୋର୍ଦ୍ଧାନେ ୩୯ ପଜିଟିଭ୍‌ କେସ୍‌ ସମ୍ନା କେ ଆସିଛେ । ଆର୍‌ ସମ୍ବଲପୁର ନେ ୨୭ , ବରଗଡ ଆର୍‌ ମୟୁରଭଞ୍ଜ୍‌ନେ ୨୬ , କଟକନେ ୨୪ , ବାଲେଶ୍ୱର୍‌ ୨୧ , ଝାରସୁଗୁଡା ୧୮ ପଜିଟିଭ୍‌ କେସ୍‌ ରହିଛେ । ବଲାଙ୍ଗୀର୍‌ ନେ ୨ଟା , ଦେବଗଡ ନେ ୫ଟା ,ବୌଦ୍ଧ୍‌ନେ ଜନେ କରୋନା ପଜିଟିଭ୍‌ ଠାବ୍‌ ହେଇଛନ୍‌ । ଇହାଦେ ତକ୍‌ ରାଏଜ୍‌ ନେ ଟୋଟାଲ୍‌ କରୋନା ପଜିଟିଭ୍‌ ୩ଲାଖ୍‌ ୭୮ ହଜାର୍‌ ୭୫୭ ବାହାରିଥିବାର୍‌ ବେଲେ । ୧୮୦୭ ଜନ୍‌ ମରିଥିବାର୍‌ ଜନାପଡିଛେ । ଆର୍‌ ମୋଟ୍‌ ସୁସ୍ଥ ସଂଖ୍ୟା ୩ଲାଖ୍‌ ୧୯ହଜାର୍‌ ୬୯ହେଇଥିବାର୍‌ ସୂଚନା ମିଲିଛେ । ଇହାଦେ ଶୀତ୍‌ ଲାଗି କରୋନା ଡର୍‌ ବଢ ବଢବାର୍‌ ଆଶଂକା ରହିଛେ ।

Leave A Reply

Your email address will not be published.