ରେଙ୍ଗାଲି ତହସିଲ୍ ଅଫିସନେ ନିଆଁ

ନିଜର କାମ୍ ପୁରା ନାଇଁ ହେବାରନୁ ରାଗିକରି ଅଫିସନେ ନିଆଁ ଲଗାଲେ ଯୁଆନ୍‌

0

ଯୁଆନକଁର ବଦମାସୀ । ତହସିଲ ଅଫିସ୍‌ନେ ନିଆଁ ଲଗେଇକରି ଛାଡିଛନ୍ ସୋସିଆଲ ମିଡିଆନେ । ଘଟନାଟା ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସନେ ଘଟିଛେ । ରାଜୀବ କିଶାନ୍ ନାଁର ଝନେ ଯୁଆନ୍ ଏନ୍ତା କାଣ୍ଡ କରିଥିବାର ବେଲେ ନିଜେ ସୋସିଆଲ ମିଡିଆନେ କଥା ମାନିଛନ୍ । ଯାର ବାଦ୍ ପୁଲିସ ତାକୁଁ ଥାନାନେ ଅଟକ ରଖିକରି ପଚରାଉଚୁରା ଚଲେଇଛେ । ସେଆଡେ ତହସିଲ ଅଫିସନେ ନିଆଁ ଲାଗବାର ଖବର ଜାନିକରି ଘଟନା ଜାଗାନେ ଦମକଲ ଗାଡି ଆସିକରି ପୁହୁଞ୍ଚିଥିଲା । ନିଆଁ ଲାଗବାରନୁ ବନେ ସାମାନ୍ ପୁଡିକରି ଖାର୍ ହେଇଯାଇଥିଲେ ଭିଲ୍ ଶେଷେ ନିଆଁକେ ଆୟତ୍ କରାଯାଇଥିଲା । ନିଆଁ ଲଗେଇଥିବାର ଯୁଆନ୍ ରାଜୀବ୍ ଗଲା କେତେ ଦିନ୍ ଧରିକରି କେନସି କାମ୍‌ଥି ବରାବର ଅଫିସ୍‌କେ କୁଦୁଥିଲେ  । ହେଲେ କାମ୍ ନାଇଁ ହେବାରନୁ ରାଗିକରି ସେ ଅଫିସନେ ପେଟ୍ରୋଲ ଢାଲିକରି ନିଆଁ ଲଗେଇଦେଇଛନ୍ ।

Leave A Reply

Your email address will not be published.